ଖେଳ ଦେଶ ବିଦେଶ

ଜାତୀୟ ଭାରୋତ୍ତୋଳନ: ଝିଲ୍ଲୀ,‌ ସ୍ନେହାଙ୍କୁ କାଂସ୍ୟ

ଭୁବନେଶ୍ବର: ସ୍ଥାନୀୟ କିଟ୍‌ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଜାତୀୟ (ଯୁବ, କନିଷ୍ଠ, ବରିଷ୍ଠ) ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆଙ୍କ ଖାତାରେ ଆଉ ଦୁଇ ପଦକ ଯୋଡ଼ି ହୋଇଛି। ସୋମବାର ଦ୍ବିତୀୟ ଦିବସରେ ୬୧ କେଜି ପୁରୁଷ ବର୍ଗରେ ମୁନା ରୌପ୍ୟ ଜିତି ରାଜ୍ୟ ପାଇଁ ପ୍ରଥମ ପଦକ ଆଣିଥିଲେ। ମଙ୍ଗଳବାର ତୃତୀୟ ଦିବସରେ ଆର୍‌ଏସ୍‌ପିବି ପକ୍ଷରୁ ଭାଗନେଇଥିବା ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ଏବଂ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ସ୍ନେହା ସୋରେନ ନିଜ […]

ଖେଳ ଦେଶ ବିଦେଶ

ଭାରତର ସେମିଫାଇନାଲ୍‌ ଆଶା ଉଜ୍ଜୀବିତ, ବାଂଲାଦେଶକୁ ୧୧୦ ରନ୍‌ରେ ପରାସ୍ତ କଲା

ହାମିଲଟନ୍‌: ଅସ୍ଥିର ପ୍ରଦର୍ଶନ ସତ୍ତ୍ବେ ମିତାଲି ରାଜଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଚଳିତ ମହିଳା ବିଶ୍ବକପ୍‌ରେ ୬ ମ୍ୟାଚ୍‌ରୁ ତୃତୀୟ ବିଜୟ ସହ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିଛି। ମଙ୍ଗଳବାର ‘କର ବା ମର’ ମୁକାବିଲାରେ ୟାସ୍ତିକା ଭାଟିଆ (୫୦ ରନ୍‌, ୮୦ ବଲ୍‌)ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ପରେ ସ୍ନେହା ରାଣା (୪/୩୦), ପୂଜା ଭସ୍ତ୍ରକାର (୨/୨୬) ଓ ଝୁଲଣ ଗୋସ୍ବାମୀ (୨/୧୯)ଙ୍କ ଚମତ୍କାର ବୋଲିଂ ବଳରେ ବାଂଲାଦେଶକୁ ୧୧୦ ରନ୍‌ରେ ପରାସ୍ତ କରି ଭାରତ ୬ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ମାର୍ଚ ୩୧ରୁ ଉଠିଯିବ କୋଭିଡ୍‌ କଟକଣା, କିନ୍ତୁ ପୂର୍ବ ପରି ରହିବ ମାସ୍କ୍‌ ପିନ୍ଧା: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ସମସ୍ତ କୋଭିଡ୍‌ କଟକଣା ମାର୍ଚ ୩୧ ତାରିଖରୁ ଉଠାଇ ଦିଆଯିବ କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ ପରିଧାନ ପୂର୍ବ ଭଳି ଚାଲୁ ରହିବ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ଆଜି ଗୃହ ମନ୍ତ୍ରାଳୟ କହିଛି ଯେ, କୋଭିଡ୍‌-ସୁରକ୍ଷା କଟକଣା ନିମନ୍ତେ ଆଉ ‘ବିପର୍ଯ୍ୟୟ ପରିଚାଳନା ଆଇନ’ ଲାଗୁ ହେବ ନାହିଁ। କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ତଥାପି ମାସ୍କ୍‌ ପିନ୍ଧିବାକୁ ପଡ଼ିବ। ଚୀନ୍‌, ଦକ୍ଷିଣ କୋରିଆ, ଭିଏତ୍‌ନାମ୍‌, ଫ୍ରାନ୍ସ୍‌ ଏବଂ […]

ମନୋରଞ୍ଜନ ରାଜ୍ୟ

ନୂଆଚଳଚ୍ଚିତ୍ର ‘ଉଦଣ୍ଡୀ ସୀତା’ରେ ମୁଖ୍ୟ ଭୂମିକାରେ ଅଶ୍ୱିନୀ-ଦେବଯାନୀ ଯୋଡି

ଚାଷୀ ସମସ୍ୟା ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉପରେ ଆଧାରିତ ହେଇଛି ନୂଆ ଚଳଚ୍ଚିତ୍ର ‘ଉଦଣ୍ଡୀ ସୀତା’ର କାହାଣୀ। ଏଥିରେ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ, ଗୀତ ରଚନା କରିଛନ୍ତି ତପୁ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ। ଅଶ୍ୱିନୀ ତ୍ରିପାଠୀ ପ୍ରଡକ୍ସନ୍ ନିର୍ମାଣ କରୁଥିବା ଏଇ ସିନେମାରେ ଅଶ୍ୱିନୀ ଓ ଦେବଯାନୀଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ, ସୁଶାନ୍ତ, ସମରେଶ, ଇଲୁ ବାନାର୍ଜୀ, ଭବାନୀ, ଶକ୍ତି ବରାଳ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ସମ୍ପାଦନା […]

ଖେଳ ଦେଶ ବିଦେଶ

ମହିଳା ବିଶ୍ୱକପ : ‘କର ବା ମର’ ମୁକାବିଲା ଜିତିଲା ଟିମ୍ ଇଣ୍ଡିଆ, ବାଂଲାଦେଶ ୧୧୦ ରନରେ ପରାସ୍ତ

ନୂଆଦିଲ୍ଲୀ,୨୨/୦୩: କର ବା ମର ମୁକାବିଲାରେ ଭାରତୀୟ ମହିଳା ଦଳ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଛି । ଦଳ ୧୧୦ ରନରେ ବାଂଲାଦେଶକୁ ମାତ୍ ଦେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୨୯ ରନ୍ କରିଥିଲା । ଜବାବରେ ବାଂଲାଦେଶ ୧୧୯ ରନରେ ଅଲଆଉଟ୍ ହୋଇଯାଇଥିଲା । ମଙ୍ଗଳବାର ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । କିନ୍ତୁ […]

ଖେଳ ଦେଶ ବିଦେଶ

ବୁମରାହଙ୍କୁ ଟକ୍କର ଦେବେ ସନ୍ଦୀପ ଶର୍ମା, ଉଭୟଙ୍କ ରେକର୍ଡ ବି ସମାନ !

ନୂଆଦିଲ୍ଲୀ ୨୨/୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ଆଇପିଏଲରେ ସମସ୍ତଙ୍କ ନଜର ଜସପ୍ରିତ ବୁମରାହଙ୍କ ଉପରେ ରହିବ । କାରଣ ସେ ବିଶ୍ୱର ଏକ ନମ୍ବର ବୋଲର । ଏବେ ସେ ନିଜକୁ ଦଳରେ ଏକ ଅଭିନ୍ନ ଅଙ୍ଗ ଭାବେ ପ୍ରମାଣିତ କରିଛନ୍ତି । ଏବେ ପଞ୍ଜାବ କିଙ୍ଗସ ବୁମରାହଙ୍କୁ ଟକ୍କର ଦେଲା ଭଳି ଜଣେ ବୋଲରଙ୍କୁ କିଣିଛି । ପଞ୍ଜାବ କିଙ୍ଗସର ବୋଲର ସନ୍ଦୀପ ଶର୍ମାଙ୍କ ଉପରେ ଏବେ […]

ଖେଳ ଦେଶ ବିଦେଶ

ମହିଳା ବିଶ୍ୱକପ : ବାଂଲାଦେଶକୁ ୨୩୦ ରନ୍‌ର ଟାର୍ଗେଟ୍ ଦେଲା ଭାରତ

ନୂଆଦିଲ୍ଲୀ ୨୨/୦୩: ମହିଳା ବିଶ୍ୱକପର କର ବା ମ୍ୟାଚରେ ବାଂଲାଦେଶକୁ ୨୩୦ ରନର ଟାର୍ଗେଟ୍ ଦେଇଚି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୨୨୯ ରନ୍ କରିଛି । ଭାରତ ପକ୍ଷରୁ ୟାସ୍ତିକା ଭାଟିକା ସର୍ବାଧିକ ୫୦ ରନ୍ କରିଥିବା ବେଳେ ସେଫାଳି ବର୍ମା ୪୨ ଓ ସ୍ମୃତି ମନ୍ଧାନା ୩୦ ରନ୍ କରିଥିଲେ । ପୂର୍ବରୁ ଅଷ୍ଟ୍ରେଲିଆଠୁ ହାରି ଦଳ ବ୍ୟାକ୍ ଫୁଟରେ ରହିଛି । ଦଳକୁ ସେମିଫାଇନାଲରେ ପହଁଚିବାକୁ ବେଲେ ବାଲାଂଦେଶକୁ ପରାସ୍ତ […]

ଦେଶ ବିଦେଶ ମନୋରଞ୍ଜନ

ତୃତୀୟ ଥର ପାଇଁ ମାଆ ହେବେ ଡିମ୍ପି ଗାଙ୍ଗୁଲି, ପୋଷ୍ଟ ସେୟାର କରି ଜଣାଇଲେ ଗୁଡନ୍ୟୁଜ୍‌

ନୂଆଦିଲ୍ଳୀ ୨୨।୦୩ : ରାହୁଲ ମହାଜନଙ୍କ ପୂର୍ବତନ ପତ୍ନୀ ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ଏହି ଖୁସି ଖବରକୁ ଡିମ୍ପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିଛନ୍ତି । ରୋହିତ ରୟଙ୍କ ଠାରୁ ଡିମ୍ପିଙ୍କର ଦୁଇଟି ସନ୍ତାନ ଅଛି। ସୋସିଆଲ ମିଡିଆରେ ଡିମ୍ପି ତାଙ୍କ ଦୁଇ ପିଲାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିବା ସହ ସୁନ୍ଦର କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି । କହିବାକୁ ରାହୁଲ ମହାଜନଙ୍କ ଠାରୁ ଛାଡପତ୍ର […]

ଦେଶ ବିଦେଶ ମନୋରଞ୍ଜନ

ବିବେକ୍‌ ଅଗ୍ନିହୋତ୍ରୀଙ୍କ ପିଛା ଛାଡୁନି ବିବାଦ, ଡାର୍କ ସିକ୍ରେଟ୍‌କୁ ନେଇ ଖୁଲାସା କଲେ ଅଭିନେତ୍ରୀ

ନୂଆଦିଲ୍ଳୀ ୨୨।୦୩ : ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଏବେ ‘ଦ କଶ୍ମୀର ଫାଇଲ୍ସ’ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ‘ଦ କଶ୍ମୀର ଫାଇଲ୍ସ’ ୧୯୯୦ ମସିହାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ। କଶ୍ମୀର ପଣ୍ଡିତମାନଙ୍କୁ କିଭଳି ନିର୍ଯାତନା ଦିଆଯାଉଥିଲା, ତାହା ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି। ୧୫ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମ, ବର୍ତ୍ତମାନ ୧୪୧ କୋଟି ଟଙ୍କା ରୋଜଗାର କରିସାରିଲାଣି। ବକ୍ସ ଅଫିସରେ ଫିଲ୍ମର ରୋଜଗାର ଆକାଶ ଛୁଆଁ ହୋଇଛି। ଏବେ ବିବେକ ଅଗ୍ନିହୋତ୍ରୀଙ୍କୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା, ଏୟାର ଆମ୍ବୁଲାନ୍ସ ଯୋଗେ ଅଣାଯାଇପାରେ ଦିଲ୍ଲୀ

ନୂଆଦିଲ୍ଲୀ: ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁ ଯାଦବଙ୍କୁ ଦିଲ୍ଲୀ ଅଣାଯିବ ବୋଲି କୁହାଯାଉଛି। ସେ ଆଜି ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଦିଲ୍ଲୀ ଏମ୍ସ ଅଭିମୁଖେ ଯାତ୍ରା କରିବା ନେଇ ସୂଚନା ମିଳୁଛି। ଏନେଇ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍‌ (ରିମ୍‌ସ)ରୁ ବିମାନବନ୍ଦର ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର […]