ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଉତ୍ତର କୋରିଆରେ କରୋନାର ପ୍ରଥମ ମାମଲା, ଦେଶବ୍ୟାପୀ ଲକଡାଉନ ଘୋଷଣା କଲେ ତାନାଶାହୀ

ଉତ୍ତର କୋରିଆ ୧୨/୦୫ : ସାରା ବିଶ୍ୱକୁ ପୁଣି କଲବଲ କରିବକାୁ ଲାଗିଲାଣି କରୋନା ମହାମାରୀ । ଅନେକ ଦେଶରେ ଭୂତାଣୁ ତାର ପ୍ରକୋପ ଦେଖାଇବାକୁ ଲାଗିଲାଣି । ଏବେ ଉତ୍ତରକୋରିଆରେ ଏଣ୍ଟ୍ରି ମାରିଛି ମହାମାରୀ । କରୋନା ସଂକ୍ରମଣର ପ୍ରଥମ ମାମଲା ଏଠାରେ ନିଶ୍ଚିତ ହୋଇଛି । ଫଳରେ ଦେଶବ୍ୟାପୀ ତାଲାବନ୍ଦ କରିବାକୁ ଘୋଷଣା ହୋଇଛି । ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଦ୍ୱାରା ଏହି ଲକଡାଉନ ଘୋଷଣା ହୋଇଛି । ଫଳରେ ସାରା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏସ୍‌ସିବି: କେବେ ସୁଧୁରିବ ଏ ସମସ୍ୟା?

କଟକ : ପାଦ ରଖିବାକୁ ବି ଜାଗା ନାହିଁ। ୱାର୍ଡ ଭିତର ହେଉ କି ବାରଣ୍ଡା, ସବୁଠି ତଳେ ଗଡ଼ୁଛନ୍ତି ରୋଗୀ। କାହା ହାତରେ ସାଲାଇନ୍‌ ଲାଗିଛି ତ କାହାର ଅକ୍ସିଜେନ୍‌। କାହା ପାଇଁ ଆଇସିୟୁର ବି ଆବଶ୍ୟକତା ଅଛି। କିନ୍ତୁ ଚଟାଣରେ ସପ ଅଥବା ବେଡସିଟ୍ ପାରି ପଡ଼ି ରହିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟର ସର୍ବବୃହତ ସରକାରୀ ମେଡିକାଲ ଏସ୍‌ସିବିର ପୁରୁଣା ମେଡିସିନ୍‌ ବିଭାଗର ଏଭଳି ଦୃଶ୍ୟ ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉଦ୍‌ବେଗଜନକ ସ୍ଥିତି ବୟାନ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିବହନ କମିସନରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଜିଲ୍ଲାପାଳ: ୩୦ଜିଲ୍ଲାରେ ଟ୍ରକ୍‌ ଟର୍ମିନାଲ ପାଇଁ ଜମି ମିଳୁନି

ଭୁବନେଶ୍ବର : ବେଆଇନ ଭାବେ ରାସ୍ତା କଡ଼ରେ ଟ୍ରକ୍ ପାର୍କିଂ ହେଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏପରିକି ରାତିରେ, ବର୍ଷା ଦିନେ ଓ କୁହୁଡ଼ି ପଡ଼ିଥିଲେ ଏହି ଦୁର୍ଘଟଣା ଅଧିକ ହେଉଛି। ବିଭିନ୍ନ ସହର ଭିତରକୁ ଟ୍ରକ୍ ଓ ଭାରୀ ଯାନ ପଶିବା ମନା ‌େହାଇଥିଲେ ବି ବେଆଇନ ଭାବେ ପଶୁଛି। ଏହାର ସମାଧାନ ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଟ୍ରକ୍ ଟର୍ମିନାଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଜିଲ୍ଲାପାଳମାନେ […]

ଖେଳ ରାଜ୍ୟ

ହକି ବିଶ୍ବକପ୍‌ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ର ମଜାନେବେ ଜିଲ୍ଲାବାସୀ

ରାଉରକେଲା: ପୁରୁଷ ହକି ବିଶ୍ବକପ୍‌ ଆସନ୍ତା ଜାନୁଆରୀ ମାସରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିପିୟୁଟି ପରିସରରେ ନିର୍ମାଣାଧୀନ ଦେଶର ସର୍ବବୃହତ ଅତ୍ୟାଧୁନିକ ହକି ଷ୍ଟାଡିୟମରେ ଖେଳାଯିବ। ରାଉରକେଲାର ଏହି ଷ୍ଟାଡିୟମରେ ନିର୍ଦ୍ଦିଷ୍ଟ କେତୋଟି ମ୍ୟାଚ୍‌ ଆୟୋଜନ ହେବ, ଏଯାଏଁ ଅସ୍ପଷ୍ଟ। ତେବେ ବିଶ୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଏଠାରେ ୨/୩ଟି ଅଭ୍ୟାସ ଖେଳାଯିବା ଏକ ପ୍ରକାର ଥୟ। ସମ୍ଭବତଃ ଭାରତୀୟ ହକି ଦଳ ଓ ଅନ୍ୟ ଏକ ବିଦେଶୀ ଦଳ ମଧ୍ୟରେ ଏହି ଅଭ୍ୟାସ ମ୍ୟାଚ୍‌ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜିତୁ ପଟ୍ଟନାୟକଙ୍କ ୧୩୩ କୋଟି ଟଙ୍କାର ସମ୍ପତ୍ତି ସିଜ୍‌, ମନି ଲଣ୍ଡ୍ରିଂ ମାମଲାରେ ଇଡିର ଆକ୍ସନ

ଭୁବନେଶ୍ୱର ୧୨।୦୫ : ସିଜ୍‌ ହେଲା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି । ରେଡ୍‌ ବେଳେ ଠାବ ହୋଇଥିବା ୧୩୩ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ଓ ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କାକୁ ସିଜ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଖବର ଅନୁଯାୟୀ, ବେଆଇନ ଖଣି କାରବାର ଓ ମନି ଲଣ୍ଡରିଂ ମାମଲାରେ ବୁଧବାର ଖଣି ମାଲିକ ତଥା ଚମ୍ପୁଆର ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ରେଡ୍‌ କରିଥିଲା ଇଡି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୪ କରୋନା ପଜିଟିଭ୍

ଭୁବନେଶ୍ୱର ୧୨।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୫୩ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମରଣମୁହଁରେ ରାଉରକେଲା ଏସ୍‌ଟିପିଆଇ!

ରାଉରକେଲା : ସଫ୍ଟୱେୟାର ଡେଭଲପମେଣ୍ଟ ପାଇଁ ରାଉରକେଲା ସହରରେ ଆରମ୍ଭ ହୋଇଥିଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)। ଏହାର ଲକ୍ଷ୍ୟ ଥିଲା, ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଚାହୁଥିବା ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ଆପ୍ ତିଆରି କରିବାଲାଗି ଆନୁସଙ୍ଗିକ ସୁବିଧା ଯୋଗାଇଦେବା ସହିତ ସଫ୍ଟୱେର୍‌ ଡେଭେଲପ୍‌ମେଣ୍ଟ୍ କରିବା ଦିଗରେ କମ୍ପାନିଗୁଡ଼ିକୁ ଉତ୍ସାହ ପ୍ରଦାନ କରାଯିବା। ରାଉରକେଲାରେ ଥିବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍‌ନଲୋଜି ବା ଏନ୍‌ଆଇଟି ଓ ଆଖପାଖର ଶିଳ୍ପାଞ୍ଚଳକୁ ନଜରରେ ରଖି ଏହା ସ୍ଥାପନ […]

ଅପରାଧ ରାଜ୍ୟ

ଜମିବାଡ଼ି ବିବାଦର କରୁଣ ପରିଣତି, ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମାଆ

ବାଲିପାଟଣା, ୧୨/୦୫: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମାଆ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ସରାଟ ଗ୍ରାମରେ । ଆକ୍ରମଣକାରୀ ସାବତ ଭାଇ ଦେବେନ୍ଦ୍ର ବେହେରା ଏବଂ ସାବତ ମାଆଙ୍କୁ ବାଲିପାଟଣା ପୋଲିସ୍ ଗିରଫ କରିଛି । ସରାଟ ଗ୍ରାମର ସଂଜୟ ବେହେରା ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ […]

ଅପରାଧ ରାଜ୍ୟ

କୋଇଲା ଖଣିର ଆଁରେ ଲୀନ ହୋଇଯିବ ହେମଗିର, ନିଶ୍ଚିହ୍ନ ହୋଇଯିବ ୧୨୫ଟି ଗାଁ

ସୁନ୍ଦରଗଡ଼: ଆଧୁନିକ ସଭ୍ୟତାର ବିକାଶ ସହ ଯୋଡ଼ି ହୋଇଯାଇଛି ଭୂତଳ ପ୍ରାଚୁର୍ଯ୍ୟ କଳାହୀରା ବା କୋଇଲା। ତେବେ ଏ ବିକାଶର କଳାହୀରା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପାଇଁ ବିନାଶର କାରଣ ହେବ। ହେମଗିର ତଳେ ଥିବା କୋଇଲାର ବିଶାଳ ଭଣ୍ଡାର ଓ ଆଜକୁ ୨୫ ବର୍ଷ ଧରି ଚାଲିଥିବା ତାର ଖନନ, ଉତ୍ତୋଳନକୁ ଦେଖିଲେ ଏହି ଆଶଙ୍କା ସୃଷ୍ଟି ହେଉଛି। ଖଣିଜନିତ ବିସ୍ଥାପନ, ଜଙ୍ଗଲ କ୍ଷୟ ଓ ଧ୍ବସ୍ତବିଧ୍ବସ୍ତ ଗାଁ ଭୂଇଁ, ସବୁଜ ଧାନ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୟପୁର ରାଜକୁମାରୀ ଦିୟା କୁମାରୀଙ୍କ ଦାବି: ତାଜ ମହଲ ଆମ ଜାଗାରେ ହୋଇଛି

ଜୟପୁର: ଯେଉଁ ଜାଗାରେ ତାଜ ମହଲ ନିର୍ମାଣ ହୋଇଛି, ମୂଳତଃ ତାହା ଜୟପୁର ରାଜାଙ୍କ ଜମି ଥିଲା ଏବଂ ମୋଗଲ ସମ୍ରାଟ ଶାହ ଜାହାନ ତାକୁ ଦଖଲ କରିନେଇଥିଲେ ବୋଲି ଜୟପୁରର ପୂର୍ବତନ ରାଜକୁମାରୀ ତଥା ବିଜେପି ସାଂସଦ ଦିୟା କୁମାରୀ ବୁଧବାର କହିଛନ୍ତି। ଏଥି ସହ ସେ କହିଛନ୍ତି ଯେ ତାଜ ମହଲ ଜମି ସଂକ୍ରାନ୍ତ କାଗଜପତ୍ର ଏବେ ବି ତାଙ୍କ ପରିବାର ପାଖରେ ଗଚ୍ଛିତ ଅଛି। ତାଜ ମହଲର ସତ୍ୟାସତ୍ୟ ଜାଣିବା ଲାଗି ବନ୍ଦ […]