ଦୁର୍ଘଟଣାର ଶିକାର ହେଲେ କଚା ବାଦାମର ଗାୟକ ଭୁବନ, ହସ୍ପିଟାଲ୍ରେ ଭର୍ତ୍ତି
ମୁମ୍ବାଇ ୦୧।୦୩ : ପଶ୍ଚିମବଙ୍ଗର ଗାଁରେ ବାଦମ୍ ବିକ୍ରି କରୁଥିବା ଭୁବନ ନଜର କଚା ବାଦାମ ଗୀତ ଯୋଗୁଁ ବହୁତ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ ମିଡିଆରେ ଛୋଟରୁ ବଡ ଯାଏଁ ସମସ୍ତେ ସେହି ଗୀତରେ ଭିଡିଓ ବନାଇଥିଲେ । ହେଲେ ବର୍ତ୍ତମାନ କଚା ବାଦାମ ଗୀତର ଲୋକପ୍ରିୟ ଗାୟକ ଭୁବନ ବାଦକର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହା ସହ ସେ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […]