ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବ୍ୟାପୁଛି ସଂକ୍ରମଣ, ଦୁଇ ସପ୍ତାହ ପାଇଁ ସ୍ଥଗିତ ରହିଲା ଅଫଲାଇନ ପରୀକ୍ଷା

ସମ୍ୱଲପୁର ୧୪/୦୧: ସାରା ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାରି ଭିତରେ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କଠୋର କଟକଣା ଲଗାଯାଉଛି । ଏବେ ସ୍ଥିତିକୁ ନଜରରେ ରଖି ପ୍ରଶାସନ୨ ସପ୍ତାହ ପାଇଁ ସ୍ଥଗିତ ରଖିଛି ବୁର୍ଲା ଭିମସାର ଏମ.ବି.ବି.ଏସ୍ ଅଫଲାଇନ ପରୀକ୍ଷା । କରୋନାର ଦୃତ ସଂକ୍ରମଣକୁ ଦେଖି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଆଗକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଲେ ଭିମସାର ନିର୍ଦେଶକ ପ୍ରଫେସର ଲଳିତ ମେହେର […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶର ପ୍ରଥମ ସାନିଟାରି ନାପକିନ ମୁକ୍ତ ଗାଁ ହେବ କୁମ୍ବଲାଙ୍ଗୀ, ବଣ୍ଟା ହେଲା ୫ହଜାର ମେନଷ୍ଟୁରାଲ କପ୍

ନୂଆଦିଲ୍ଲୀ ୧୩/୦୧ : ସାକ୍ଷରତା ସହିତ ଅନେକ କ୍ଷେତ୍ରରେ କେରଳ ଦେଶରେ ଆଗୁଆ ରହିଛି। ତେବେ ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲାରେ ଏବେ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି । ଜିଲ୍ଲାର କୁମ୍ବଲାଙ୍ଗୀ ଗାଁ ଦେଶର ପ୍ରଥମ ସାନିଟାରି ନ୍ୟାପକିନ ମୁକ୍ତ ଗାଁ ହେବାକୁ ଯାଉଛି। ଏହି ଗାଁରେ ୧୮ ବର୍ଷରୁ ଅଧିକ ମହିଳାମାନଙ୍କୁ ୫ ହଜାର ମେନଷ୍ଟୁରାଲ କପ(ମାସିକ ଋତୁସ୍ରାବ ସମୟରେ ବ୍ୟବହୃତ ସାମଗ୍ରୀ) ବଣ୍ଟାଯାଉଛି। ଏହାକୁ ମାସିକ ଋତୁସ୍ରାବ ସମୟରେ ବ୍ୟବହାର କରାଯାଇପାରିବ। କେରଳର ରାଜ୍ୟପାଳ […]

ଦେଶ ବିଦେଶ ମନୋରଞ୍ଜନ

ସାମନ୍ଥାଙ୍କ ଠାରୁ ଛାଡପତ୍ର ନେଇ ଖୁସି ଅଛନ୍ତି ନାଗା ଚୈତନ୍ୟ , କହିଲେ- ଏହା ଠିକ୍‌ ନିଷ୍ପତ୍ତି ଥିଲା

ନୂଆଦିଲ୍ଲୀ୧୩।୦୧ : ସାଉଥ୍ ଫିଲ୍ମ ଷ୍ଟାର୍ ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ଦୁହେଁ ବହୁ ଚର୍ଚ୍ଚିତ ଯୋଡି ଥିଲେ । ପ୍ରଶଂସକ ପାଇଁ ଦୁହେଁ ଖୁବ୍ ଲୋକପ୍ରିୟ ଥିଲେ । ଦୁହିଁଙ୍କ ବିବାହ ବିଚ୍ଛେଦ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ବର୍ତ୍ତମାନ ଏବେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, କିନ୍ତୁ ଦୀର୍ଘ ସମୟ ପରେ ନାଗାଙ୍କ ପକ୍ଷରୁ ଏହି ମାମଲାରେ କିଛି […]

ରାଜ୍ୟ ସ୍ୱାସ୍ଥ୍ୟ

ବୌଦ୍ଧ, ଗଞ୍ଜାମ ସମେତ ଏସବୁ ଜିଲ୍ଲାରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ,ବୌଦ୍ଧ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଅନୁଗୁଳ ରହିଛି। ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଆସନ୍ତା ୨୪ଘଣ୍ଟା […]

ଖେଳ ରାଜ୍ୟ

ମେୟର ଲଢେଇ ପାଇଁ ମଇଦାନ ଖୋଲା: କାହା ଭାଉ କେତେ…ବାରବାଟୀ ବନାମ ଚୌଦ୍ବାର?

କଟକ: ପ୍ରଥମ ଥର ପାଇଁ କଟକ ମେୟର ପଦବି ପାଇଁ ହେବ ସିଧାସଳଖ ନିର୍ବାଚନ। ପୂର୍ବରୁ ୩ଟି କାଉନସିଲରେ ମେୟର ଓ ଡେପୁଟି ମେୟର ପଦବି ପାଇଁ ପରୋକ୍ଷ ନିର୍ବାଚନ ହୋଇଥିଲା। ଅର୍ଥାତ କର୍ପୋରେଟରମାନେ ବାଛିଥିଲେ ମେୟର ଓ ଡେପୁଟି ମେୟର। ଏଥର ମେୟର ପାଇଁ ଯଦିଓ ପ୍ରତ୍ୟକ୍ଷ ନିର୍ବାଚନ ହେବ, ଡେପୁଟି ମେୟର ପଦବି ପାଇଁ ପୂର୍ବଭଳି ପରୋକ୍ଷ ନିର୍ବାଚନ ହେବ। କର୍ପୋରେଟରମାନେ ବାଛିବେ ଡେପୁଟି ମେୟର। କଟକ ମେୟର ପଦବି ଏଥର ଅସଂରକ୍ଷିତ ରହିଛି। […]

ଖେଳ ଦେଶ ବିଦେଶ

ଜାତୀୟ ମହିଳା ହକି ଦଳରୁ ଲିଲିମା ମିଞ୍ଜଙ୍କ ଅବସର ଘୋଷଣା: କହିଲେ- ଓଡ଼ିଶା ହକିର ଉନ୍ନତି ପାଇଁ ଜାରି ରଖିବେ କାମ

ଭୁବନେଶ୍ବର: ଓଡିଆ ଖେଳାଳି ଲିଲିମା ମିଞ୍ଜ ଜାତୀୟ ମହିଳା ହକି ଦଳରୁ ଅବସର ଘୋଷଣା କରିଛନ୍ତି। ଟୁଇଟ୍ କରି ଲିଲିମା ଅବସର ବାବଦରେ ସୂଚନା ଦେଇଛନ୍ତି । ଟୁଇଟରେ ସେ ଲେଖିଛନ୍ତି ଗତ ଦଶନ୍ଧି ତାଙ୍କ ପାଇଁ ସ୍ୱତନ୍ତ୍ର । ଏହି ସମୟରେ ଭାରତୀୟ ଦଳରେ ସାମିଲ ହୋଇ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା । ଯେଉଁ ସମୟରେ ମହିଳା ହକି ଦଳ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା,ସେହି ସମୟରେ ଦଳର ସାମିଲ ହୋଇଥିବାରୁ ଗୌରବାନ୍ୱିତ […]

ଧର୍ମ ରାଜ୍ୟ

ମକର ସଂକ୍ରାନ୍ତିରେ ବନ୍ଦ ହେବ ମା ତାରିଣୀଙ୍କ ମନ୍ଦିର, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି

ଘଟଗାଁ ୧୩।୦୧: ବନ୍ଦ ରହିବ ଘଟଗାଁ ମା ତାରିଣୀଙ୍କ ମନ୍ଦିର । ମକର ସଂକ୍ରାନ୍ତିରେ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ପ୍ରେସ୍‌ମିଟ୍‌ ଜରିଆରେ ନିର୍ଦ୍ଦେଶନାମା ଜାରି କରିଛି ମନ୍ଦିର ପ୍ରଶାସନ । ଖବର ଅନୁଯାୟୀ, ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯାହାକି ଏକ ଚିନ୍ତାଜନକ ବିଷୟ । ତେବେ ଗୋଟିଏ ପଟେ ସଂକ୍ରମଣ ବଢୁଥିବା ବେଳେ ପୂଜାପାର୍ବଣ ଆସୁଛି । ଏହି ସବୁ ସମୟରେ ମନ୍ଦିରମାନଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ଗୋଆରେ ପଡିବ ମୌନି-ସୁରଜଙ୍କ ହାତଗଣ୍ଠି ! ଚାଲିଛି ବିବାହର ପ୍ରସ୍ତୁତି

ନୂଆଦିଲ୍ଲୀ ୧୩।୦୧ : ଗତ କିଛି ଦିନ ହେବ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବିବାହର ଋତୁ ଚାଲିଛି । ଟେଲି ଜଗତରୁ ଆରମ୍ଭ କରି ଫିଲ୍ମର ଅନେକ ତାରକା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏହି ସବୁ ଲିଷ୍ଟରେ ବର୍ତ୍ତମାନ ଟିଭି ଏବଂ ଫିଲ୍ମ ଅଭିନେତ୍ରୀ ମୌନି ରାୟଙ୍କ ନାମ ଆଗକୁ ଆସିଛି । ଖବର ଆସିଛି ଯେ ସେ ମଧ୍ୟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଦୁବାଇର ବିଜନେସମ୍ୟାନ୍ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆମ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି, ରାଜ୍ୟ ଗ୍ରନ୍ଥାଗାର କର୍ତ୍ତୃପକ୍ଷ ଏହାର ଉତ୍ତର ରଖନ୍ତୁ

ଭୁବନେଶ୍ୱର ୧୩।୦୧: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ସମ୍ମୁଖରେ ଉତ୍ତେଜନା। ଲାଇବ୍ରେରୀ ବନ୍ଦ ହେବାକୁ ନେଇ ଗ୍ରନ୍ଥାଗାର ସମ୍ମୁଖରେ ଧାରଣା ଦେଲେ ପାଠକ ପାଠିକା । ଲାଇବ୍ରେରୀ କର୍ତ୍ତୃପକ୍ଷ ଏହାର ଉତ୍ତର ରଖନ୍ତୁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ସେମାନଙ୍କର ମୁଖ୍ୟ ଦାବି ହେଉଛି ଯେ, ଯଦି ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି , ପ୍ରେକ୍ଷାଳୟରେ ଫିଲ୍ମ ଚାଲିପାରୁଛି, ସୂଚନା ଭବନ ଗ୍ରନ୍ଥାଗାରରେ ପାଠ ପଢି ହେଉଛି । ତେବେ ହଠାତ ନୋଟିସ କରି […]

ମନୋରଞ୍ଜନ ରାଜ୍ୟ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି

ଭୁବନେଶ୍ବର/ କଟକ : ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଜୀବନର ରଙ୍ଗମଞ୍ଚରେ ନିଜର ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ଆଜିି ଅପରାହ୍‌ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ମିହିର ଦାସ। ମୃତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର ୬୩ ବର୍ଷ ହୋଇଥିଲା। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ […]