ଖେଳ ଦେଶ ବିଦେଶ

ଇଣ୍ଡୋନେସିଆ ମାଷ୍ଟର୍ସ ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ, ଲକ୍ଷ୍ୟ

ବାଲି: ଦୁଇ ଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ଫର୍ମରେ ଥିବା ଲକ୍ଷ୍ୟ ସେନ୍‌ ଇଣ୍ଡୋନେସିଆ ମାଷ୍ଟର୍ସ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ମହିଳା ଏକକ ପ୍ରଥମ ରାଉଣ୍ଡରେ ବିଶ୍ବ ବିଜୟିନୀ ତଥା ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୫, ୨୧-୧୯ରେ ଥାଇଲାଣ୍ଡର ସୁପାନିଦା କାତେଥୋଙ୍ଗଙ୍କୁ ପରାସ୍ତ କରିଥିଲେ। ଦ୍ବିତୀୟ ରାଉଣ୍ଡରେ ସେ ସ୍ପେନ୍‌ର କ୍ଲାରା ଆଜୁରମେନ୍ଦିଙ୍କୁ ଭେଟିବେ। ସେହିପରି ପୁରୁଷ ଏକକରେ ୨୦ ବର୍ଷୀୟ ଲକ୍ଷ୍ୟ ୨୧-୧୭, […]

ଦେଶ ବିଦେଶ ମନୋରଞ୍ଜନ

ଦୁଇ ସନ୍ତାନର ମା’ ହେବା ପରେ ଏମିତି ପୋଷ୍ଟ କଲେ ବେବୋ, କହିଲେ-‘ମୁଁ ବହୁତ କଷ୍ଟରେ ଅଛି’

ମୁମ୍ବାଇ ୧୭/୧୧: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଚର୍ଚ୍ଚିତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ସେ ବହୁତ ପ୍ରସିଦ୍ଧ ଏବଂ ତାଙ୍କର ପ୍ରତ୍ୟେକ ପୋଷ୍ଟରେ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। ନିକଟରେ ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଯୋଗ କରୁଥିବାର ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ନିଜ ଯୋଗର ଦୀର୍ଘ ଯାତ୍ରାକୁ କ୍ୟାପସନ୍ ମାଧ୍ୟମରେ ଲେଖିଛନ୍ତି ଏବଂ ଏହାକୁ ଲୋକଙ୍କ ସହ ସେୟାର କରିଛନ୍ତି। ତାଙ୍କର ଏହି ବାର୍ତ୍ତାରେ ସେ ଅନେକ କଥାର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଖୁବଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବ ଓଡ଼ିଶା, ଏଯାଏଁ ୪.୩କୋଟି ଲୋକଙ୍କୁ ଦିଆଯାଇଛି ଟିକା

ଭୁବନେଶ୍ବର: ଖୁବ ଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି ଓଡ଼ିଶା । ଅର୍ଥାତ ରାଜ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ କୋଭିଡ ଟିକାକରଣ ଶେଷ ହେବ । ଏପର୍ଯ୍ୟନ୍ତ ରାଜ୍ୟରେ ୪କୋଟି ୩ଲକ୍ଷ ଲୋକଙ୍କୁ କୋଭିଡ ଟିକା ଦିଆଯାଇ ସାରିଛି । ଲୋକସେବା ଭବନ କନଫରେନ୍ସ ହଲରେ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର । କୋଭିଡ ଟିକାକରଣରେ ଜାତୀୟ ହାର ଠାରୁ ରାଜ୍ୟ ହାର ଅଧିକ ରହିଥିବା […]

ଦେଶ ବିଦେଶ ପର୍ଯ୍ୟଟନ

ଶୌଚ ପାଇଁ ଯାଇଥିବା ବେଳେ ସର୍ପ ଦଂଶନରେ ପର୍ଯ୍ୟଟକ ଗୁରୁତର

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଛୁଟି କଟାଇବାକୁ ଦକ୍ଷିଣ ଆଫ୍ରିକା ଯାଇଥିଲେ। ସେ ଜାଣି ନଥିଲେ ଯେ ଛୁଟିଦିନରେ ମଜା ନୁହେଁ, ସେ ଏକ ଯନ୍ତ୍ରଣାଦାୟକ ଅନୁଭୂତି ପାଇବେ ବୋଲି। ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତି ଛୁଟି କାଟିବା ପାଇଁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ । ସେଠାରେ ସେ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଗୁପ୍ତାଙ୍ଗକୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। କୁହାଯାଉଛି ଯେ ସାପଟି ଶୌଚାଳୟରେ ପୂର୍ବରୁ […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ଜେଜେ ବାପାଙ୍କ ମାନସିକ ପୂରଣ କଲେ ଦୁଇ ଭାଇ, ଦଣ୍ଡ ପ୍ରଣାମ ପରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ ୧୬/୧୧: ଜେଜେ ବାପାଙ୍କ ମାନସିକ ପୂରଣ କରିଛନ୍ତି ଦୁଇଭାଇ । ମାନସିକ ପୂରଣ ପାଇଁ ଦଣ୍ତପ୍ରଣାମ କରି ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି । ପିପିଲି ତେଇଶିପୁର ଅଞ୍ଚଳର ଏହି ଦୁଇଭାଇ ହେଉଛନ୍ତି ଟୁଲୁ ମହାରଣା ଓ ବାଦଲ ମହାରଣା । ଜେଜେ ବାପା ଙ୍କ ମାନସିକ ପୂରଣ କରିବା ପାଇଁ ଦଣ୍ତ ପ୍ରଣାମ କରି ଏହି ଦୁଇ ଭାଇ ସିଂହଦ୍ଵାର ଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ତେବେ ଜେଜେ […]

କଳା ଓ ସଂସ୍କୃତି ରାଜ୍ୟ

ପଞ୍ଚୁକ ଦ୍ୱାଦଶୀ ତିଥିରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ, ଲାଗିଛି ହଜାର ହଜାର ଭକ୍ତଙ୍କ ଭିଡ଼

ପୁରୀ, ୧୬/୧୧: କାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ପଞ୍ଚୁକର ଦ୍ୱାଦଶୀ ତିଥିରେ ଆଜି ମହାପ୍ରଭୁ ବାଙ୍କଚୂଡ଼ା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ପଞ୍ଚୁକର ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗି ରହିଛି। ରବିବାର ଓ ଗତକାଲି ବଡ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାବେଳେ ଆଜି ଦର୍ଶନ ଆରମ୍ଭ ହୋଇଛି। ପଞ୍ଚୁକ ପାଇଁ ରାଜ୍ୟର ବିଭିନ୍ନ […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା, ଡଙ୍ଗା ଭସା ଓ ବୁଡ଼ ପକାଇବାରେ ରୋକ୍

କଟକ ୧୬।୧୧: କାର୍ତ୍ତିକ ପୂର୍ଣ୍ଣି ପାଇଁ କଟକରେ ଲାଗିଲା କଟକଣା । ଡଙ୍ଗା ଭସା ଓ ବୁଡ଼ ପକାଇବା ଉପରେ ରୋକ ଲଗାଇଲା ପ୍ରଶାସନ । କୌଣସି ଘାଟରେ ଡଙ୍ଗା ଭସାଇ ପାରିବେନି କି ବୁଡ଼ ପକାଇ ପାରିବେନି ଶ୍ରଦ୍ଧାଳୁ । ଏସ୍‌ଆର୍‌ସିଙ୍କ ଗାଇଡ଼ଲାଇନ୍‌ ଅନୁଯାୟୀ ଏହି କଟକଣା ଲାଗୁ କରାଯାଇଛି । ଯଦି କେହି ଏହି କଟକଣାକୁ ନମାନନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧିହେଲେ ରାଜକୁମାର-ପତ୍ରଲେଖା,

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଦୁଇ ପ୍ରେମପକ୍ଷୀ । ଅନେକ ଦିନରୁ ଆସୁଥିବା ଖବରର ଅନ୍ତ ଘଟିଛି । ଶେଷରେ ବିବାହ କରିଛନ୍ତି ବଲିିଉଡ୍ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା । ଉଭୟ ପରସ୍ପରକୁ ଦୀର୍ଘ ୧୧ ବର୍ଷ ଧରି ଡେଟ୍ କରିଆସୁଥିଲେ । ଆଉ ଉଭୟ କରିଛନ୍ତି ବିବାହ, ପରସ୍ପରକୁ କରିଛନ୍ତି ଜୀବନସାଥୀ । ନିଜର କିଛି ଖାସ ବନ୍ଧୁ ଏବଂ ପରିବାର ବର୍ଗଙ୍କ ଗହଣରେ କରିଛନ୍ତି ବିବାହ । ବିବାହର […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ଆଜି ସନ୍ଧ୍ୟାରେ ଖୋଲିବ ସାଵରୀମାଳା ମନ୍ଦିର: ମଙ୍ଗଳବାରଠୁ ଭଗବାନ ଅୟପ୍ପାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ଥିରୁଅନନ୍ତପୁରମ ୧୫/୧୧ : କରୋନା କଟକଣାକୁ ଦୃଷ୍ଟିରେ ରଖି କେରଳ ସ୍ଥିତ ସାଵରୀମାଳା ମନ୍ଦିର ଆଜିଠାରୁ ଖୋଲାଯିବ। ମଙ୍ଗଳବାର ଦିନ ଭକ୍ତ ମନ୍ଦିରରେ ଦର୍ଶନ ଓ ପୂଜାପାଠ କରିପାରିବେ। ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କୁ କରୋନା ନିୟମ ପାଳନ କରିବାକୁ ହେବ। ଦୁଇ ମାସ ଚାଲୁଥିବା ମଣ୍ଡଳା-ମକରବିଲକ୍କୁ ଉତ୍ସବ ପାଇଁ ସୋମବାର ସନ୍ଧ୍ୟାରେ ମନ୍ଦିର ଖୋଲି ଦିଆଯିବ। ଏହି ମନ୍ଦିରରେ ଭଗବାନ ଅୟପ୍ପାଙ୍କୁ ପୂଜା କରାଯାଏ। ମନ୍ଦିର ୪୧ ଦିନିଆ ମଣ୍ଡଳା ପୂଜା କାର୍ଯ୍ୟକ୍ରମ ପାଇଁ ଖୋଲାଯାଇଛି। […]

ଦେଶ ବିଦେଶ ମନୋରଞ୍ଜନ

ପଦ୍ମଶ୍ରୀ ନମିଳିବାରୁ ଦୁଃଖ ପ୍ରକାଶ କଲେ ସୋନୁ ସୁଦ୍, କହିଲେ-ଏପରି କାହିଁକି ହେଲା?

ମୁମ୍ବାଇ ୧୫/୧୧ : ଗତ ବର୍ଷ କରୋନା ମହାମାରୀ ହେତୁ ଲକଡାଉନରେ ଫସି ରହିଥିବା ଶ୍ରମିକ ଏବଂ ପ୍ରବାସୀକଙ୍କୁ ସୋନୁ ସୁଦ ସାହାଯ୍ୟ କରିଥିଲେ। ଯାହା ପରେ ସେ ବିଭିନ୍ନ ଉପାୟରେ ଲୋକଙ୍କୁ ସହାୟତା କରି ଆସୁଛନ୍ତି। ସେ ବର୍ତ୍ତମାନ ଗରିବ ଛାତ୍ରମାନଙ୍କୁ ଅଧ୍ୟୟନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଉପାୟରେ ସାହାଯ୍ୟ କରୁଛନ୍ତି। ଏହି କାରଣରୁ, ସେ ନିରନ୍ତର ଚର୍ଚ୍ଚାରେ ରହି ଆସିଛନ୍ତି ଏବଂ ରାଜ୍ୟ ଠାରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କିନ୍ତୁ […]