ପର୍ଯ୍ୟଟନ ରାଜ୍ୟ

ଜଳସ୍ତର ବୃଦ୍ଧି, ଆଜି ସନ୍ଧ୍ୟାରୁ ଖୋଲିବ ମନ୍ଦିର ଡ୍ୟାମ ଗେଟ

ରାଉରକେଲା: ମୌସୁମୀ ଅବଧି ଶେଷ ହେବା ପରେ ମନ୍ଦିରା ଡ୍ୟାମର ସମସ୍ତ ସ୍ପିଲୱେ ଫାଟକ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। କିନ୍ତୁ ଗତ ୩ ଦିନ ଧରି ଉପରମୁଣ୍ଡରେ ଲଗାତାର ଅଦିନିଆ ଲଗାଣ ବର୍ଷା ଲାଗିରହିବା ହେତୁ ମନ୍ଦିରା ଡ୍ୟାମକୁ ବହୁ ପରିମାଣର ଜଳ ପ୍ରବାହିତ ହେଉଛି। ମନ୍ଦିରା ଡ୍ୟାମ ଜଳଭଣ୍ଡାର ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆଜି ରାତିରେ ପୂର୍ଣ୍ଣ ଜଳଭଣ୍ଡାର ସ୍ତରରେ ପହଞ୍ଚିବାର ସମ୍ଭାବନା ରହିଛି। ତେଣୁ ଜଳଭଣ୍ଡାରର ସୁରକ୍ଷିତ ସ୍ତର ବଜାୟ […]

ପର୍ଯ୍ୟଟନ ରାଜ୍ୟ

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ଜାଣନ୍ତୁ କାହିଁକି?

କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ବନ୍ଦ କରିବାକୁ ଘୋଷଣା ହୋଇଛି । ବର୍ଷା ଓ କୁହୁଡି ଯୋଗୁଁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଶିମିଳିପାଳକୁ ବନ୍ଦ କରିବାକୁ ଘୋଷଣା ହୋଇଛି । ପାଗ ଶୁଖିଲା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଉଦ୍ୟାନ । ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍ସ ଘୋଷଣା କରିଛନ୍ତି । ତେବେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ ନଭେମ୍ବର ୧ ତାରିଖରେ ଶିମିଳିପାଳ ଅଭୟାରଣ୍ୟ […]

କଳା ଓ ସଂସ୍କୃତି ରାଜ୍ୟ

୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ପଞ୍ଚୁକରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ବେଶ

ପୁରୀ ୧୩/୧୧ : ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଆସନ୍ତା ରବିବାର ଏବଂ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପ ଜିଲ୍ଲାପାଳ । ଆସନ୍ତା ସୋମବାର ପଞ୍ଚୁକ ଆରମ୍ଭ ଏବଂ ଲକ୍ଷ୍ମୀ ନାରାୟଣ ବେଶ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏହା ସହିତ ରବିବାର ସାନିଟାଇଜେସନ ପାଇଁ ପୂର୍ବଭଳି ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ଆସନ୍ତା ସୋମବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ। ଏଥର […]

ଦେଶ ବିଦେଶ ମନୋରଞ୍ଜନ

ଆର୍ଯ୍ୟନଙ୍କ ଜନ୍ମଦିନରେ ୫୦୦ ଗଛ ଲଗାଇବାକୁ ପ୍ରତିଜ୍ଞା ନେଲେ ଜୁହି ଚାୱଲା

ମୁମ୍ବାଇ ୧୩/୧୧: ଆଜି ଆର୍ଯ୍ୟନ ଖାନ ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅଭିନେତ୍ରୀ ଜୁହି ଚାୱଲା ଆର୍ଯ୍ୟନଙ୍କ ପାଇଁ ଜନ୍ମଦିନ ବାର୍ତ୍ତା ଏବଂ ଉପହାର ସେୟାର କରିଛନ୍ତି। ସୂଚନା ଅନୁଯାୟୀ, ଜୁହି ଆର୍ଯ୍ୟନଙ୍କ ଜନ୍ମଦିନ ଅବସରରେ ୫୦୦ ଗଛ ଲଗାଇବାକୁ ପ୍ରତିଜ୍ଞା ନେଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଜୁହି ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଆର୍ଯ୍ୟନ୍, ସୁହାନା ଜୁହିଙ୍କ ପିଲା ଜାହ୍ନଭୀ, ଅର୍ଜୁନ ମେହେଟ୍ଟା ନଜର ଆସିଛନ୍ତି। ଫଟୋ […]

କଳା ଓ ସଂସ୍କୃତି ଦେଶ ବିଦେଶ

ମୋଦୀ କରିବେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ଉଦଘାଟନ, ଜାଣନ୍ତୁ ଏଥିରେ କଣ ହେବ ଖାସ୍

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ। ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପକୁ ଡିସେମ୍ବର ୧୩ ତାରିଖରେ ଉଦଘାଟନ କରିବେ । ଏହାକୁ ୟୁପି ନିର୍ବାଚନ ପୂର୍ବରୁ ସାରିବାକୁ କୁହାଯାଇଛି । ଡିସେମ୍ବର ୧୦ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ସେମାନେ ଦିନରାତି କାର୍ୟ୍ୟ କରୁଛନ୍ତି। କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ […]

ପର୍ଯ୍ୟଟନ ରାଜ୍ୟ

ଡିସେମ୍ବର ୧ରୁ ବାଲୁକା କଳା, କୋଣାର୍କ ଉତ୍ସବ-୨୦୨୧

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ ଆସନ୍ତା ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜନ ହେବ । ସେହିପରି କୋଣାର୍କ ପ୍ରେସ୍‌ କ୍ଲବ ପକ୍ଷରୁ ନଭେମ୍ବର ୩୦ରେ ସାଇକ୍ଲୋଥନ ଏବଂ ବସନ୍ତମଞ୍ଜରୀ ପାଠାଗାର ପକ୍ଷରୁ ୧ତାରିଖ ସକାଳେ ଗଣଦୌଡ଼ ଆୟୋଜନ ହେବ । ଏନେଇ ଗୁରୁବାର କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ପରେ ପର୍ଯ୍ୟଟନ ବିଭାଗର ପ୍ରମୁଖ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ୪ କୋଟି ଛୁଇଁଲା କୋଭିଡ୍ ଟିକାକରଣ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ବର ୧୨।୧୧: ରାଜ୍ୟରେ ୪ କୋଟି ଛୁଇଁଲା ଟିକାକରଣ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ଏହି ସୂଚନା ପ୍ରଦାନ କରାଯାଇଛି । ସେପଟେ ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ଟିକାକରଣ କେନ୍ଦ୍ର ୧୬୦୦ରୁ ବଢି ୨୪୦୦ ହୋଇଛି । ବିଶେଷ କରି ଗ୍ରାମାଞ୍ଚଳକୁ ଫୋକସ୍ କରି କେନ୍ଦ୍ର ଖୋଲା ଯାଉଛି […]

ଖେଳ ରାଜ୍ୟ

ଭାରତୀୟ ହକି ଟିମରେ ୩ ଓଡିଆ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ବର: ଜୁନିୟର ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତୀୟ ଟିମ୍‌ ୧୮ ଜଣିଆ ଦଳ ଘୋଷଣା କରିଛି । ଆଉ ଏହି ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବିବେକ୍ ସାଗର ପ୍ରସାଦଙ୍କ ନେତୃତ୍ୱାଧୀନ ଏହି ଟିମରେ ସୁନିଲ ଜୋଜୋ, ସୁଦୀପ ଚିରିମାକୋ ଓ ଅଭିଷେକ ଲାକ୍ରା ସ୍ଥାନ ପାଇଛନ୍ତି । ଓଡିଶାରେ ହେବ ଜୁନିୟର ହକି ମହାକୁମ୍ଭ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି […]

ଦେଶ ବିଦେଶ ମନୋରଞ୍ଜନ

ବିବାହକୁ ନେଇ କଙ୍ଗନା କଲେ ଖୁଲାସା , କହିଲେ ଖୁବ୍ ଶୀଘ୍ର ଜଣାଇବି ପାର୍ଟନର ବିଷୟରେ…

ମୁମ୍ବାଇ ୧୧।୧୧ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବର୍ତ୍ତମାନ କଣ୍ଟ୍ରୋଭର୍ସି କୁଇନ୍‌ ନାମରେ ଜଣାଶୁଣା । ଅଭିନୟ ଜଗତରେ ନିଜର ପରିଚୟ ସୃଷ୍ଟି କରିବା ପରେ ଆଗାମୀ ଦିନରେ ନିଜକୁ ଜଣେ ମହାନ ପତ୍ନୀ ଏବଂ ମା ଭାବରେ ଦେଖିବାକୁ ଚାହୁଁଛନ୍ତି। ଏହିସବୁ କଥା ଅଭିନେତ୍ରୀ ନିଜେ ଲୋକଙ୍କୁ କହିଥିଲେ ଯେ ସେ ତାଙ୍କ ଜୀବନକୁ ବିବାହିତ ଏବଂ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ପିଲାମାନଙ୍କ ସହିତ ଦେଖିବାକୁ ଚାହାନ୍ତି । ଏହା ବ୍ୟତୀତ ସେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପୋଷା କୁକୁର ଚିହ୍ନଟ ହେଲା କରୋନା ପଜିଟିଭ୍

ନୂଆଦିଲ୍ଲୀ: ପୋଷା କୁକୁର ଚିହ୍ନଟ ହୋଇଛି କରୋନା ପଜିଟିଭ୍ । ଏହି ମାମଲା ବ୍ରିଟେନରୁ ଚିହ୍ନଟ ହୋଇଛି । ବୁଧବାର ଦିନ ଏକ ବୟାନରେ ୟୁକେର ମୁଖ୍ୟ ପଶୁ ଚିକିତ୍ସକ ଏନେଇ ସୂଚନା ଦେଇଛନ୍ତି । ଏବେ ବିଦେଶରେ ପୋଷା ଜୀବଜନ୍ତୁଙ୍କ ଠାରେ କୋଭିଡ୍ ବ୍ୟାପୁଥିବା ଦେଖିବାକୁ ମିଳୁଛି । ଏନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହାକୁ ନେି ନାନା ପ୍ରକାର ଅନୁସନ୍ଧାନ ଜାରି ରହିଛି । ପଶୁ ଚିକିତ୍ସକଙ୍କ କହିବାନୁସାରେ, ନଭେମ୍ବର ୩ ତାରିଖ […]