ଦିଲ୍ଲୀ ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ ସମାଲୋଚନା: ବୟସ୍କମାନେ ଘରେ ଥାଇ କାମ କରିବେ ଆଉ ପିଲା ସ୍କୁଲ୍ ଯିବେ?
ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ପ୍ରତି ପ୍ରଦୂଷଣଜନିତ ବିପଦ ଥିବା ବେଳେ ସ୍କୁଲ୍ ଖୋଲିଥିବାରୁ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି, ବୟସ୍କମାନେ ଘରେ ଥାଇ କାମ କରିବେ ଆଉ ପିଲା ସ୍କୁଲ୍ ଯିବେ? ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମ୍ବନ୍ଧୀୟ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଏନ୍ଭି ରମନା କହିଛନ୍ତି, ସତରେ ଆମେ ଅଦାଲତରେ ଆପଣଙ୍କ ବିବୃତି ସବୁକୁ ଗୁରୁତ୍ବର ସହ ଗ୍ରହଣ କରୁଛୁ। ଆପଣ କହିଥିବା ଗୋଟାଏ କଥା ହେଉଛି , ସ୍କୁଲ୍ […]