ଧର୍ମ ରାଜ୍ୟ

ଦୀର୍ଘ ୨ ବର୍ଷ ପରେ ହଟିଲା କଟକଣା, ରବିବାର ଶ୍ରୀଜିଉଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ, ୨୦/୦୩: ଦୀର୍ଘ ୨ ବର୍ଷ ପରେ ରବିବାର ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ରବିବାର ଯୋଗୁ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। କେବଳ ଆଜିର ରବିବାର ନୁହେଁ ଏଣିକି ପ୍ରତିଦିନ ଭଳି ପ୍ରତି ରବିବାର ମଧ୍ୟ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ରବିବାର ଅବସରରେ ପୁରୀ ବୁଲିବାକୁ ଆସିଥିବା ଭକ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ନିଜକୁ କୃତାର୍ଥ ମନେ କରୁଛନ୍ତି। ଦୀର୍ଘ ଦୁଇବର୍ଷ ଧରି କରୋନା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖରା ଦିନରେ ନିୟମିତ ଖାଆନ୍ତୁ ସାଲାଡ୍‌, ସ୍ବାସ୍ଥ୍ୟକୁ ମିଳିବ ଅନେକ ଫାଇଦା…

ନୂଆଦିଲ୍ଲୀ ୨୦।୦୩ : ସାଲାଡ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ଛୋଟରୁ ବଡ ଯାଏଁ ସମସ୍ତେ ସାଲାଡ୍‌ ଖାଆନ୍ତି । କାରଣ ସାଲାଡରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ସବୁଜ ତଥା ଗ୍ରୀନ୍‌ ସାଲାଡ ଖାଇବା ଦ୍ବାରା ଶରୀରକୁ ସୁସ୍ଥ ରଖେ। ଗ୍ରୀଷ୍ମ ଋତୁରେ ତଥା ଖରା ଦିନରେ ସାଲାଡ ଅଧିକରୁ ଅଧିକ ଖାଇବା ଉଚିତ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ସବୁଜ ପନିପରିବା […]

ଦେଶ ବିଦେଶ ପର୍ଯ୍ୟଟନ

ଭ୍ରମଣ କାହାଣୀ: ଡାଲ୍‌ ଲେକ୍‌ର ଶିକାରାବାଲା

ଅବସର ନେବାର ସମୟ ପାଖେଇ ଆସିଥିଲା। ଗୋଟେ ଏଲ୍‌ଟିସି, ଆଉ କିଛି ଛୁଟି ବାକି ଅଛି। ସରକାରୀ ଚାକିରିରୁ ଅବସର ନେବା ପୂର୍ବରୁ ସ୍ବାମୀ ସ୍ତ୍ରୀ ଦୁଇ ଜଣ କାଶ୍ମୀର ଯିବାର ଯୋଜନା କରିଥିଲେ। ଭାରତ ବାହାରେ ବହୁତ ଜାଗା ବୁଲି ଆସିଛନ୍ତି, କିନ୍ତୁ ଦେଶ ଭିତରେ ଥିବା ଏଇ ସୁନ୍ଦର ଜାଗାଟିକୁ ଦେଖିବାର ସୁଯୋଗ ମିଳି ନ ଥିଲା। ଅଫିସ୍‌ର କର୍ମବହୁଳ ଜୀବନ, ଦ୍ବିତୀୟତଃ ସେତେବେଳେ କାଶ୍ମୀରର ପରିସ୍ଥିତି ଭୟାବହ। କିନ୍ତୁ ଏବେ ପରିସ୍ଥିତି ବହୁତ […]

ଦେଶ ବିଦେଶ ମନୋରଞ୍ଜନ

ଗୀତ ଗବାକ୍ଷ: ଚିରସବୁଜ ଶେଖର ଘୋଷ

ଏହା ସେହି ସମୟର କଥା ଯେତେବେଳେ ପ୍ରତ୍ୟେକ କଣ୍ଠଶିଳ୍ପୀ ଚାହୁଁଥିଲେ ସେମାନେ ଏଚ୍‌ଏମ୍‌ଭିରେ ଗୀତ ଗାଇବେ। କାରଣ ଆକାଶବାଣୀକୁ ଛାଡ଼ିଦେଲେ ଶ୍ରୋତାମାନଙ୍କ ପାଖରେ ପହଞ୍ଚିବାର କେବଳ ଗୋଟିଏ ବିକଳ୍ପ ଥିଲା ଏଚ୍‌ଏମ୍‌ଭି। ତାଙ୍କ ଭିତରେ ବି ଥିଲା ସେହି ସ୍ୱପ୍ନ- ସେ ହେବେ ଏଚ୍‌ଏମ୍‌ଭିର ଗାୟକ। ମାତ୍ର ଏଚ୍‌ଏମ୍‌ଭିରେ ପଶିବା କ’ଣ ଏତେ ସହଜ ଥିଲା? ସେ ବାରମ୍ବାର ଯାଉଥିଲେ। ଆଉ ନିରାଶ ହୋଇ ଫେରୁଥିଲେ। ପରିସ୍ଥିତି ଏମିତି ହୋଇଥିଲା, ଦିନେ କମ୍ପାନିର ଗେଟ୍ ଜଗୁଆଳୀ ପଚାଶ […]

ଖେଳ ଦେଶ ବିଦେଶ

ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍‌: ୨୧ ବର୍ଷ ପରେ ପ୍ରଥମ ପୁରୁଷ ଖେଳାଳି ଭାବେ ଫାଇନାଲରେ ଲକ୍ଷ୍ୟ ସେନ୍

ବର୍ମିଂହାମ୍‌: ୨୦ ବର୍ଷୀୟ ଲକ୍ଷ୍ୟ ସେନ୍ ଅଲ ଇଂଲଣ୍ଡ ଓପନ୍ ୨୦୨୨ର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଲି ଜି ଜିଆଙ୍କୁ ପରାସ୍ତ କରି ୫ମ ଭରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି । ଗତ ୨୧ ବର୍ଷ ମଧ୍ୟରେ ଅଲ ଇଂଲଣ୍ଡ ଓପନରେ କୌଣସି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳି ଫାଇନାଲରେ ପ୍ରବେଶ କରି ନଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଭାରତୀୟ ଭାବେ ଲକ୍ଷ୍ୟ ଏହି ସଫଳତା ହାସଲ କରିଛନ୍ତି। କେବଳ ୩ ଜଣ ଭାରତୀୟ ପ୍ରକାଶ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କାଗଜ ଅଭାବରୁ ସ୍କୁଲ୍‌ ପରୀକ୍ଷା ବାତିଲ୍‌ କଲା ଶ୍ରୀଲଙ୍କା

କଲମ୍ବୋ: ଛାପା ନିମନ୍ତେ ଆବଶ୍ୟକ କାଗଜ ଅଭାବ ହେବାରୁ ଶ୍ରୀଲଙ୍କା ନିୟୁତ ନିୟୁତ ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ବାତିଲ କରିଥିବା କଥା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, କାଗଜ ଆମଦାନି ନିମନ୍ତେ ଅର୍ଥ ଯୋଗାଇବାକୁ କଲମ୍ବୋ ପାଖରେ ଡଲାର୍‌ ଅଭାବ ହେବାରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା କଥା ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଶିକ୍ଷା କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, କାଗଜର ଉତ୍କଟ ଅଭାବ ହେତୁ ସୋମବାରଠାରୁ ସପ୍ତାହେ ବ୍ୟାପୀ ହେବାକୁ ଥିବା ‘ଟର୍ମ ଟେଷ୍ଟ୍‌’କୁ […]

କଳା ଓ ସଂସ୍କୃତି ରାଜ୍ୟ

ପଖାଳ ମହାପ୍ରଭୁଙ୍କର ଅତି ପ୍ରିୟ, ନିତି ପଖାଳ ଖାଇ ପହୁଡ଼ ଯାଆନ୍ତି ଶ୍ରୀଜିଉ

ପୁରୀ: କୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଓଡ଼ିଆଙ୍କ ଖାଦ୍ୟକୁ ମଧ୍ୟ ଆଦରି ନେଇଛନ୍ତି। ସେଥିପାଇଁ ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ପଖାଳ ମଧ୍ୟ ମହାପ୍ରଭୁଙ୍କ ଅତି ପ୍ରିୟ। ପ୍ରତିଦିନ ରାତିରେ ବଡ ସିଂହାର ଭୋଗବେଳେ ମହାପ୍ରଭୁଙ୍କୁ ଯେଉଁ ଭୋଗ ଲାଗି କରାଯାଏ ସେଥିରେ ଥାଏ ପଖାଳ। ମହାପ୍ରଭୁଙ୍କ ବଡ ସିଂହାର ଭୋଗ‌ରେ ମିଠା ପଖାଳ, ସୁଗନ୍ଧି ପଖାଳ, ଦହି ପଖାଳ ଭୋଗ ହେବାର ପରମ୍ପରା ରହିଛି। ଶହ ଶହ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି ଏହି ପରମ୍ପରା। […]

ଖେଳ ଦେଶ ବିଦେଶ

କେରଳରେ ଷ୍ଟାଡିୟମ ଗ୍ୟାଲେରି ଭୁଶୁଡ଼ି ୬୦ ଆହତ

ମାଲାପୁରମ୍: ଉତ୍ତର କେରଳ ଜିଲ୍ଲାର ୱାଣ୍ଡୋର ନିକଟ ମାଲାପୁରମଠାରେ ଥିବା ଏକ ଫୁଟବଲ ଷ୍ଟାଡିୟମରେ ଏକ ଅଘଟଣ ଘଟିଛି। ଫୁଟବଲ ଖେଳ ଚାଲିଥିବା ସମୟରେ ଅସ୍ଥାୟୀ ଭାବେ ନିର୍ମିତ ଗ୍ୟାଲେରି ଭୁଷୁଡି ଯାଇଛି। ଶନିବାର ବିଳମ୍ବିତ ରାତିରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଘଟଣରେ ପ୍ରାୟ ୬୦ ଦର୍ଶକ ଆହତ ହୋଇଥିବା ପୁଲିସ କହିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ପୁଙ୍ଗୋଡୁରୁ […]

ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫ କରୋନା ପଜିଟିଭ ଚିହ୍ନଟ, ୮ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ […]

ଦେଶ ବିଦେଶ ମନୋରଞ୍ଜନ

ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ଫିଲ୍ମ ‘ବଚ୍ଚନ ପାଣ୍ଡେ’, ପ୍ରଥମ ଦିନରେ କଲେକ୍ସନ୍‌ କଲା ୧୩ କୋଟି

ନୂଆଦିଲ୍ଲୀ ୧୯।୦୩ : ଅକ୍ଷୟ କୁମାର ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଶୁକ୍ରବାର ଦିନ ବକ୍ସ ଅଫିସରେ ମୁକ୍ତିଲାଭ କରିଛି। ଫିଲ୍ମ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଏଥିପାଇଁ ନିର୍ମାତାମାନେ ହୋଲି ଅବସରରେ ଏହାକୁ ରିଲିଜ୍‌ କରାଯାଇଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୧୩ କୋଟି କଲେକସନ୍‌ କରିଛି । ଏହି ଚଳଚ୍ଚିତ୍ରଟି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲସ୍‌’କୁ ଟକ୍କର ଦେଉଛି । ଫରହାଦ୍ ଶାମଜୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେରେ […]