ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ତଦନ୍ତ ପାଇଁ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍
ନୂଆଦିଲ୍ଲୀ: ଗାୟକରୁ ରାଜନେତା ହୋଇଥିବା ସିଦ୍ଧୁ ମୁସେୱାଲାଙ୍କ ବାପା ବାଲକୌର୍ ସିଂହ ଲେଖିଥିବା ଚିଠି ପ୍ରତି ସମ୍ମତି ଜଣାଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ମୁସେୱାଲାଙ୍କ ହତ୍ୟା ଘଟଣାର ତଦନ୍ତ ‘ସିବିଆଇ’, ‘ଏନ୍ଆଇଏ’ ଅଥବା ‘ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ କାର୍ଯ୍ୟରତ ବିଚାରପତି’ଙ୍କ ଦ୍ବାରା କରାଇବା ଲାଗି ଅନୁରୋଧ କରି ବାଲକୌର୍ ସିଂହ ଚିଠି ଲେଖିଛନ୍ତି। ସେହିପରି, ମୁସେୱାଲାଙ୍କ ସୁରକ୍ଷା ବ୍ୟବସ୍ଥା କାଣ୍ଟଛାଣ୍ଟ କରାଯିବା ନିଷ୍ପତ୍ତି ଉପରେ ମଧ୍ୟ […]