କଳା ଓ ସଂସ୍କୃତି ରାଜ୍ୟ

ବିଶ୍ଵ ରେଡ଼ିଓ ଦିବସ, ବାଲୁକ କଳାରେ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ ୧୩।୦୨: ଆଜି ବିଶ୍ଵ ରେଡ଼ିଓ ଦିବସ । ଆଧୁନିକ ଟେକ୍ନୋଲୋଜି ଯୁଗରେ ନିଜ ଲୋକପ୍ରିୟତା ବଜାୟ ରଖିଛି ରେଡ଼ିଓ । ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବେ ପରିଚିତ ରେଡ଼ିଓ ଏବେ ନୂଆ ରୂପ ଓ ନୂଆ ରଙ୍ଗରେ ଶ୍ରୋତାଙ୍କ ମନ କିଣୁଛି । ତେବେ ବୈଦ୍ୟୁତିକ ଗଣମାଧ୍ୟମ ଓ ବୈଦ୍ୟୁତିକ ମନୋରଞ୍ଜନ ତୁଳନାରେ ସବୁଠାରେ ସବୁ ପରିସ୍ଥିତିରେ ସବୁ ସ୍ଥାନରେ ପହଞ୍ଚି ଅଗଣିତ ଶ୍ରୋତାଙ୍କ ବିଶ୍ୱାସ ଭାଜନ ଓ ପ୍ରିୟ ହୋଇପାରିଛି ଏହି ରେଡ଼ିଓ । […]

ଦେଶ ବିଦେଶ ଧର୍ମ

ବିପଦରେ ହିନ୍ଦୁ ମନ୍ଦିର ! କାନାଡାରେ ଏକାଧିକ ଦେବାଳୟରେ ଭଙ୍ଗାରୁଜା ଓ ଲୁଟ୍

ନୂଆଦିଲ୍ଲୀ, ୧୩|୦୨: ବିପଦରେ ହିନ୍ଦୁ ମନ୍ଦିର । କାନାଡାରେ ଲଗାତର ଭାବେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଭଙ୍ଗାରୁଜା ଘଟଣା ବଢିବାରେ ଲାଗିଛି । ଦେଶର ଗ୍ରେଟ୍ ଟରାଣ୍ଟୋ ଅଞ୍ଚଳରେ ଶୁକ୍ରବାର ମନ୍ଦିରର ମୂର୍ତ୍ତି ଓ ଗହଣା ଚୋରି ଏବଂ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ୬ଟି ହିନ୍ଦୁ ମନ୍ଦିରରୁ ଏପରି ଲୁଟ୍ ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରରେ ମନ୍ଦିରରୁ ହୁଣ୍ଡି ମଧ୍ୟ ଲୁଟ୍ ହୋଇଛି । ଘଟଣାକୁ ନେଇ ଟରାଣ୍ଟୋ ସ୍ଥିତ ଭାରତୀୟ […]

ମନୋରଞ୍ଜନ ରାଜ୍ୟ

ହାତରେ ଲାଗିବ ମେହେନ୍ଦୀ, ମଥାରେ ଲାଗିବ ସିନ୍ଦୁର ; ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ରାଗିଣୀ

କଟକ ୧୩।୦୨: ହାତରୁ ଦି’ ହାତ ହେବେ ଅଭିନେତ୍ରୀ ରାଗିଣୀ । ଖୁବଶୀଘ୍ର ବିବାହ ହେବାକୁ ଯାଉଛି । ନିମନ୍ତ୍ରଣ ପାଇଥିବା ପ୍ରଶଂସକଙ୍କ ମୁହଁରୁ ଏପରି ଶୁଣିବାକୁ ମିଳୁଛି । ଭାଙ୍ଗିଯାଇଛି ଅନେକଙ୍କ ହୃଦୟ । ମିଳିଥିବା ଖବର ଅନୁଯାୟୀ, ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧିଅନୁଯାୟୀ ବିବାହ କରିବେ । ଆସନ୍ତା ଫେବ୍ରୁଆରୀ ୨୫ରେ ଗୋଆରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । […]

ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କୁ ପସନ୍ଦ ଆସିଲାନି ଦୀପିକାଙ୍କ ରୋମାନ୍ସ, ଫିଲ୍ମ ‘ଗେହରାଇୟାଁ’କୁ ନେଇ ଦେଲେ ଏପରି ରିଭ୍ୟୁ…

ମୁମ୍ବାଇ ୧୩।୦୨: ନିକଟରେ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିୋଲ୍ମ ଗେହରାଇୟାଁ ରିଲିଜ୍‌ ହୋଇଛି । ଏହା OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ଫିଲ୍ମର କାହାଣୀ ନୂଆ ପିଢିରେ ଥିବା ପ୍ରେମ ସମ୍ପର୍କକୁ ନେଇ ଦେଖାଯାଇଛି । କେମିତି ସମ୍ପର୍କ ଗୁଡିକ ଦ୍ୱନ୍ଦ୍ୱ ସହ ଜାଲ ରେ ଫସି ଯାଇଛି । ଦୀପିକା ପାଦୁକୋନଙ୍କ ଫିଲ୍ମକୁ ନେଇ ବର୍ତ୍ତମାନ କଙ୍ଗନା ରାନାୱତ ଏହି ବିଷୟରେ ସମ୍ପୂର୍ଣ୍ଣ ସମୀକ୍ଷା କରି […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଏଫ୍‌ଏମ୍‌ ରେଡିଓ: ୧୦ ବର୍ଷ ପରେ ବି କାର୍ଯ୍ୟକାରୀ ହେଲାନି ନିଷ୍ପତ୍ତି

ପୁରୀ, : ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଏଫ୍ଏଫ ରେଡିଓ ଷ୍ଟେସନ୍‌ ଖୋଲିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତି ଜାଣି ପାରିବେ। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ହୋଇପାରିବ। ବିଶ୍ବ ଦରବାରର କୋଣ ଅନୁକୋଣରେ ଶ୍ରୀଜଗନ୍ନାଥ ସଂସ୍କୃତି ପହଞ୍ଚି ପାରିବ। ଅତୀତରେ ଏହି ମହତ ଯୋଜନାର ମଞ୍ଜି ବୁଣିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ। ଶ୍ରୀମନ୍ଦିର ପ୍ରଶାସନ ବି ଏଥିରେ ଚୂଡ଼ାନ୍ତ ମୋହର ମାରିଥିଲା। ଇତିମଧ୍ୟରେ ୧୦ ବର୍ଷ ବିତିଲାଣି, କିନ୍ତୁ ଦୁର୍ଭାଗ୍ୟର କଥା […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଅଫଲାଇନରେ ପରୀକ୍ଷା କରନାହିଁ, ବିକଳ୍ପ ବ୍ୟବସ୍ଥା ହେଉ : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୧୫ରୁ ଅଧିକ ରାଜ୍ୟର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ ୧୩/୦୨: ଦେଶର ୧୫ରୁ ଅଧିକ ରାଜ୍ୟର ଛାତ୍ରମାନେ ବୋର୍ଡ ଓ ସିବିଏସଇ ପରୀକ୍ଷାର ଅଫଲାଇନ୍ ମୋଡକୁ ବିରୋଧ କରୁଛନ୍ତି । ପରୀକ୍ଷା ଅନଲାଇନରେ କରିବା ପାଇଁ ସେମାନେ ଦାବି କରୁଛନ୍ତି । ଏପରିକି ବିକଳ୍ପ ମୂଲ୍ୟାୟନ ପାଇଁ ମଧ୍ୟ ସେମାନେ ଦାବି କରିବା ସହ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଛନ୍ତି । ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା ଅନୁଭା ଶ୍ରୀବାସ୍ତବ ସହାୟ ଓ ଓଡିଶାର କିଛି ଛାତ୍ର ସଙ୍ଗଠନ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଛନ୍ତି । ଛାତ୍ରମାନେ […]

ଖେଳ ଦେଶ ବିଦେଶ

୧୨ କୋଟି ୨୫ ଲକ୍ଷରେ ବିକ୍ରି ହେଲେ ଶ୍ରେୟସ ଆୟର, କିଣିଲା କେକେଆର

ନୂଆଦିଲ୍ଲୀ,୧୨/୦୨: ଯାହା ଆଶା କରାଯାଉଥିଲା, ତାହା ହେଲା । ଆଇପିଏଲ ନିଲାମୀରେ ଚଢା ଦରରେ ବିକ୍ରି ହେଲେ ଶ୍ରେୟସ ଆୟର । ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ପୂର୍ବ ବର୍ଷ ତୁଳନାରେ ୭୫ ପ୍ରତିଶତ ଅଧିକ ଦାମରେ ଶ୍ରେୟସ ବିକ୍ରି ହୋଇଛନ୍ତି । ପୂର୍ବଥର ଶ୍ରେୟସଙ୍କୁ ଦିଲ୍ଲୀ ୭ କୋଟି ଟଙ୍କାରେ ରିଟେନ୍ କରିଥିଲା । ଆଶା ଅନୁସାରେ ସେ ଅଧିକ ଦାମରେ ବିକ୍ରି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୮ରୁ ସ୍କୁଲ ଖୋଲିବା ନେଇ ବଢ଼ିବାରେ ଲାଗିଛି ଦ୍ୱନ୍ଦ୍ୱ : ଏହି ଦିନ ପଂଚାୟତ ନିର୍ବାଚନ ଭୋଟ ଗଣତି ଥିବାରୁ ସ୍କୁଲକୁ ଫେରିପାରିବେ ତ ଶିକ୍ଷକ

କରୋନା ଆଳରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଯେମିତି ଆଖି ବୁଜି ଦେଇଛି ଶିକ୍ଷା ବିଭାଗ । ପ୍ରଥମେ ୧୪ରୁ ସପ୍ତମ ଶ୍ରେଣୀ ଯାଏଁ ଖୋଲିବାକୁ ଘୋଷଣା ହୋଇଥିଲା । ପରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଇ ୨୮ରେ ସ୍କୁଲ ଖୋଲିବା ପାଇଁ ପୁଣି ଏକ ନିର୍ଦ୍ଦେଶ ନାମା ଜାରି ହେଲା । ହେଲେ ଶିକ୍ଷା ବିଭାଗର ଏହି ଚିଠିରୁ ଦୂର ଦୃଷ୍ଟିର ଘୋର ଅଭାବ ଥିବା ଜଣାପଡ଼ୁଛି । ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ସୀତାଙ୍କ ପାଇଁ ଲକ୍ଷ୍ମଣ ଖୋଲିଥିଲେ କୁଣ୍ଡ, ସେବେଠାରୁ ପାଳନ ହେଉଛି ଦେବରକୁଣ୍ଡ ମେଳା

ଭଦ୍ରକ ୧୨/୦୨: ପବିତ୍ର ଭୈମ ଏକାଦଶୀରୁ ଆରମ୍ଭ ହୁଏ ଦେବର କୁଣ୍ଡ ମେଳା । କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁ ରାମ ଓ ସୀତା ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦେବର ଲକ୍ଷ୍ମଣ ନିଜର ଶର ମୁନରେ ସୃଷ୍ଟି କରିଥିଲେ ସେହି କୁଣ୍ଡ । ଆଉ ସେଥିପାଇଁ ସେହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ । ସାଳନ୍ଦୀ ନଦୀର ଗର୍ଭରେ ଥିବା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୫୦ ହଜାରରୁ ଅଧିକ କରୋନା ପଜିଟିଭ୍, ୮୦୪ ମୃତ

ନୂଆଦିଲ୍ଲୀ ୧୨/୦୨: ବୋଲ କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା […]