ଅପରାଧ ଦେଶ ବିଦେଶ ରାଜନୀତି

କର୍ଣ୍ଣାଟକରେ ରାକେଶ ଟିକାୟତଙ୍କ ଉପରେ କାଳି ମାଡ, ତିନି ଅଟକ, ସାମ୍ନାକୁ ଆସିଲା ଭିଡିଓ

ବେଙ୍ଗାଲୁରୁ: କର୍ଣ୍ଣାଟକ ପହଞ୍ଚିଥିବା କୃଷକ ନେତା ରାକେଶ ଟିକାୟତ ଏବଂ ଯୁଦ୍ଧବୀର ସିଂହଙ୍କୁ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଛି। କାର୍ଯ୍ୟକ୍ରମ ସମୟରେ ଉଭୟ ନେତାଙ୍କ ଉପରେ କାଳି ମାଡ ହୋଇଛି। କୃଷକ ନେତା ଚନ୍ଦ୍ରଶେଖରଙ୍କ ସମର୍ଥକ ତାଙ୍କ ଉପରେ କାଳି ଫିଙ୍ଗିଥିବା କହିଛନ୍ତି ରାକେଶ ଟିକାୟତ। ରାଜଧାନୀ ବେଙ୍ଗାଲୁରୁରେ ଜାରି ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଘଟିଛି ଏବଂ ଏହାକୁ ନେଇ ଖୁବ୍ ହଙ୍ଗାମା ହୋଇଛି। ହାଇ ଗ୍ରାଉଣ୍ଡ୍ସ ପୋଲିସ ଷ୍ଟେସନ ଅନୁଯାୟୀ, ଟିକାୟତଙ୍କ ଉପରେ […]

ଅପରାଧ ଦେଶ ବିଦେଶ

ବିଶ୍ବର ସବୁଠୁ କ୍ଷତିକାରକ ବିଷର ହେଲା ଖୁଲାସା, ଶତ୍ରୁମାନଙ୍କ ପାଇଁ ଋଷ୍ ବ୍ୟବହାର କରୁଥିବା ଦାବି

ନୂଆଦିଲ୍ଲୀ ୩୦।୫: ବିଶ୍ବର ସବୁଠୁ କ୍ଷତିକାରକ ବିଷର ଖୁଲାସା ହୋଇଛି । ବିଶେଷଜ୍ଞ ଏହାକୁ ସବୁଠୁ ଦୁନିଆର ସବୁଠାରୁ ବିପଜ୍ଜନକ ବିଷ ପ୍ରକାଶ ପାଇଛି। ବିଶେଷଜ୍ଞମାନେ ଏହାକୁ ସବୁଠୁ ଯନ୍ତ୍ରଣାଦାୟକ ପଦାର୍ଥ ମଧ୍ୟରୁ ଗୋଟିଏ ବୋଲି ଦର୍ଶାଇଛନ୍ତି । ଏହାର ଲକ୍ଷଣ ବହୁତ ଖରାପ ଅଟେ । ଏହି ବିଷକୁ ଷ୍ଟ୍ରାଇକିନ୍ ନାଁ ଦିଆଯାଇଛି । ପାଉଡର ରୂପରେ ମିଳୁଥିବା ଏହି ବିଷକୁ ଋଷ୍ ତାର ଶତ୍ରୁମାନଙ୍କ ପାଇଁ ବ୍ୟବହାର କର ଡେଲି ଷ୍ଟାରର ରିପୋର୍ଟ ଅନୁସାରେ […]

ଅପରାଧ ରାଜ୍ୟ

କଳାକନା ବୁଲାଇଦେଲେ ଲୁଟେରା, ୫ଟି ଦୋକାନରୁ ଟଙ୍କା ଓ ସାମଗ୍ରୀ ନେଇଗଲେ ଚୋର

ଢେଙ୍କାନାଳ ୩୦।୦୫: ମାତିଛନ୍ତି ଲୁଟେରା । ଢେଙ୍କାନାଳ ସହରରେ ହୋଇଛି ସିରିଜ ଲୁଟ୍‌ । ଏକାକାଳୀନ ୫ଟି ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । ଅଭିଯୋଗ ପରେ ଟାଉନ୍‌ ଥାନା ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ଢେଙ୍କାନାଳ ସହରର କଲେଜ ବାଇପାସ୍‌ ଛକରେ ଥିବା ୫ଟି ଦୋକାନରୁ ଏକକାଳୀନ ଲୁଟ୍‌ ହୋଇଛି ।ସମାନ ଢଙ୍ଗରେ ଦୋକାନ ଗୁଡିକର ତାଲା ଭାଙ୍ଗି ଲୁଟେରାମାନେ ଲୁଟ୍‌ କରିଛନ୍ତି । […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ବାହାରିଲେ ୬ ଜଣ କୋଭିଡ ପଜିଟିଭ

ଭୁବନେଶ୍ଵର ୩୦।୦୫ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୩୭ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା […]

ଅପରାଧ ଦେଶ ବିଦେଶ

ନେପାଳ ବିମାନ ଦୁର୍ଘଟଣା: ୧୪.୫ ହଜାର ଫୁଟରେ ପିଟି ହୋଇଥିଲା ବିମାନ, ଏଯାଏଁ ମିଳିଲାନି ୧୬ ମୃତଦେହ

କାଠମାଣ୍ଡୁ ୩୦/୦୫ : ନେପାଳ ବିମାନ ଦୁର୍ଘଟଣାରେ ଏଯାଏଁ ମିଳିଲାଣି ୧୬ ମୃତଦେହ । ଏବେବି ବାକି ମୃତଦେହ ଖୋଜିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥଳସେନା ଓ ବାୟୁ ସେନା ଏହି ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି । ମୁସ୍ତାଙ୍ଗ ଅଞ୍ଚଳର କୋବାନରେ କୌଣସି ଭଗ୍ନନାବଶେଷ ମିଳିନାହିଁ । ପାର୍ବତ୍ୟ ଉପରେ ଏଠି ସେଠି ପଡିଥିବା ଖଣ୍ଡବିଖଣ୍ଡିତ ମୃତେଦହ ସବୁକୁ ଏକାଠି କରି ରଖାଯାଉଛି । ସକାଳେ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେନା ପକ୍ଷରୁ […]

ଅପରାଧ ରାଜ୍ୟ

ବିଲକୁ ଯିବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ଚାଲିଗଲା ମହାଦେବଙ୍କ ଜୀବନ

ବାଙ୍କୀ ୩୦।୦୫ : ବିଦ୍ୟୁତ ତାର ସଂସ୍ପର୍ଶ ଆସି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମହାଦେବ ସାହୁ ବୋଲି ଜଣାପଡିଛି । ବାଙ୍କି ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ମହାଦେବ ବିଲକୁ କାମ କରିବାକୁ ଯାଉଥିଲେ । ଠିକ୍‌ ଏହି ସମୟରେ ପାଖ ଜମିରେ ଜଙ୍ଗଲୀ ବାର୍‌ହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସିଥିଲେ ମହାଦେବ । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କାଳବୈଶାଖୀ ତାଣ୍ଡବ, ଉଡିଗଲା ସ୍କୁଲ ଘର ଛାତ

ସାନଖେମୁଣ୍ଡି ୩୦।୦୫: ଘୂର୍ଣ୍ଣିବଳୟ ଝଡରେ ଉଡ଼ିଗଲା ସ୍କୁଲ ଛାତ। ଏବେ ପିଲାଏ ପଢ଼ିବେ କେଉଁଠି ? ତାକୁ ନେଇ ଉଠିଛି ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦୟାନିଧିପୁର ପଞ୍ଚା ବଢିଆ ଉତ୍ସା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ରବିବାର ଦିନ ଅପରାହ୍ନରେ କାଳ ବୈଶାଖୀ ବର୍ଷା ଓ ପବନ ରଚିଥିଲା ତାଣ୍ଡବ । ଯାହାଫଳରେ ଗାଁରେ ଥିବା ସ୍କୁଲ ଘର ଛାତ ଉଡିଯାଇଛି । ଏପିରିକି ସ୍କୁଲ ଛାତ ନୁହେଁ, […]

ଖେଳ ଦେଶ ବିଦେଶ

ଆଇପିଏଲ୍‌ ୨୦୨୨ର ନୂଆ ଚାମ୍ପିଅନ ଗୁଜୁରାଟ: ଡେବ୍ୟୁରେ ଟାଇଟଲ ହାତେଇଲା ଟାଇଟନ୍ସ, ୭ ୱିକେଟ୍‌ରେ ହାରିଲା ରୟାଲ୍ସ

ଅହମ୍ମଦାବାଦ, ୩୦/୦୫ : ଏଥର ଆଇପିଏଲ୍‌ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ସବୁଠୁ ଦୁର୍ବଳ ଦଳ ଭାବେ ବିବେଚନା କରାଯାଉଥିଲା । ରାଜସ୍ଥାନ ରୟାଲ୍ସ ସମେତ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଟାଇଟଲ ଦାବିଦାର ରୂପେ ଗଣା ହେଉଥିଲେ । ଟାଇଟନ୍ସ ଦଳରେ ତାରକା ବ୍ୟାଟ୍ସମ୍ୟାନ, ଦକ୍ଷ ଓପନରଙ୍କ ଅଭାବ ରହିଥିବା କୁହା ଯାଉଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱକୁ ନେଇ ମଧ୍ୟ ଅନେକ ମତ ପ୍ରକାଶ ପାଇଥିଲା । ହେଲେ ଫଳାଫଳ ଥିଲା ସମ୍ପୂର୍ଣ୍ଣ […]

ଖେଳ

ହାର୍ଦ୍ଦିକ୍ ବାହିନୀଙ୍କ ବିଜୟ ପରେ ପତ୍ନୀ ନତାଶା ହେଲେ ଇମୋସନାଲ୍‌, ପଡିଆରେ ସ୍ବାମୀଙ୍କୁ କଲେ ଆଲିଙ୍ଗନ

ନୂଆଦିଲ୍ଳୀ ୩୦।୦୫ : ଦୀର୍ଘ ୫ ବର୍ଷ ପରେ ଆଇପିଏଲ୍‌କୁ ମିଳିଛି ନୂଆ ଚାମ୍ପିଅନ୍‌ । ଗୁଜୁରାଟ ଆଇପିଏଲ୍ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଛି । ଏଥର ଗୁଜୁରାଟ ନିଜର ପ୍ରଥମ ସିଜନରେ ଆଇପିଏଲ୍ ଟ୍ରଫି ଜିତିଥିଲା । ବୋଲରମାନେ ରାଜସ୍ଥାନ ରୟାଲ୍ସକୁ ମାତ୍ର ୧୩୦ ରନ୍‌ରେ ଅଟକାଇଥିଲେ । ଏହା ପରେ ୭ ୱିକେଟ୍‌ରେ ଗୁଜୁରାଟ୍‌ ମ୍ୟାଚ୍‌ ଜିତି ଯାଇଥିଲା। ଏହି ବିଜୟ ପରେ ଟାଇଟାନ୍ସର […]

ଅପରାଧ ଦେଶ ବିଦେଶ

ଅଟୋକୁ ଧକ୍କା ଦେଲା ଟ୍ରକ, ୭ ମୃତ

ନୂଆଦିଲ୍ଲୀ, ୨୯|୦୫ : ଉତ୍ତରପ୍ରଦେଶ ବାହାରିଚରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବହରାଇଚ-ଲଖିମପୁର ରାସ୍ତାରେ ଏକ ଟ୍ରକ୍ ସହ ଅଟୋ ଧକ୍କା ହେବା ଫଳରେ ୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୨ଜଣ ଆହତ ମଧ୍ୟ ହୋଇଛନ୍ତି । ସୂଚନାନୁସାରେ, ଶନିବାର ରାତିରେ ଏକ ଅଟୋରେ କିଛି ଯାତ୍ରୀ କୌଣସି ଏକ କାମରେ ବାହାରିଚ ଆଡେ ଯାଉଥିଲେ । ତେବେ ବହରାଇଚ-ଲଖିମପୁର ରାସ୍ତାରେ ସେମାନଙ୍କ ଅଟୋ ସହ ଏକ ଟ୍ରକ୍ ଧକ୍କା ହୋଇଥିଲା । […]