ଅପରାଧ ରାଜ୍ୟ

ଘରୋଇ କଳହର କରୁଣ ପରିଣତି, ପତ୍ନୀଙ୍କୁ ଗୁଳିକରି ମାରିଦେଲା ମଦ୍ୟପ ସ୍ୱାମୀ

ବୌଦ୍ଧ ୦୧/୦୬: ଦେଶୀ ବନ୍ଧୁକରେ ପତ୍ନୀଙ୍କୁ ଗୁଳିକରି ହତ୍ୟାକଲା ମଦ୍ୟପ ସ୍ୱାମୀ । ଅଭିଯୁକ୍ତକୁ କାବୁ କରି ପୋଲିସର ଜିମାଦେଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ିସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ ଘରୋଇ କଳହ ହେବ ସହିତ ସାମାନ୍ୟ ବଚସା ହୋଇଥିଲା । ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ସ୍ଵାମୀର ମଦ ପିଇବାକୁ ନେଇ ବଚସା ଲାଗି ରହିଥିବା ବେଳେ ଏଥିରେ ଉତକ୍ଷୀପ୍ତ […]

ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK, ଲାଇଭ୍‌ କନସର୍ଟ ପରେ ହୋଇପଡିଥିଲେ ଅଚେତ

କୋଲକାତା ୦୧।୦୬: ସଙ୍ଗୀତ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ବଲିଉଡ୍ ପ୍ରସିଦ୍ଧ ସିଙ୍ଗର କେକେ ଓରଫ କ୍ରୃଷ୍ଣ କୁମାର କୁନ୍ନଥଙ୍କର ଦେହାନ୍ତ ହୋଇଛି । କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କର ଦେହାନ୍ତ ହୋଇଛି । ମାତ୍ର ୫୩ ବର୍ଷ ବୟସରେ କେକେଙ୍କର ମୃତ୍ୟୁ ହୋଇଛି । ହିନ୍ଦି , ତେଲୁଗୁ, କନ୍ନଡ, ତାମିଲ, ବେଙ୍ଗଲି , ଗୁଜୁରାଟି , ମରାଠୀ ଆଦି ବିଭିନ୍ନ ଭାଷାରେ ସେ ଶତାଧିକ ଗୀତ […]

ଅପରାଧ ରାଜ୍ୟ

ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ୨ ଦିନ ହେବ ଥିଲେ ନିଖୋଜ

ସୋର ୧।୬: ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡା ପଂଚାୟତ ତିଳିଦା ଗାଁର ସନାତନ ମଲ୍ଲିକଙ୍କ ପୁଅ ବସନ୍ତ ଗତ ଦୁଇ ଦିନ ହେବ ନିଖୋଜ ଥିଲେ । ସନାତନ ପରିବାର ପକ୍ଷରୁ ବସନ୍ତ ନିଖୋଜ ଥିବା ସୋର ଥାନାରେ ଅଭିଯୋଗ କରିଥିଲେ । ମଙ୍ଗଳବାର ରାତିରେ ବସନ୍ତଙ୍କ ଶବ ଗ୍ରାମ ରାଧାକୃଷ୍ଣ ପୋଖରୀରେ ଭାସୁଥିବା ତାଙ୍କ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଖବର […]

ଅପରାଧ ଦେଶ ବିଦେଶ

ବିଷ ପିଇ ହ୍ରଦକୁ ଡେଇଁ ଆତ୍ମହତ୍ୟା କଲେ ଗୋଟିଏ ପରିବାର

ହାଇଦ୍ରାବାଦ ୦୧/୦୬ : ହାଇଦ୍ରାବାଦ ଉପକଣ୍ଠର ନାଦରଗୁଲ ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିଛନ୍ତି ବୋଲି ମଙ୍ଗଳବାର ପୋଲିସ କହିଛି। ସୋମବାର ବିଳମ୍ୱିତ ରାତିରେ ଗୋଟିଏ ପରିବାରର ସ୍ୱାମି-ସ୍ତ୍ରୀ ତାଙ୍କର ଦୁଇଟି ଛୋଟ ପିଲାଙ୍କୁ ଧରି ରଙ୍ଗା ରେଡ୍ଡି ଜିଲ୍ଲାରେ ଥିବା କୁରମଲଗୁଡ଼ା ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେହି ମୃତଦେହଗୁଡ଼ିକୁ ପୋଲିସ ହ୍ରଦରୁ ଉଦ୍ଧାର କରିଛି। ଖବର ସରବରାହ ସଂସ୍ଥା ଆଇଏଏନଏସ ଅନୁସାରେ ମୃତବ୍ୟକ୍ତିଙ୍କ ପରିଚୟ କ୍ୟୁଦ୍ଦୁସ ପାସା (୩୭),ଫାତିମା (୨୮), ମେହର […]

ଅପରାଧ ରାଜ୍ୟ

ଖଣି କମ୍ପାନୀରେ ରେଡ୍‌, ଅଫିସ ଓ ବାସଭବନରେ ଚଢାଉ କରୁଛି ଆୟକର ବିଭାଗ

ବଡବିଲ ୦୧।୦୬ : ଖଣି କମ୍ପାନୀରେ ଚଢାଉ । ଟି.ପି. ସାଓ ଏଣ୍ଡ ଆର୍‌.ପି ସାଓ ନାମକ ଖଣି କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ରେଡ୍‌ ଚାଲିଛି । ଅଫିସ ଓ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଖବର ଅନୁଯାୟୀ, ବୁଧବାର ଦିନ ଆୟକର ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଗଣେଷ ଭବନ ନିକଟସ୍ଥ କାର୍ଯ୍ୟାଳୟ ସମେତ କମ୍ପାନୀରେ ଝାଡ଼ଖଣ୍ଡ, ଚାଇଁବାସା ସ୍ଥିତ ଅଫିସରେ ରେଡ୍‌ କରୁଛି ଆୟକର ବିଭାଗ […]

ଅପରାଧ ରାଜ୍ୟ

ରାତି ଅଧରେ ପାଣି ମାଗିଲେ, ନଦେବାରୁ ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲିପାଟଣା ୦୧।୦୬: ରାତି ଅଧରେ ପାଣି ମାଗିଲେ । ନଦେବାରୁ ଜଣେ ହୋଟେଲ କର୍ମଚାରୀଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ରେ ପାହାଳରେ ଥିବା ଏକ ହୋଟେଲରେ ଦୁଇ ଜଣ ଦୁର୍ବୃତ୍ତ ମଦ ପିଇବା […]

ଅପରାଧ ରାଜ୍ୟ

ପୋଲ ନିକଟରୁ ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଚୌଦ୍ବାର ୧।୬: ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ଵାର ଚାଉଳିଆ ପୋଲ ନିକଟରେ ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୌଦ୍ଵାର ଓଟିଏମ୍ କଲୋନୀ ଦୁର୍ଗାବଜାର ଅଞ୍ଚଳର ଲୋକନାଥ ବିଶ୍ଵାଳ। ମୃତକ ଜଣେ ଅଟୋ ଡ଼୍ରାଇଭର ବୋଲି ଜଣାପଡ଼ଛି । ସୂଚନାଯୋଗ୍ୟ ଯେ, ଲୋକନାଥ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ନିଜ ଅଟୋ ଯୋଗେ ମାର୍ବଲ ନେଇ କଟିକଟା ଅଞ୍ଚଳକୁ ଯାଇଥିଲେ । ସେଠାରେ ମାର୍ବଲ ଦେଇ ସାଥିରେ କିଛି […]

ଅପରାଧ ରାଜ୍ୟ

ମୋଷ୍ଟ ୱାଣ୍ଟେଡ୍‌ କୁର୍ବାନ୍‌ ଗ୍ୟାଙ୍ଗ୍‌ର ୩ ଗିରଫ

ଭୁବନେଶ୍ବର/ଜଟଣୀ : ରାଜଧାନୀ ସମେତ ଜଟଣୀ, ଖୋର୍ଦ୍ଧା, ବେଗୁନିଆ, ନିରାକାରପୁର, ଚାନ୍ଦପୁର ଓ ଜଙ୍କିଆ ଆଦି ଅଞ୍ଚଳରେ ସଶସ୍ତ୍ର ଡକାୟତି କରୁଥିବା କୁଖ୍ୟାତ୍ କୁର୍ବାନ୍ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିଛି ଜଟଣୀ ଥାନା ପୁଲିସ। ସେମାନେ ହେଲେ ଜଟଣୀ ଥାନା ବେଣାପଞ୍ଜରୀ ଅଞ୍ଚଳର ସେକ୍‌ ଆଇବାଦୁଲ୍‌ ଓରଫ କୁର୍ବାନ(୨୧), ମହମ୍ମଦ ସାମସେର୍‌(୩୨) ଓ ପିପିଲି ଦାନଗହିରୀ ହାଟସାହି ଅଞ୍ଚଳର ମହମ୍ମଦ ନୁରୁଲ୍‌ ହୁଡ୍ଡା ଓରଫ ଧଡ଼ିଆ(୫୭)। ପୁଲିସ ସେମାନଙ୍କଠାରୁ ଗୋଟିଏ ବୋଲେରୋ, ଗୋଟିଏ ପିକ୍‌ ଅପ୍‌ […]

ଅପରାଧ ରାଜ୍ୟ

ନିଲାମ ହୋଇନଥିବା ବାଲିଖାଦାନରୁ ବାଲି ଉଠାଣ ଅଭିଯୋଗ; ଗାଁ ଲୋକଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର ୩୧/୦୫ : ଆନନ୍ଦପୁର ଉପଖଣ୍ଡ ଘସିପୁରା ତହସିଲ ଅଧିନ ସରେଇ ଗାଁ ପାଖରେ ଥିବା ଫାପୁଡିଆ ନାଳରୁ ବାଲି ଖାଦାନ ପାଇଁ ଲିଜ୍ ହୋଇଛି। ଗତ ୨୦୧୯ ମସିହାରେ ତହସିଲ ତରଫରୁ ନିଲାମ ହୋଇଥିବା ଏହି ଖାଦାନରେ ଏବେ ଲିଜ୍ ଧାରି ଏଠାରେ ୨କିମି ଦୂରରେ ଥିବା କୂଶେଇ ନଦୀରୁ ବାଲି ଉଠାଉଛନ୍ତି। ଫାପୁଡିଆ ନାଳ ଲିଜ୍ ସମୟରେ ଚଞ୍ଚକତା କରି କୂଶେଇ ନଦୀର ପ୍ଲଟ୍ ନଂ ୧୩୯୩, ୧୯୯୪ ଓ ୨୮୬୫ କୁ ଏହି […]

ଅପରାଧ ରାଜ୍ୟ

ଯାଜପୁର: ନରବଳି ମାମଲାରେ ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁରେ ଘଟିଥିବା ଏକ ନରବଳି ମାମଲାର ଶୁଣାଣି କରି ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ। ଦୋଷୀ ଦୀପକ ବାରିକକୁ ଦଣ୍ଡାଦେଶ ମିଳିଛି। ୨୦୧୫ ମସିହା ଫେବ୍ରୁଆରି ମାସ ୨୬ ତାରିଖରେ ଏକ ନରବଳି ଘଟଣା ଘଟିଥିଲା। ଏହି ଘଟଣାରେ ଯାଜପୁର କୁଆଖିଆ ଥାନାରେ ୨୯/୨୦୧୫ ରେ ଏକ ମାମଲା ରୁଜୁ ହୋଇ ବିଚାରାଧୀନ ଥିଲା। ଆଜି ଏହି ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା […]