ଦେଶ ବିଦେଶ ସ୍ୱାସ୍ଥ୍ୟ

ବୁଷ୍ଟର ଡୋଜ୍ ନେଲେ ବାଚସ୍ପତି, ବିଧାନସଭା ପରିସରରେ ନେଲେ ପ୍ରତିଷେଧକ ଟିକା

ଭୁବନେଶ୍ୱର ୧୦/୦୧: ଆଜିଠୁ ଆରମ୍ଭ ହୋଇଛି ସାରା ଦେଶରେ ବୁଷ୍ଟର ଡୋଜ୍ । କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିମାନେ ଏହି ପ୍ରିକସନ ଟିକା ନେଇପାରିବେ । ଆଜିଠୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ରାଜ୍ୟରେ ଆଗଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଏହି ବୁଷ୍ଟର ଡୋଜ୍ । ଏହା ବାଦ୍ ଯେଉଁମାନଙ୍କର ଦୁଇଟି ଡୋଜ୍ ଟିକା ନେବାର ୯ ମାସ ପୂରଣ ହୋଇଥିବା ସେହିମାନେ ବୁଷ୍ଟର ଡୋଜ ନେଇପାରିବେ । ଏହାରି ଭିତରେ ରାଜ୍ୟରେ […]

ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍‌ ଭୟରେ ବିଷ ପିଇ ମାଆ ଓ ପୁଅ ମୃତ

ଚେନ୍ନାଇ ୧୦/୦୧; ବର୍ଷ ପରେ ବର୍ଷ ବିତିବାରେ ଲାଗିଛି, କିନ୍ତୁ କୋଭିଡ୍‌ର ଭୟ ଲୋକଙ୍କ ମନରୁ ଯେମିତି କମିବାର ନାଁ ନେଉନି। କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏବେ କରୋନା ଭୟରେ ଲୋକେ ଆତ୍ମହତ୍ୟା କରୁଥିବା ଖବର ସାମ୍ନାକୁ ଆସିଛି। ତାମିଲନାଡୁ ମଦୁରାଇର ଜଣେ ୨୩ ବର୍ଷୀୟ ମହିଳା ଏବଂ ତାଙ୍କ ୩ ବର୍ଷର ପୁଅ କୋଭିଡ୍‌ ସଂକ୍ରମଣ ଭୟର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପିରବାରର ୫ ଜଣ ସଦସ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ହ୍ରିତିକଙ୍କ ଲାଇଫରେ ଏଣ୍ଟ୍ରି ମାରିଲେ ଜଣେ ନୂଆ ମେମ୍ବର: ଏବେ ସେ ତାଙ୍କ ପ୍ରେମରେ, ଜନ୍ମଦିନରେ ଜାଣନ୍ତୁ ବିଶେଷ କଥା…

ମୁମ୍ବାଇ ୧୦/୧: ସେ ହେଉଛନ୍ତି ବଲିଉଡ୍ ର କ୍ରିସ୍। ଆଉ ସେ ତାଙ୍କ ଡ୍ୟାନ୍ସିଂ ଅନ୍ଦାଜ ପାଇଁ ବଲିଉଡରେ ଧୁମ୍ ମଚେଇଛନ୍ତି। ସବୁ ଚରିତ୍ରରେ ସେ ପୂରା ପରଫେକ୍ଟ। ସେ ହେଉଛନ୍ତି ବଲିଉଡ୍ ର ହ୍ୟାଣ୍ଡସମ୍ ହଙ୍କ୍ ତଥା ବଲିଉଡ୍ ଡ୍ୟାନ୍ସିଂ ଷ୍ଟାର ହ୍ରିତିକ୍ ରୋଶନ। ନିଜ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ସ୍ଥାନ ସୃଷ୍ଟି କରିପାରିଛନ୍ତି। ଆଜି ତାଙ୍କ ଜନ୍ମ ଦିନ। ହ୍ରିତିକ୍‌ ଆଜି ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କୋଭିଡ୍ ପଜିଟିଭ୍ ଜାହ୍ନବୀ କପୁର ! ଅଭିନେତ୍ରୀ ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ୧୦।୦୧: ନିକଟରେ ବଲିଉଡ ଅଭିନେତା ଅର୍ଜୁନ କପୁର, ଅନସୁଲା କପୁର, ରିୟା କପୁର ଏବଂ ସମେତ ଅନେକ କଳାକାର କୋଭିଡ ସଂକ୍ରମିତ ହୋଇଛନ୍ତି । ଏବେ ଅଭିନେତ୍ରୀ ଜାନଭୀ କପୁର ତାଙ୍କ ଫଟୋ ସେୟାର କରି ପ୍ରଶଂସକଙ୍କୁ ଟେନସନ ଦେଇଛନ୍ତି। ନିକଟରେ ଜାନଭୀ କପୁର ତାଙ୍କର ଏକ ଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ସେ ପାଟିରେ ଥର୍ମୋମିଟର ଲଗାଉଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଦେଖି ପ୍ରଶଂସକମାନଙ୍କ ମନରେ ପ୍ରଶ୍ନ ଉଠିଛି କି କଣ ସେ […]

ରାଜ୍ୟ ସ୍ୱାସ୍ଥ୍ୟ

ଦେବଗଡ ଜିଲ୍ଲାରେ ବଢିଲା କୋଭିଡ୍ ସଂକ୍ରମଣ, ସ୍ଥାନାନ୍ତରିତ ହେଲା ଦୈନିକ ପରିବା ବଜାର

ଦେବଗଡ ୧୦।୧: କିଛି ଦିନ ହେବ ଦେବଗଡ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ ଏବେ ପୁଣି ବଢିବାରେ ଲାଗିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଦେବଗଡ ପୌରପରିଷଦ ପକ୍ଷରୁ ଦୈନିକ ବଜାରକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ସହର ମଧ୍ୟରେ ଥିବା ଦୈନିକ ବଜାରକୁ ପ୍ରଧାନପାଟ ଜଳପ୍ରପାତ ରାସ୍ତା ଓ ରଥଦାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଜନସମାଗମକୁ ନିୟନ୍ତ୍ରିତ କରିବା ପାଇଁ ଦୈନିକ ବଜାରକୁ ଦୁଇଟି ଅଲଗା ଅଲଗା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି […]

ରାଜ୍ୟ ସ୍ୱାସ୍ଥ୍ୟ

କାଲି ଚିହ୍ନଟ ହୋଇଥିବା ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଲୋକାଲ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସବୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି ସେହିପରି ଓଡ଼ିଶାରେ ମଧ୍ୟ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଗତକାଲି ଚିହ୍ନଟ ହୋଇଥିବା ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୮ ଜଣଙ୍କର ଫରେନ୍ ଟ୍ରାଭେଲ୍ ହିଷ୍ଟ୍ରି ଅଛି ଓ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ସରିଛି । ପ୍ଲାଟୋ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଇଲା ଆଉ ଏକ ନୂତନ ଭାରିଆଣ୍ଟ୍ ‘ଡେଲ୍ଟାକ୍ରାନ୍’, ଓମିକ୍ରନ ଓ ଡେଲଟାର ମିଶ୍ରିତ ରୂପ ହେଉଛି ଏହି ଷ୍ଟ୍ରେନ୍

ନୂଆଦିଲ୍ଲୀ: କରୋନାର ନୂଆ ନୂଆ ଭାରିଆଣ୍ଟ୍ ସାମନାକୁ ଆସିବାରେ ଲାଗିଛି । ଯାହାଫଳରେ ମହାମାରୀକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ସାଇପ୍ରସ୍ ପକ୍ଷରୁ ହୋଇଥିବା ଅଧ୍ୟୟନ ମୁତାବକ, ଓମିକ୍ରନ୍ ଓ ଡେଲଟାର ମିଶ୍ରଣରେ ଆଉ ଏକ ନୂତନ ଭାରିଆଣ୍ଟ୍ ଉତ୍ପନ୍ନ ହୋଇଛି । ତେବେ ଓମିକ୍ରନ୍ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ସଂକ୍ରାମକ ଭାରିଆଣ୍ଟ୍ ହୋଇଥିବା ବେଳେ ଡେଲଟା ଭାରିଆଣ୍ଟ୍ ଗତ ବର୍ଷ ଅନେକ ଦେଶରେ ମାରାତ୍ମକ ଭାବରେ ବ୍ୟାପିଚାଲିଥିଲା । ଆଉ ଏହି ଦୁଇ ଭାରିଆଣ୍ଟ୍ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀମନ୍ଦିରରେ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଭକ୍ତ, ଦର୍ଶନ ପାଇଁ କିଓସ୍କ ଭାଙ୍ଗି ପଶିଗଲେ

ପୁରୀ : ଆଜିଠାରୁ ୨୨ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଆଗୁଆ ଦର୍ଶନ ପାଇଁ ପୁରୀ ବଡ଼ଦାଣ୍ଡରେ ଶନିବାର ଦିନ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଏତେ ବଢ଼ିଯାଇଥିଲା ଯେ ସନ୍ଧ୍ୟା ବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। କୋଭିଡ୍ ଯାଞ୍ଚ ପାଇଁ ରହିଥିବା କିଓସ୍କ ଭାଙ୍ଗି ଭକ୍ତମାନେ ଜୋର ଜବରଦସ୍ତ ଶ୍ରୀମନ୍ଦିରରେ ପଶିଯାଇଥିଲେ। ସେମାନେ କୌଣସି କଟକଣା ମାନିବା ପାଇଁ ପ୍ରସ୍ତୁତ ନଥିଲେ। ଯେଉଁଥିପାଇଁ ‌ବିନା ଯାଞ୍ଚରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରରେ […]

ରାଜ୍ୟ ସ୍ୱାସ୍ଥ୍ୟ

ରେଡ୍ ଜୋନରେ ସମ୍ବଲପୁର: କଟକ ଓ ଝାରସୁଗୁଡ଼ା ସାମିଲ ହେଲା ୟେଲୋ ଜୋନରେ

ଭୁବନେଶ୍ବର: ଆଜି ସମ୍ବଲପୁରରୁ ୪୩୭ ଜଣ କରୋନା ପଜିଟିଭ୍ ବାହାରିବା ପରେ ଏହା ରେଡ୍ ଜୋନରେ ସାମିଲ ହୋଇଥିବା ଜଣାଯାଇଛି। ଏଣେ କଟକ ଓ ଝାରସୁଗୁଡ଼ା ଜିଲ୍ଲା ୟେଲୋ ଜୋନରେ ସାମିଲ ହୋଇଛି। ଆଜି କଟକରେ ୩୬୦ ଓ ଝାରସୁଗୁଡ଼ାରେ ୧୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ […]

ଦେଶ ବିଦେଶ ପର୍ଯ୍ୟଟନ

ବ୍ରାଜିଲ୍‌ ଜଳପ୍ରପାତରୁ ବାହାରି ଥିବା ହ୍ରଦରେ ଥିବା ୨ଟି ବୋଟ୍‌ରେ ପଡ଼ିଲା ପ୍ରକାଣ୍ଡ ପଥରଖଣ୍ଡ; ୭ ମୃତ, ୯ ଆହତ

ନୂଆଦିଲ୍ଲୀ: ଶନିବାର ଦିନ ବ୍ରାଜିଲ୍‌ ଅନ୍ତର୍ଗତ ସୁଲ୍‌ ମିନାସ୍‌ ଜଳପ୍ରପାତରୁ ବାହରି ଥିବା ହ୍ରଦରେ ଦୁଇଟି ମୋଟର୍‌ ବୋଟ୍‌ ଉପରେ ପର୍ବତରୁ ପ୍ରକାଣ୍ଡ ପଥରଖଣ୍ଡ ଧସି ପଡ଼ିବାରୁ ଅନ୍ୟୂନ ୭ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୯ଜଣ ଆହତ ହୋଇଛନ୍ତି। ମିନାସ୍‌ ଜେରାଇସ୍‌ ପ୍ରଦେଶରେ ଥିବା ଜନପ୍ରିୟ ପର୍ଯ୍ୟଟନସ୍ଥଳୀ କ୍ୟାପିଟଲୀୟ କେନିୟୋନ୍‌ସ୍‌ରେ ଉପରୋକ୍ତ ଦୁର୍ଘଟଣା ଘଟିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଏ ଘଟଣାର ଭିଡିଓରେ ଦେଖାଯାଉଛି ଯେ, ପର୍ବତ ଖାଇରୁ ମୀନାର ଭଳି ଖଣ୍ଡେ ପ୍ରକାଣ୍ଡ […]