ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୟପୁର ରାଜକୁମାରୀ ଦିୟା କୁମାରୀଙ୍କ ଦାବି: ତାଜ ମହଲ ଆମ ଜାଗାରେ ହୋଇଛି

ଜୟପୁର: ଯେଉଁ ଜାଗାରେ ତାଜ ମହଲ ନିର୍ମାଣ ହୋଇଛି, ମୂଳତଃ ତାହା ଜୟପୁର ରାଜାଙ୍କ ଜମି ଥିଲା ଏବଂ ମୋଗଲ ସମ୍ରାଟ ଶାହ ଜାହାନ ତାକୁ ଦଖଲ କରିନେଇଥିଲେ ବୋଲି ଜୟପୁରର ପୂର୍ବତନ ରାଜକୁମାରୀ ତଥା ବିଜେପି ସାଂସଦ ଦିୟା କୁମାରୀ ବୁଧବାର କହିଛନ୍ତି। ଏଥି ସହ ସେ କହିଛନ୍ତି ଯେ ତାଜ ମହଲ ଜମି ସଂକ୍ରାନ୍ତ କାଗଜପତ୍ର ଏବେ ବି ତାଙ୍କ ପରିବାର ପାଖରେ ଗଚ୍ଛିତ ଅଛି। ତାଜ ମହଲର ସତ୍ୟାସତ୍ୟ ଜାଣିବା ଲାଗି ବନ୍ଦ ଥିବା ୨୨ଟି କୋଠରି ଖୋଲିବା ପାଇଁ ଦାବି କରି ଆଲ୍ଲାହାବାଦ ହାଇକୋର୍ଟରେ କରାଯାଇଥିବା ଆବେଦନକୁ ‌ମଧ୍ୟ ସେ ସମର୍ଥନ କରିଛନ୍ତି।

ତାଜ ମହଲ ତିଆରି ହେବା ପୂର୍ବରୁ ସେଠାରେ କ’ଣ ଥିଲା ତାହା ଜାଣିବାର ଅଧିକାର ଲୋକମାନଙ୍କର ଅଛି। ଜୟପୁର ରାଜପରିବାର ପାଖରେ ଜମିର ରେକର୍ଡ ଅଛି, ଦରକାର ହେଲେ ତାହା ସେ ଅଦାଲତରେ ଉପସ୍ଥାପନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଦିୟା କୁମାରୀ ଦାବି କରିଛନ୍ତି। ସେ କହିଛନ୍ତି ଜମି ବାବଦକୁ କ୍ଷତିପୂରଣ ଦିଆଯାଇଥିଲା କିନ୍ତୁ ତାହା କେତେ ଥିଲା ଏବଂ ତାହାକୁ ରାଜା ଜୟସିଂହ ଗ୍ରହଣ କରିଥିଲେ କି ନାହିଁ, ତାହା ସେ ଜାଣିନାହାନ୍ତି କାରଣ ତାଙ୍କ ପୋଥିଖାନାରେ ଥିବା ରେକର୍ଡକୁ ସେ ପଢ଼ିନାହାନ୍ତି। କିନ୍ତୁ ଜମି ତାଙ୍କ ପରିବାରର ଥିଲା ଏବଂ ଶାହ ଜାହାନ ତାକୁ ନିଜ ଦଖଲକୁ ନେଇଥିଲେ। ଯେହେତୁ ସେତେବେଳେ କୌଣସି ନ୍ୟାୟାଳୟ ନ ଥିଲା ଏବଂ ସମ୍ରାଟ୍‌ ଶାହ ଜାହାନଙ୍କ ବିରୋଧରେ କେଉଁଠି ଅପିଲ କରିବା ସମ୍ଭବ ନ ଥିଲା, ବର୍ତ୍ତମାନ ରେକର୍ଡ ଯାଞ୍ଚ କଲେ ସବୁ କଥା ଜଣାପଡ଼ିବ ବୋଲି ଦିୟା କୁମାରୀ କହିଛନ୍ତି।

ଆଲ୍ଲହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହୋଇଥିବା ପିଟିସନ ଉପରେ ଦିୟା କହିଲେ ଯେ, ବନ୍ଦ ଥିବା ରୁମ୍‌ଗୁଡ଼ିକ ଖୋଲାଯିବା ଏବଂ ଏହା ଉପରେ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ପକ୍ଷରୁ ଅନୁସନ୍ଧାନ କରାଯିବା ଉଚିତ। ରୁମ୍‌ଗୁଡ଼ିକ କାହିଁକି ବନ୍ଦ ଅଛି ଲୋକେ ତାହା ଜାଣିବା ଆବଶ୍ୟକ। ତାଜମହଲ ନିର୍ମାଣ ହେବା ପୂର୍ବରୁ ସେଠାରେ କିଛି ଜିନିଷ ଥାଇପାରେ, ତାହା ମନ୍ଦିର ବା ଦେବଦେବୀଙ୍କ ମୂର୍ତ୍ତି ବି ହୋଇପାରେ। ମକବରା (କବର) ହେବା ପୂର୍ବରୁ ସେଠାରେ କ’ଣ ଥିଲା ତାହା ଜାଣିବାର ଅଧିକାର ଲୋକମାନଙ୍କର ଅଛି ବୋଲି ଦିୟା କହିଛନ୍ତି। ସୂଚନାଯୋଗ୍ୟ ଶାହ ଜାହାନ ଯାହାକୁ ନିଜର ରାଣୀ ମମତାଜଙ୍କ କବରଖାନାରେ ପରିଣତ କରିଛନ୍ତି, ତାହା ଏକ ଶିବ ମନ୍ଦିର ଥିଲା ବୋଲି ଏବେ ଅନେକ ଦାବି ଉଠୁଛି। ବିଜେପିର ଅଯୋଧ୍ୟା ମିଡ଼ିଆ ପ୍ରଭାରୀ ରଜନୀଶ ସିଂହ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ତାଜମହଲର ବନ୍ଦ ଥିବା ୨୨ଟି କୋଠରି ଖୋଲିବା ଏବଂ ସେଠାରେ କ’ଣ ଅଛି ସର୍ବସାଧାରଣକୁ ଅବଗତ କରାଇବା ପାଇଁ ଦାବି କରି ଶନିବାର ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ