ଐତିହ୍ୟ ଓ ପରମ୍ପରା ଆଧାରରେ ସୃଷ୍ଟି ସାହିତ୍ୟ କାଳଜୟୀ: ରାଜ୍ୟପାଳ
କଟକ: ସ୍ରଷ୍ଟାଙ୍କ ସାରସ୍ବତ କୃତିକୁ ପାଠକଙ୍କ ପାଖରେ ପହଞ୍ଚାଇ ସାହିତ୍ୟକୁ ସମୃଦ୍ଧ କରିବାରେ ପ୍ରକାଶକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଐତିହ୍ୟ ଓ ପରମ୍ପରାକୁ ଆଧାର କରି ସୃଷ୍ଟି ହେଉଥିବା ସାହିତ୍ୟ କାଳଜୟୀ ହୋଇଥାଏ। ସୁସାହିତ୍ୟ ସୃଷ୍ଟି କରିବାରେ ପ୍ରକାଶକଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ‘ପୀତାମ୍ବର ମିଶ୍ର ଫାଉଣ୍ଡେସନ’ ପକ୍ଷରୁ ସାରଳା ଭବନରେ ଆୟୋଜିତ ପ୍ରକାଶକ-ସାରସ୍ବତ ସାଧକ ପୀତାମ୍ବର ମିଶ୍ରଙ୍କ ସ୍ମୃତି ସମାରୋହକୁ ଉଦ୍ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଲାଲ୍। ଏହି […]









