ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ମନ୍ଦିରରୁ ୧୦ କେଜି ଓଜନ ରୁପା ମୂର୍ତ୍ତି ଚୋରି କରିନେଲେ

ଆନନ୍ଦପୁର ୦୧/୦୬: ଘଷିପୁରା ଥନା ଦେଓଗାଁ ଠାରେ ଅବସ୍ଥିତ କେନ୍ଦୁଝର ଜିଲ୍ଲାର ସର୍ବ ପ୍ରାଚୀନ ଶୈବପୀଠ ବାବା କୁଶଳେଶ୍ୱରଙ୍କ ମନ୍ଦିର ରୁ ଚୋରୀ ହୋଇଛି । ଗତକାଲି ରାତିରେ କେହି ଦୃର୍ବୃତ୍ତ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦୀର ଫାଟକ ତାଲାଭାଙ୍ଗି ରୁପାରେ ନିର୍ମିତ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି କରିନେଇଛନ୍ତି । ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦ କେଜି ହୋଇଥିବାବେଳେ ଏହା କେଉଁ କାଳରୁ ଏଠାରେ ପୂଜା ପାଇ ଆସୁଥିଲେ । ଆଜି ସକାଳୁ ନୀତିକାନ୍ତି […]

ଅପରାଧ ରାଜ୍ୟ

ବଡଧରଣର ଲୁଟ୍‌ : କେହିନଥିଲେ ଘରେ, ଗ୍ରୀଲ୍‌ ତାଡି ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା

ଭୁବନେଶ୍ୱର ୦୧।୦୬: ଭୁବନେଶ୍ୱରରେ ବଡ଼ଧରଣର ଲୁଟ୍‌ । ଘରେ ପଶି ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଖବର ଅନୁଯାୟୀ, ଖଣ୍ଡଗିରି ଥାନା କ୍ରିଷ୍ଣା ଗାର୍ଡେନର ବି-୧ରୁ ଏକ ବଡଧରଣର ଲୁଟ୍‌ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି । ଘରର ପଛପଟ ଝରକା ଗ୍ରୀଲ୍‌ ତାଡି ଆଲ୍‌ମାରୀରୁ […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ପାଖେଇ ଆସୁଛି ଘୋଷଯାତ୍ରା, ଆଜି ବସୁଛି ସମନ୍ବୟ କମିଟି ବୈଠକ

ପୁରୀ ୦୧।୦୬: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ। ପୁରୀ ଟାଉନ ହଲ ଠାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଦିନ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ। ଖବର ଅନୁଯାୟୀ, ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଗତ ଦୁଇବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ […]

ଅପରାଧ ରାଜ୍ୟ

ମେଡିକାଲ ପରିସରରେ ରୋଗୀଙ୍କ ଉପରେ ଚଢିଗଲା ବୋଲେରୋ, ୫ ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଭଦ୍ରକ ୧।୬: ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଦୁର୍ଘଟଣା । ମେଡିକାଲ କାମରେ ନିୟୋଜିତ ବୋଲେରୋ ଧକ୍କାରେ ରୋଗୀ ଓ ସମ୍ପର୍କୀୟ ଆହତ ହୋଇଛନ୍ତି । ବୋଲେରୋ ଧକ୍କାରେ ଆହତ ଓ ଗୁରୁତରଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ମେଡିକାଲ କାମରେ ନିୟୋଜିତ ବୋଲେରୋରୁ ମେଡ଼ିସିନ ଅନଲୋଡ୍ ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ବୋଲେରୋ ଧକ୍କାରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଅନ୍ୟ ୩ ଜଣ […]

ଧର୍ମ ରାଜ୍ୟ

ଶୀତଳଷଷ୍ଠୀ ଯାତ୍ରା: ସରିଲା ପତରପେଣ୍ଡି, ବୁଧବାର ହେବ ଦେବ ନିୟନ୍ତ୍ରଣ

ସମ୍ୱଲପୁର ୦୧/୦୬: ସମ୍ବଲପୁର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ବା ନିର୍ବନ୍ଧ ଉତ୍ସବ ମଙ୍ଗଳବାର ରାତିରେ ସମ୍ପନ୍ନ ହୋଇଯାଇଛି । ସଂଧ୍ୟା ପ୍ରାୟ ୮ଟା ସମୟରେ ଦେବ ବେଦ ମହାଦେବଙ୍କ ମନ୍ଦିରରେ ରିତି ନିତୀ ଅନୁଯାୟୀ ପୁଜାର୍ଚ୍ଚନା ହୋଇଥିଲା । ଏହା ପରେ ବରପିତା ଓ ସପ୍ତଋଷୀ ବାହାରିଥିଲେ ମହାଦେବଙ୍କ ପାଇଁକନ୍ୟା ଅନ୍ୱେଷଣରେ । ଏକ ଭବ୍ୟ ପଟୁଆରରେ ଘଂଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର । ଏହା […]

କଳା ଓ ସଂସ୍କୃତି ରାଜ୍ୟ

ଆଗେଇ ଚାଲିଛି ରଥ କାମ, ମୁହାଁଟି ଓ ଚଉତା ବିନ୍ଧ ଶେଷ

ପୁରୀ ୦୧।୦୬ : ମଙ୍ଗଳବାର ରଥ ଖଳାରେ ଗରଗରା କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ତିନି ରଥ ପାଇଁ ୬ଗୋଟି ଗରଗରା କାଠ ରଖାଯାଇଥିଲା । ଏହାପରେ ବିଶ୍ୱକର୍ମାମାନେ ଧଉରା କାଠ ଗଣ୍ଡିକୁ ବାରିସୀରେ ହାଣି ଚଉପଟ ଆରମ୍ଭ କରିଛନ୍ତି । ପ୍ରତି ରଥରେ ଦୁଇ ଗୋଟି ଗରଗରା ଲାଗିଥାଏ । ଗରଗରା ଉପରେ ରଥର ଉପର ଅଂଶର ସମ୍ପୂର୍ଣ୍ଣ ଭାରା ରହିବ । ପ୍ରାୟ ୧୩ ଫୁଟ୍‌ ଲମ୍ବର […]

ଅପରାଧ ରାଜ୍ୟ

ଦୁର୍ଘଟଣାରେ ଜେଜେ ବାପା ମୃତ, ନାତି ଗୁରୁତର: ମାଛ ଧରି ବାଇକରେ ଫେରୁଥିବାବେଳେ ଧକ୍କା ଦେଲା ଗାଡି

ସୋର ୦୧/୦୬: ମାଛ ଧରି ବାଇକ ଯୋଗେ ଫେରୁଥିବା ବେଳେ ଅଜଣା ଗାଡି ଧକାରେ ବୁଢା ବାପା ମୃତ୍ୟୁ ନାତି ଗୁରୁତର । ସୋରୋ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢ଼ାବା ନିକଟରେ ଦୁର୍ଘଟଣା ଘଟି ସବିରା ପଂଚାୟତ ସୁନାରି ଗ୍ରାମ ଦିବାକର ମାଝୀ ଓ ନାତି ଗଜେନ୍ଦ୍ରକୁ ଏକ ଅଜଣା ଗାଡି ଧକା ଦେଇଥିଲା । ଉଭୟ ବୁଢା ବାପା ନାତି ସୋରରୁ ମାଛ ଧରି ଗାଁ ସୁନାରୀକୁ ଫେରୁଥିବା ବେଳେ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

KKଙ୍କ ଦେହାନ୍ତରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା, ବଡ ବଡ ସେଲିବ୍ରିଟି ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଳୀ ୦୧।୦୬ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅକାଳ ବିୟୋଗ ପରେ କେ.କେ.ଙ୍କ ଦେହାନ୍ତ ହେବା ସମସ୍ତଙ୍କ ପାଇଁ ଏକ ବଡ ଝଟକା। କୋଲକାତାର ଲାଇଭ୍ କନସର୍ଟ ପରେ ବଲିଉଡର ଜଣାଶୁଣା ଗାୟକ କେ.କେଙ୍କର ଦେହାନ୍ତ ହୋଇଛି। କୋଲକାତାର ଏକ ଇଭେଣ୍ଟରେ କାର୍ଯ୍ୟକ୍ରମ କରିବା ପରେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ସେହି ସମୟରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କେ.କେଙ୍କ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସ୍‌ଡିପିଓ, ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଲେ

ଢେଙ୍କାନାଳ ୦୧।୦୬: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଅଧିକାରୀ । ଲାଞ୍ଚ ନେଲାବେଳେ ଧରାପଡିଲେ ହିନ୍ଦୋଳ ଏସ୍‌ଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ । ଖବର ଅନୁଯାୟୀ, ଏସିଏସ୍‌ଟି ମାମଲାରେ ଜଣଙ୍କ ନାଁ କାଟିବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସ୍‌ଡିପିଓ । କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ହିନ୍ଦୋଳ ଏସ୍‌ଡିପିଓ ମଳୟ ନାୟକଙ୍କୁ ଗିରଫ କରିଛି ।

ଅପରାଧ ଦେଶ ବିଦେଶ ମନୋରଞ୍ଜନ

KKଙ୍କ ମୃତ୍ୟୁ ପରେ ରୁଜୁ ହେଲା ମାମଲା, ଗାୟକଙ୍କ ମୁଣ୍ଡ ଏବଂ ଗାଲରେ ରହିଛି ଚିହ୍ନ!

ନୂଆଦିଲ୍ଳୀ ୦୧।୦୬: ଆରପାରିରେ ବଲିଉଡ୍‌ର ପ୍ରସିଦ୍ଧ ଗାୟକ କେ.କେ। କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କର ଦେହାନ୍ତ ହୋଇଛି। କେ.କେଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ଚକିତ ହୋଇଯାଇଛନ୍ତି। ହେଲେ ବର୍ତ୍ତମାନ ମୃତ୍ୟୁ ପରେ ଏକ ବଡ଼ ଖୁଲାସା ହୋଇଛି । ଖବର ଅନୁଯାୟୀ ଗାୟକଙ୍କ ଦେହରେ ଏକ ଆଘାତ ଲାଗିଛି। ପୋଲିସ ଏହି ମାମଲାରେ ‘ଅସାଧାରଣ ମୃତ୍ୟୁ’ ମାମଲା ରୁଜୁ କରିଛି। […]