ବସ ଡ୍ରାଇଭରଙ୍କୁ ହୃଦ୍ଘାତ, ଏସ୍ୟୁଭି ସହ ଧକ୍କା; ୯ ମୃତ, ୩୨ ଆହତ
ନୂଆଦିଲ୍ଲୀ : ଗୁଜରାଟର ନବସାରୀରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍ ଏବଂ ଏସ୍ୟୁଭି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହତ ହୋଇଛନ୍ତି। ଭୋର୍ ପ୍ରାୟ ୩.୨୦ ସମୟରେ ଭେସ୍ମା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ବସ୍ଟି ଭଲସାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଏସ୍ୟୁଭି କାର୍ (ଟୟୋଟା ଫର୍ଚୁନର) ବସ୍ରେ ପିଟି ହୋଇଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ […]









