ଫ୍ରାନ୍ସରେ କୋଭିଡ୍ଜନିତ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ବୃଦ୍ଧି
ନୂଆଦିଲ୍ଲୀ: ଓମିକ୍ରନ୍ର ବିଏ.୨ ଉପ-କିସମ ଯୋଗୁ ୟୁରୋପର କେତେକ ଅଂଶ ଓ ଚୀନ୍ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ଦେଖାଯାଉଛି। ଫ୍ରାନ୍ସ, ଇଟାଲି, ଜର୍ମାନୀ ଓ ଇଂଲଣ୍ଡରେ ଚଳିତ ମାସରେ ସଂକ୍ରମଣ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏସିଆର ଆର୍ଥିକ ପେଣ୍ଠ ହଂକଂରେ ପରିସ୍ଥିତିରେ ସ୍ଥିରତା ଆସୁଛି। ଚୀନ୍ର ମୁଖ୍ୟ ଭୂଭାଗ, ସାଂଘାଇରେ ନୂଆ ହଟ୍ସ୍ପଟ୍ ଠାବ କରାଯିବା ସହ ଦୈନିକ ସଂକ୍ରମଣ ୪,୪୦୦ ପାଖାପାଖି ରହୁଛି। ହଂକଂରେ ସୋମବାର ୭,୬୮୫ ନୂଆ ମାମଲା ପଞ୍ଜୀକୃତ ହୋଇଥିବା […]
