ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୨୨୫ କରୋନା ପଜିଟିଭ୍, ୨୮ ମୃତ

ନୂଆଦିଲ୍ଲୀ ୩୧/୦୩: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୨ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାରା ବିଶ୍ୱରେ ୪୩ ପ୍ରତିଶତ ଯାଏଁ ବଢିଛି କୋଭିଡ ମୃତ୍ୟୁ, କିନ୍ତୁ ସଂକ୍ରମିତଙ୍କ ହାର କମୁଛି: WHO

ନୂଆଦିଲ୍ଲୀ ୩୧/୦୩: WHO ଏହାର ସାପ୍ତାହିକ ରିପୋର୍ଟରେ କହିଛି ଯେ କ୍ରମାଗତ ଦୁଇ ସପ୍ତାହ ପର୍ଯ୍ୟନ୍ତ କରୋନା ମାମଲା ବୃଦ୍ଧି ପାଇବା ମଧ୍ୟରେ, ଜାନୁଆରୀ ଶେଷରୁ ମାର୍ଚ୍ଚ ପ୍ରାରମ୍ଭରେ କରୋନା ମାମଲାରେ କ୍ରମାଗତ ହ୍ରାସ ପାଇଛି । ଏହା ପରେ, ପୂର୍ବ ସପ୍ତାହ ତୁଳନାରେ ମାର୍ଚ୍ଚ ୨୧ ରୁ ୨୭ ପର୍ଯ୍ୟନ୍ତ ନୂତନ ମାମଲା ସଂଖ୍ୟା ୧୪ପ୍ରତିଶତ ହ୍ରାସ ପାଇଛି । ଏହି ସମୟରେ, ସମାନ ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟାରେ ୪୩ ପ୍ରତିଶତ ବୃଦ୍ଧି ପାଇଛି […]

ଦେଶ ବିଦେଶ ମନୋରଞ୍ଜନ

ଖୁବ୍‌ ଶୀଘ୍ର ମିସେସ୍‌ କପୁର ହେବେ ଆଲିଆ, ବିବାହକୁ ନେଇ ସ୍ପଷ୍ଟ କଲେ ରଣବୀର

ମୁମ୍ବାଇ ୩୧।୦୩ : ଦୀର୍ଘଦିନ ଧରି ବଲିଉଡ୍‌ ଅଭିନେତା ରଣବୀର କପୁର-ଅଭିନେତ୍ରୀ ଆଲିଆ ଭଟ୍ଟ ପରସ୍ପରକୁ ଡେଟ୍‌ କରୁଛନ୍ତି । ଲଗାତାର ଭାବେ ଉଭୟଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ନିକଟରେ ଆଲିଆଙ୍କ ଏକ ଫଟୋ ମଧ୍ୟ ଭାଇରାଲ୍‌ ହୋଇଥିଲା । କୁହାଯାଉଥିଲା କି ଦୁହେଁ ନିଜ ବିବାହ ପାଇଁ ସପିଂ କରୁଛନ୍ତି । ଏହା ସହ ବିବାହର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ହେଲେ ସେମାନେ ବ୍ୟକ୍ତିଗତ ଭାବେ କୌଣସି ଘୋଷଣା […]

ଖେଳ ଦେଶ ବିଦେଶ

ଦିନେଶ କାର୍ତ୍ତିକଙ୍କୁ ଧୋନୀଙ୍କ ସହ ତୁଳନା କଲେ ଆରସିବି ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୩୧/୦୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ଚଳିତ ସିରିଜର ପ୍ରଥମ ବିଜୟ ହାସଲ କରିଥିଲା । ଫାପ୍ ଡୁପ୍ଲେସିସଙ୍କ ନେତୃତ୍ୱରେ ଦଳ କୋଲକାତା ନାଇଟ ରାଇଡର୍ସକୁ ୩ ଓ୍ୱିକେଟରେ ମାତ୍ ଦେଇଥିଲା । ମ୍ୟାଚ୍ ଜିତିବା ପରେ ଅଧିନାୟକ ଡୁପ୍ଲେସିସ୍ ଓ୍ୱିକେଟ୍ କିପର ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ପ୍ରଶଂସା କରିଥିଲେ । ଏପରିକି ଧୋନୀଙ୍କ ସହ ତାଙ୍କ ତୁଳନା ମଧ୍ୟ କରିଥିଲେ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଆରସିବିକୁ ବିଜୟ ପାଇଁ ୧୨୯ […]

ଖେଳ ଦେଶ ବିଦେଶ

ଦମଦାର୍ କ୍ୟାଚ୍ ଧରି ଚର୍ଚ୍ଚାରେ ସେଲଡନ୍, ନେଟିଜେନ୍ସ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୩୧/୦୩: ଆଇପିଏଲ ୨୦୨୨ରେ କୋଲକାତା ନାଇଟ ରାଇଡର୍ସର କୋଚ୍ ସେଲଡନ୍ ଜ୍ୟାକସନ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ବେଙ୍ଗାଲୁରୁ ବିପକ୍ଷ ଏକ ମୁକାବିଲାରେ ଦମଦାର କ୍ୟାଚ୍ ନେଇଥିଲେ । ଯାହାକୁ ସୋସିଆଲ ମିଡିଆରେ ନେଟିଜେନ୍ସ ପ୍ରଶଂସା କରୁଛନ୍ତି । ଏହାପୂର୍ବରୁ ଚେନ୍ନାଇ ସୁପର କିଙଗ୍ସ ବିପକ୍ଷ ମ୍ୟାଚରେ ସେ ରବିନ ଉଥାପ୍ପାଙ୍କୁ ଷ୍ଟମ୍ପିଂ କରି ପ୍ରଶଂସା ପାଇଥିଲେ । ଆରସିବି ବିପକ୍ଷରେ ୧୮ତମ ଓଭରରେ ସେଲଡନ୍ ଜ୍ୟାକସନ୍ ଶେରଫନ୍ ରଦରଫୋର୍ଡଙ୍କ କ୍ୟାଚ୍ ଧରି ମୁକାବିଲାକୁ ଅଧିକ […]

ଦେଶ ବିଦେଶ ମନୋରଞ୍ଜନ

କିମ୍‌ ଓ ଲିଆଣ୍ଡର୍‌ଙ୍କ ସମ୍ପର୍କକୁ ପୁରିଲା ବର୍ଷେ : ଦୁହେଁ ସେୟାର କଲେ ରୋମାଣ୍ଟିକ୍‌ ଫଟୋ, ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ ୩୦।୦୩ : କିମ୍ ଶର୍ମା ଏବଂ ଲିଆଣ୍ଡର୍ ପେସ୍ ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ। ଉଭୟ କେବଳ ପରସ୍ପରର ନୁହେଁ ବରଂ ପରସ୍ପରର ପରିବାର ସହିତ ମଧ୍ୟ ଅତି ନିକଟତର । ଏକାଠି ଛୁଟିଠାରୁ ଆରମ୍ଭ କରି ପ୍ରତ୍ୟେକ ପର୍ବ ପର୍ଯ୍ୟନ୍ତ, ଦୁହେଁ ଏକାଠି ପାଳନ କରନ୍ତି । ବର୍ତ୍ତମାନ ଉଭୟଙ୍କ ସମ୍ପର୍କକୁ ୧ ବର୍ଷ ହୋଇ ସାରିଛି । ବର୍ତ୍ତମାନ ଦୁହେଁ ଏକାଠି ଏହି ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି […]

ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେନ୍ଦ୍ରାପଡ଼ା କଲେଜରେ ଜିଲ୍ଲା ପ୍ରଶାସନର ମନମାନି, କୋଭିଡ୍‌ ଆଳରେ ଛାତ୍ରୀନିବାସ ବି କବ୍‌ଜା

କେନ୍ଦ୍ରାପଡ଼ା: କେବଳ ବାଣିଜ୍ୟ ବ୍ଲକ୍‌ ନୁହେଁ; ଶହେ ଶଯ୍ୟାବିଶିଷ୍ଟ ଏକ ଛାତ୍ରୀନିବାସ (ଗାର୍ଲସ୍‌ ହଷ୍ଟେଲ୍‌)କୁ ବି ଜିଲ୍ଲା ପ୍ରଶାସନ ମାଡ଼ି ବସି ରଖିଛି। ଗଲା ପ୍ରାୟ ବର୍ଷେ ହେବ ଏହି ହଷ୍ଟେଲ୍‌କୁ ପ୍ରଶାସନ ତାଲା ମାରି ରଖିଥିବାରୁ ଛାତ୍ରୀମାନେ ରହିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକତାଠାରୁ ଅଧିକ ଛାତ୍ରୀ ଖୁନ୍ଦାଖୁନ୍ଦି ହେଇ ଅନ୍ୟ ହଷ୍ଟେଲ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି। ଅଥଚ, କରୋନାକୁ ଗଣ୍ଠି କରି ପ୍ରଶାସନ ହଷ୍ଟେଲ୍‌ ଛାଡ଼ିବାର ନାଁ ଧରୁନାହିଁ। କରୋନା ସ˚କ୍ରମଣ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବଦଳିବ ଯୁକ୍ତ୨ ପରୀକ୍ଷା ସୂଚୀ: ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପଠାଗଲା ପ୍ରଶ୍ନପତ୍ର, ୧୧୪୮ଟି କେନ୍ଦ୍ରରେ ହେବ ଥିଓରି ପରୀକ୍ଷା

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା ସୂଚୀରେ କିଛିଟା ପରିବର୍ତନ ହେବ। ଗଣିତ ସମେତ ଆଉ କିଛି ବିଷୟର ପରୀକ୍ଷା ମଧ୍ୟରେ କମ୍‌ ଦିନର ବ୍ୟବଧାନ ରହିଛି। ପଢ଼ାପଢ଼ି ଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ଦିଆଯାଇ ନ ଥିବାରୁ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହ ଗଣଶିକ୍ଷା‌ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବାକୁ ଶ୍ରୀ ଦାଶ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ସେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପୁଅର ବୃକକ୍ ଚିକିତ୍ସା କରି କରି ମା ବାପା ସର୍ବସ୍ୱାନ୍ତ: ସରକାରୀ ସହାୟତାକୁ ଅପେକ୍ଷା

ଲଖନପୁର: ଲଖନପୁର ବ୍ଲକର ସଦର ପଞ୍ଚାୟତ ଭଇଁସାମୁଣ୍ଡା ଗାଁର ଆଦିବାସୀ ସମ୍ପ୍ରଦାୟର ଗରିବ ଦମ୍ପତି ଟାଳେଶ୍ୱର ଭୋଇ ଓ ଲକ୍ଷ୍ମୀପ୍ରିୟା ଭୋଇ। ଜମିବାଡ଼ି କିଛି ନାହିଁ। ପତିପତ୍ନୀ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାନ୍ତି। ସେମାନଙ୍କ ଦୁଇ ପୁଅ। ବଡ଼ ପୁଅ ସଞ୍ଜୟକୁ ୧୪ ବର୍ଷ ଓ ସାନ ପୁଅ ସୁଶାକାନ୍ତକୁ ୧୨ ବର୍ଷ। ଉଭୟେ ଲଖନପୁର ପଞ୍ଚାୟତ ହାଇସ୍କୁଲ ଛାତ୍ର। ୨୦୧୫ ପର୍ଯ୍ୟନ୍ତ ସବୁ ପରିସ୍ଥିତି ଠିକ ଥିଲା। ହେଲେ ସାନ ପୁଅ […]

ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ରେ ଡେବ୍ୟୁ କରିବେ ବରୁଣ ଧବନ, ଦେଶୀ ଗର୍ଲଙ୍କ ସହ ବଡ ପ୍ରୋଜେକ୍ଟରେ ନଜର ଆସିବେ ଅଭିନେତା

ନୂଆଦିଲ୍ଳୀ ୩୦।୦୩ : ବଲିଉଡ ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କର ଚଳଚ୍ଚିତ୍ର ଗୁଡ଼ିକୁ ମଧ୍ୟ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଥାନ୍ତି । ଏହି ସମୟରେ ବରୁଣ ପ୍ରଶଂସକଙ୍କ ଖୁସି ଖବର ଆଣିଛନ୍ତି। ଯାହା ଶୁଣି ସେମାନେ ଖୁସି ହେବେ । କୁହାଯାଉଛି ଯେ ବରୁଣ ଶୀଘ୍ର ହଲିଉଡରେ ଡେବ୍ୟୁ କରିପାରନ୍ତି। କେବଳ ଏତିକି ନୁହେଁ, ଏହା ତାଙ୍କର OTT ଡେବ୍ୟୁ ମଧ୍ୟ ହୋଇପାରେ । ପ୍ରୋଜେକ୍ଟ ବିଷୟରେ କହିବାକୁ […]