ଖେଳ ଦେଶ ବିଦେଶ

କେପ୍‌ଟାଉନ୍‌ ଟେଷ୍ଟ୍‌ ଆଜିଠୁ: କୋହଲି ଫେରିବେ, ସିରାଜଙ୍କ ସ୍ଥାନରେ ଈଶାନ୍ତ!

କେପ୍‌ଟାଉନ୍: ଭାରତର ଅନ୍ତିମ ଦୁର୍ଗ ଦଖଲ ଅଭିଯାନରେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମ୍ ବଡ଼ ବାଧା ଭାବେ ଉଭା ହୋଇଛି। ଏଠାରେ କିନ୍ତୁ ଭାରତ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି। ଦକ୍ଷିଣ ଆଫ୍ରିକାର ଏହି ଷ୍ଟାଡିୟମ୍‌ରେ ଭାରତ ପୂର୍ବରୁ କେବେବି କୌଣସି ଟେଷ୍ଟ୍ ଜିତି ନଥିଲା ବେଳେ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ଟେଷ୍ଟ୍‌ ଜିତିଲେ ଭାରତ ତା’ର ୯୦ ବର୍ଷର ଟେଷ୍ଟ୍ ଇତିହାସରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିପାରିବ। ଏଥିଲାଗି କିନ୍ତୁ କୋହଲି […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କରିଛନ୍ତି। ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ ଭିଡ଼ ଜମାଇଥାନ୍ତି। ସେମାନେ ବୁଡ଼ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ମକର ମେଳାର ଆୟୋଜନକୁ ବି ବାରଣ କରାଯାଇଛି। ଏଥିରେ ଅବହେଳା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସଂକ୍ରମଣ ବଢ଼ୁଛି, କଟକଣା ବି: ହରିୟାଣାରେ ସ୍କୁଲ ବନ୍ଦ, ଆନ୍ଧ୍ରରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ସଂକ୍ରମଣ ବଢ଼ିବା ସହ ବିଭିନ୍ନ ରାଜ୍ୟମାନଙ୍କରେ କଟକଣା କଡ଼ାକଡ଼ି ହେଉଛି। ଦିଲ୍ଲୀରେ ଲଗାତାର ଭାବେ ସଂକ୍ରମଣ ବଢ଼ିବାରୁ ରେସ୍ତୋରାଁରେ ଖାଇବା ବନ୍ଦ କରାଯାଇଛି। କିନ୍ତୁ ରେସ୍ତୋରାଁ ଗୁଡ଼ିକରେ ହୋମ୍‌ ଡେଲିଭରି ପାଇଁ ଅନୁମତି ରହିଛି। ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ନାଇଟ୍‌ କର୍ଫ୍ୟୁ କରିଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଗତ ୫ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ଅଚାନକ ବଢ଼ିଯିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି […]

ଦେଶ ବିଦେଶ ମନୋରଞ୍ଜନ

ରଣବୀର କପୁରଙ୍କ କେଉଁ ଗର୍ଲଫ୍ରେଣ୍ଡ୍, ରାଗିଲେ ଭାଙ୍ଗି ଦିଅନ୍ତି ତାଙ୍କର ସବୁ ଆୱାର୍ଡ! ନିଜେ କଲେ ଖୁଲାସା

ମୁମ୍ବାଇ ୧୧/୦୧ : ରଣବୀର କପୁର ଆଜିକାଲି ନିଜ ଫିଲ୍ମ ସହ ଆଲିଆ ଭଟ୍ଟଙ୍କ ସହ ରିଲେସନସିପକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ୩ବର୍ଷ ହେବ ସେ ଆଲିଆଙ୍କୁ ଡେଟ୍ କରୁଛନ୍ତି। ଆଉ ଦୁହେଁ ନିଜ ପ୍ରେମକୁ ସାର୍ବଜନୀନ ବି କରି ଦେଇଛନ୍ତି। ଆଲିଆଙ୍କ ପୂର୍ବରୁ ରଣବୀର ଅନେକଙ୍କ ସହ ରିଲେସନସିପରେ ଥିଲେ। କିନ୍ତୁ ଅଧିକ ଚର୍ଚ୍ଚା ଦୀପିକା ପାଦୁକୋନ୍ ଓ କ୍ୟାଟ୍ରିନା କୈଫଙ୍କୁ ନେଇ ହୁଏ। ରଣବୀର ସାକ୍ଷାତକାର କିମ୍ବା ଚାର୍ଟ ଶୋ’ରେ ନିଜ ବ୍ୟକ୍ତିଗତ […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କୋଭିଡ ସଂକ୍ରମିତ ହେଲେ ସ୍ୱର ସାମ୍ରାଜ୍ଞୀ: ଅବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ମୁମ୍ୱାଇ ୧୧/୦୧: କରୋନା କବଳରେ ସାରା ବିଶ୍ୱ । ପୂରା ଦୁନିଆକୁ କଲବଲ କଲାଣି ଏହି ମହାମାରୀ । ତେବେ ଏଥିରୁ ବାଦ ପଡିନାହାନ୍ତି ଜଣାଶୁଣା ଅଭିନେତା, ଅଭିନେତ୍ରୀ ତଥା ରଜନେତା । ଏବେ ଏହି ଲିଷ୍ଟର ସାମିଲ ହୋଇଛନ୍ତି ବଲିଉଡର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ତାଙ୍କ ଠାରେ କୋଭିଡ ଥିବା ସ୍ପଷ୍ଟ ହୋଇଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାରର ଜଣେ […]

ମନୋରଞ୍ଜନ ରାଜ୍ୟ

ନାୟିକାରୁ ପ୍ରଯୋଜିକା ବନିଲେ ଝିଲିକ୍

ଭୁବନେଶ୍ୱର: ଲୋକପ୍ରିୟ ନାୟିକା ଝିଲିକ୍ ନାୟିକାରୁ ପ୍ରଯୋଜିକା ବନିଛନ୍ତି। ସେ ଏବେ ‘ରୁଦ୍ରାଣୀ’ ଶୀର୍ଷକରେ ଏକ ଓଡ଼ିଆ ଛବିର ପ୍ରଯୋଜନା କରୁଛନ୍ତି। ‘ରୁଦ୍ରାଣୀ’ ଜରିଆରେ ଝିଲିକ୍ ଭଟ୍ଟାଚାର୍ଜୀ ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଏଥିରେ ତାଙ୍କୁ ଶୀର୍ଷକ ଭୂମିକାରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶକ ହେଲେ କେ ମୁରଲୀକ୍ରିଷ୍ଣା। ଆଗରୁ ତାଙ୍କ ନିର୍ଦ୍ଦେଶନାରେ ଝିଲିକ ଓଡ଼ିଆ ତିନିଟି ଛବିରେ କାମ କରିଛନ୍ତି। ସେଗୁଡ଼ିକ ହେଲା,‘ଜଗା ହାତରେ ପଘା’,‘ଅଗସ୍ତ୍ୟ’ ଏବଂ ‘ବେବି’। ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ […]

ଖେଳ ଦେଶ ବିଦେଶ

ସପ୍ତାହାନ୍ତ କର୍ଫ୍ୟୁରେ କ୍ରିକେଟ ଖେଳିହେବ କି? ପୁଲିସ କହିଲା ଖେଳିବ ଯଦି ଧରିବୁ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଦୁନିଆରେ, ବେଳେବେଳେ କିଛି ପୋଷ୍ଟ ଖୁବ ଭାଇରାଲ ହୋଇଥାଏ | ଏଥର ଦିଲ୍ଲୀ ପୁଲିସର ଏକ ସୋସିଆଲ ମିଡିଆ ପୋଷ୍ଟ ଖୁବ ଭାଇରାଲ ହେଉଛି। ବାସ୍ତବରେ, କୋଭିଡ କାରଣରୁ ଦିଲ୍ଲୀରେ ସପ୍ତାହାନ୍ତ ପାଇଁ ବିଶେଷ ପ୍ରତିବନ୍ଧକ ଲାଗୁ କରାଯାଇଛି | ଯେଉଁମାନେ ଘରୁ ବାହାରକୁ ଆସୁଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ କରାଯାଉଛି | ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଘରୁ ବାହାରକୁ ଯିବାକୁ ଏକ ଅଦ୍ଭୁତ ପ୍ରଶ୍ନ ପଚାରିଥିଲେ | ଯାହାକୁ ସୋସିଆଲ ମିଡିଆରେ […]

କଳା ଓ ସଂସ୍କୃତି ଦେଶ ବିଦେଶ

ଯାହାର ଦମ ଥିବ ସିଏ ମଥୁରାରେ ମନ୍ଦିର ଗଢିବ, ଭଗବାନ ଜାଣିଛନ୍ତି କିଏ କ’ଣ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇ ଉଠିଛି । ରାଜନୈତିକ ବୟାନବାଜି ଭିତରେ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ଶାସକ-ବିରୋଧୀଙ୍କ ବାକ୍ୟ ବାଣ ସଂକେତ ଦେଉଛି ଯେ, ଏଥର ଆଉ ଏକପାଖିଆ ହେବନି ଉତ୍ତରପ୍ରଦେଶ ନିର୍ବାଚନ । ଘମାଘୋଟ ଲଢେଇ ହେବ, କିଏ ବାଜି ଜିତିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହେବ । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, […]

ଖେଳ ଦେଶ ବିଦେଶ ମନୋରଞ୍ଜନ

ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ କେତେ କୋଟି ଟଙ୍କା ନିଅନ୍ତି ବିରାଟ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ଅଧିନାୟକ ବିରାଟ କୋହଲି ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଯାହା ବି ପୋଷ୍ଟ କରନ୍ତି ପ୍ରଶଂସକ ସଙ୍ଗେ ସଙ୍ଗେ ତା’ ଉପରେ ‘ଲାଇକ୍’ର ବର୍ଷା କରିଦିଅନ୍ତି। ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଏଭଳି ଗୋଟିଏ ପୋଷ୍ଟରୁ କୋହଲି ଯେତେ ଟଙ୍କା ରୋଜଗାର କରନ୍ତି, ତାହା ଅନେକ ସେଲିବ୍ରିଟିଙ୍କ ବାର୍ଷିକ ରୋଜଗାରଠାରୁ ବି ଅଧିକ। ଯଦି ଇନ୍‌ଷ୍ଟାଗ୍ରାମ ପୋଷ୍ଟ କଥା ପଡ଼େ, ତାହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ […]

କଳା ଓ ସଂସ୍କୃତି ଦେଶ ବିଦେଶ

କାଶୀ ବିଶ୍ବନାଥ ଧାମର ସେବାୟତଙ୍କ ପାଇଁ ୧୦୦ ହଳ ଝୋଟ-ନିର୍ମିତ ଚପଲ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀ ଅନ୍ତର୍ଗତ କାଶୀ ବିଶ୍ବନାଥ ଧାମର ସେବାୟତଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ ହଳ ଝୋଟରେ ତିଆରି ହୋଇଥିବା ଚପଲ ପଠାଇଛନ୍ତି। ସରକାରୀସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, କାଶୀ ବିଶ୍ବନାଥ ଧାମ କରିଡର୍‌ ଉଦ୍‌ଘାଟନ ନିମନ୍ତେ ବାରାଣସୀ ଗସ୍ତ ସମୟରେ ମନ୍ଦିର ପରିସରରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଅଧିକାଂଶ ସେବାୟତ ଖାଲି ପାଦରେ କାର୍ଯ୍ୟ କରୁଥିବା ଦେଖିଥିଲେ। ଏହାର କାରଣ ହେଲା, ଚମଡ଼ା ଅଥବା ରବର ନିର୍ମିତ ଜୋତାଚପଲ […]