ଆଇସିସି ଟେଷ୍ଟ ମାନ୍ୟତା: ଟପ୍-୩ରେ କାଗିସୋ ରାବଡା, ଜାଣନ୍ତୁ ଅଶ୍ଵିନ-ଜାଡେଜାଙ୍କ ରାଙ୍କିଙ୍ଗ୍
ନୂଆଦିଲ୍ଲୀ ୦୨।୦୩: ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମାପ୍ତ ଟେଷ୍ଟ ମ୍ୟାଚ୍ ପରେ ଆଇସିସି ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ସିରିଜରେ ଦମଦାର ପ୍ରଦର୍ଶନ କରିଥିବା କାଗିସୋ ରାବଡାଙ୍କୁ ବୋଲିଂ ମାନ୍ୟତାରେ ଉନ୍ନତି ଘଟିଛି। ରାବଡା ତିନୋଟି ସ୍ଥାନ ଉପରକୁ ଉଠି ଟପ୍ ୩ରେ ପ୍ରବେଶ କରିଛନ୍ତି। ଟେଷ୍ଟ ବୋଲିଂ ଏବଂ ଅଲରାଉଣ୍ଡର ମାନ୍ୟତାରେ ଅଶ୍ଵିନଙ୍କ ଜଲଓ୍ଵା ଜାରି ରହିଛି। ରାବଡା ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍ର ଟେଷ୍ଟ ସିରିଜ୍ରେ ୧୦ ଓ୍ଵିକେଟ୍ ନେଇଛନ୍ତି। […]