ଅପରାଧ ରାଜ୍ୟ

ମଦ ଭାଟି ମାଲିକଙ୍କ ଦାଦାଗିରି ! ଯୁବକଙ୍କୁ ନିସ୍ତୁକ ପିଟିଲେ, ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଲେ

ତେଲକୋଇ ୩୧।୦୫: ଦେଶୀ ମଦ ଭାଟି ମାଲିକଙ୍କ ଦାଦାଗିରି । ଚୋରା ମଦ ବିକ୍ରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିଲେ । ପରେ ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଦେଲେ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଘଟିଛି ଏମିତି ଘଟଣା । ଖବର ଅନୁଯାୟୀ, ଜଗମୋହନପୁର ଠାରେ ରହିଛି ଏକ ସରକାରୀ ଅନୁମତି ପ୍ରାପ୍ତ ଦେଶୀ ମଦ ଭାଟି। ସେଠାରେ ମଦ ପ୍ରସ୍ତୁତ କରାଯାଇ ତେଲକୋଇ ବ୍ଲକର ବିଭିନ୍ନ ଗାଁକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଙ୍କିପକ୍ସ ନେଇ ଆଲର୍ଟରେ ସରକାର, ବିଦେଶ ଫେରନ୍ତାଙ୍କ ଉପରେ ରଖାଯାଇଛି ନଜର

ଭୁବନେଶ୍ୱର ୩୧/୦୫: ମଙ୍କି ପକ୍ସକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ । ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଖାଦେଇଛି ତପ୍ତରତା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯଇଛି । ଯେଉଁମାନେ ବାହାରୁ ଓଡିଶାକୁ ଆସୁଛନ୍ତି ସେମାନଂକ ଉପରେ ନଜର ରଖିବାକୁ ପଡିବ । ଶେଷ ୨୧ ଦିନ ଭିତରେ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି । ବିଶେଷ କରି ଆଫ୍ରିକା ଦେଶମନଙ୍କରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ଉପରେ ରହିଛି […]

ଅପରାଧ ରାଜ୍ୟ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ଅବସର ପ୍ରାପ୍ତ ସେନା କର୍ମଚାରୀ

ନୀଳଗିରି ୩୧।୦୫: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଖବର ଅନୁଯାୟୀ, ନାବାଳାକିଙ୍କୁ ସେହି ଅଞ୍ଚଳ ଜଣେ ୬୨ ବର୍ଷୀୟ ଅବସରପ୍ରାପ୍ତ ସେନା କର୍ମଚାରୀ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପରେ ଘଟଣାର ତଦନ୍ତ କରି ପୋଲିସ […]

ଅପରାଧ ଦେଶ ବିଦେଶ

ସପରିବାର ଆତ୍ମହତ୍ୟା କରିବାରେ ହେଲେ ବିଫଳ, ୭ବର୍ଷର ଝିଅକୁ ହତ୍ୟାକରି ସ୍ତ୍ରୀର ଗଳାଚିପି ମାରିବାକୁ ଉଦ୍ୟମ

ମୁମ୍ବାଇ ୩୧।୫: ମୁମ୍ବାଇ ନିକଟ ମୀରା ରୋଡରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପରିବାରର ସମସ୍ତେ ଏକାଠି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଯେତେବେଳେ ସେମାନେ ଆତ୍ମହତ୍ୟା କରିପାରିନଥିଲେ ସେତେବେଳେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଏବଂ ଛୁଆକୁ ହତ୍ୟା କରିଥିଲା । ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇ ନିକଟରେ ଥିବା ମୀରା ରୋଡ୍ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୭ ବର୍ଷର ଝିଅ ସହ ରହୁଥିଲେ । […]

ଅପରାଧ ରାଜ୍ୟ

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ, ହତ୍ୟା ପରେ ଥାନାରେ ଆତ୍ମସମର୍ପଣ

ଅନୁଗୁଳ ୩୧।୦୫: ସ୍ବାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ । ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବନ୍ତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସ୍ବାମୀ ବସନ୍ତ ବେହେରା ଓ ସ୍ତ୍ରୀ ଲିପି ବେହେରାଙ୍କ ମଧ୍ୟରେ କୌଣସି କାରଣରୁ ରାତିରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ହେବାରୁ ବସନ୍ତ ଲିପିର ମୁଣ୍ଡକୁ ଟାଙ୍ଗିଆରେ ଚୋଟ ମାରିଥିଲା। ଯାହାଫଳରେ ଘଟଣାସ୍ଥଳରେ […]

ଅପରାଧ ରାଜ୍ୟ

ହଜିଗଲା ମାନବିକତା, ଛୁଆକୁ ଜନ୍ମ କରି ରାସ୍ତାରେ ଛାଡ଼ି ଚାଲିଗଲା ମା’

ନବରଙ୍ଗପୁର ୩୧।୦୫: ମା ଭୁଲିଗଲା ବାତ୍ସଲ୍ୟ ମମତା । ରାସ୍ତା କଡରେ ନିଜ ଜନ୍ମିତ ସନ୍ତାନକୁ ଛାଡି ଚାଲିଗଲା । ମାନବିକତା ହରାଇ ନିଜ ଶିଶୁ ପୁତ୍ର କୁ ଜନ୍ମ କରି ଏକ ଲଟା ବୁଦା ସ୍ଥାନରେ ଛାଡ଼ି ଚାଲିଯାଇଛି ମା । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଇଗାଁ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାର୍ଶ୍ଵରେ ଜଣେ ଗର୍ଭବତୀ ମହିଳା […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ, ଏଏସ୍‌ଆଇ ସହ ଆଲୋଚନା ଚାଲିଛି-ଜିଲ୍ଲାପାଳ

ପୁରୀ ୩୧।୦୫: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ । ଏଥିପାଇଁ ଏଏସଆଇ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ମରାମତି ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଅନୁଷ୍ଠିତ ହେବ ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ।‌ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଟାଉନ ହଲ୍ ଠାରେ ହେବ ଏହି ବୈଠକ। ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ। ବୈଠକରେ […]

ଦେଶ ବିଦେଶ ମନୋରଞ୍ଜନ

‘ସମ୍ରାଟ ପୃଥ୍ୱୀରାଜ’ ରିଲିଜ ପୂର୍ବରୁ ବାରାଣାସୀରେ ପହଞ୍ଚିଲେ ଆକ୍ସନ ଷ୍ଟାର, ଗଙ୍ଗା ଘାଟରେ ଆଳତୀ ସହ ପକାଇଲେ ବୁଡ଼

ମୁମ୍ୱାଇ ୩୧/୦୫: ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସମ୍ରାଟ ପୃଥ୍ୱୀରାଜ’ର ପ୍ରମୋସନରେ ମାତିଛନ୍ତି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅକ୍ଷୟ ତାଙ୍କ ସହ-ଅଭିନେତା ମାନୁଶି ଚିଲାର ଏବଂ ପୁରା ଟିମ୍ ବିଭିନ୍ନ ସହର ପରିଦର୍ଶନ କରି ଏକ ବିଶେଷ ଢଙ୍ଗରେ ଫିଲ୍ମର ପ୍ରମୋସନ କରୁଛନ୍ତି । ବର୍ତ୍ତମାନ ଖିଲାଡି କୁମାର ବାରାଣାସୀରେ ପହଞ୍ଚି ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ଗଙ୍ଗାଙ୍କୁ ପୂଜା କରିଥିଲେ । ଏହି ସମୟରେ ସମ୍ରାଟ ପ୍ରୀତିରାଜଙ୍କ […]

ଦେଶ ବିଦେଶ ମନୋରଞ୍ଜନ

କ’ଣ ଅଲଗା ହେଲେ କି ବହୁଚର୍ଚ୍ଚିତ ଯୋଡି ? ଟାଇଗରଙ୍କୁ ଛାଡି କାହା ସହ ବୁଲୁଛନ୍ତି ଅଭିନେତ୍ରୀ ଦିଶା ପାଟନୀ, କ୍ୟାମେରା ଦେଖି ଲୁଚାଇଲେ ମୁହଁ

ମୁମ୍ୱାଇ ୩୧/୦୫: ବଲିଉଡ ଅଭିନେତ୍ରୀ ଦିଶା ପାଟନି । ଏମିତି ଜଣେ ଅଭିନେତ୍ରୀ, ଯାହାଙ୍କର ଫ୍ୟାନ୍ସ ଫଲୋଅର୍ସ ଅଧିକ । ଏହି ଅଭିନେତ୍ରୀ ଜଣଙ୍କ ଚଳଚ୍ଚିତ୍ର ଜଗତରେ ପାଦ ଦେବା ଦିନରୁ ତାଙ୍କ ନାଁ ସର୍ବଦା ଟାଇଗର ଶ୍ରଫଙ୍କ ସହ ଜୋଡି ହୋଇ ରହିଛି । ଉଭୟ ସେମାନଙ୍କର ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ସମୟ ସମୟରେ ସେମାନେ ନିଶ୍ଚିତ ଭାବରେ ଏକତ୍ର ନଜର ଆସିଥାନ୍ତି । ହେଲେ ଏବେ କିନ୍ତୁ ଦିଶା ଅନ୍ୟ କାହା […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକ୍‌ର ଚିନ୍ତା ବଢାଇଲା ଡ୍ରାଗନ୍ : ୨୫ ଚାଇନିଜ୍ କମ୍ପାନୀ କହିଲେ- ୩୦୦ ଅରବ ବକେୟା ପୈଠ କର, ନଚେତ୍ କାମ ବନ୍ଦ

ଇସଲାମାବାଦ ୩୧।୫: କୌଣସି ପରିସ୍ଥିତିରେ ପାକିସ୍ତାନର ସମସ୍ୟା କମିବାର ନାଁ ଧରୁନି । ସିପିଇସି ଆଧାରରେ ପାକିସ୍ତାନରେ କାମ କରୁଥିବା ପ୍ରାୟ ୨୫ ଚୀନ୍ କମ୍ପାନୀ ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । କମ୍ପାନୀଗୁଡିକ କହିଛନ୍ତି ଯେ, ଯଦି ୩୦୦ ଅରବ ବକେୟା ପୈଠ କରାନଯାଏ ତେବେ ସେମାନେ ଚଳିତ ମାସରେ ପରିଚାଳନା ବନ୍ଦ କରିବାକୁ ବାଧ୍ୟ ହେବେ । କିଛି ଦିନ ପୂର୍ବେ ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ […]