ନାଳ ଯୋଗୁ ବିଷ ହେଲା ପିଇବା ପାଣି: ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଲା
ପୁରୀ : ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଏବେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ବାସେଳିସାହିର ପଣାପ୍ରିୟା ଗଳି, ଗୋଚ୍ଛିକାର ସାହି ଆଦି ଅଞ୍ଚଳରେ ଘରେଘରେ ଆକ୍ରାନ୍ତ ପଡ଼ି ରହିଛନ୍ତି। ଦୁଇଦିନ ଧରି ସ୍ବାସ୍ଥ୍ୟ ବିଭାଗ ଘରଘର ବୁଲି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଛି। ଦୂଷିତ ପାଣି ଏହାର ମୂଳ କାରଣ ହୋଇଥିବାବେଳେ ପୌର ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗ ଏ ନେଇ କ’ଣ କରୁଥିଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ନାଳ ପାଣି ପାଇଁ ଆଜି ପାନୀୟ […]









