ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଦ୍ବିତୀୟ ଥର କୋଭିଡ୍‌ ପଜିଟିଭ୍‌ ହେଲେ ଅଭିନେତା ଅକ୍ଷୟ କୁମାର; ‘କାନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ଯୋଗ ଦେବେନି

ମୁମ୍ବାଇ: କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବାରୁ ଚଳିତ ବର୍ଷ ‘କାନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ଯୋଗ ଦେଇପାରିବେ ନାହିଁ ବୋଲି ଶନିବାର ଦିନ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର କହିଛନ୍ତି। ଏ ସଂକ୍ରାନ୍ତରେ ସୂଚନା ଟୁଇଟ୍‌ କରି ଅକ୍ଷୟ ଲେଖିଛନ୍ତି: କାନ୍‌ସ୍ ‘ଇଣ୍ଡିଆନ୍‌ ପାଭିଲିୟନ୍‌’ରେ ଆମ ଚଳଚ୍ଚିତ୍ର ପ୍ରଦର୍ଶନ କରାଇବାକୁ ଇଚ୍ଛାଥିଲା। କିନ୍ତୁ, ଦୁଃଖର ବିଷୟ କୋଭିଡ୍‌ ପଜିଟିଭ୍‌ ହୋଇଛି । ତେଣୁ, ବିଶ୍ରାମ ନେବାକୁ ପଡ଼ିବ। ଆପଣଙ୍କୁ ଓ ଆପଣଙ୍କ ଟିମ୍‌କୁ ଅଜସ୍ର ଶୁଭେଚ୍ଛା ଅନୁରାଗ ଠାକୁର। ସତରେ […]

ଅପରାଧ ରାଜ୍ୟ

ଶିକାରୀଙ୍କ ଗୁଳିରେ ୩ ପୁଲିସ ନିହତ; ଜଣେ ଶିକାରୀ ମୃତ, ୪ ଗିରଫ

ଭୋପାଳ/ଗୁନା : ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଶନିବାର ସକାଳେ କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିମାଡ଼ରେ ୩ ପୁଲିସ କର୍ମୀ ନିହକ ହୋଇଛନ୍ତି। ଶିକାରୀଙ୍କ ତଲାସୀ ଅଭିଯାନରେ ବାହାରିଥିବା ପୁଲିସ ଟିମ୍‌ ଉପରେ ଆରନ ଜଙ୍ଗଲରେ ଅତର୍କିତ ଗୁଳିମାଡ଼ ହୋଇଥିଲା। ଏଥିରେ ଏସ୍‌ଆଇ ରାଜକୁମାର ଜାତବ (୨୭), କନଷ୍ଟେବଳ ନିରଜ ଭାର୍ଗବ (୩୮) ଏବଂ ସନ୍ତରାମ ମୀନା (୨୭)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଜଣେ ଶିକାରୀ ମଧ୍ୟ ଗୁଳିମାଡ଼ରେ ପ୍ରାଣ ହରାଇଛି। ମୃତ ଶିକାରୀକୁ ନୌସାଦ ମେୱାଟି […]

ରାଜ୍ୟ ରାଶିଫଳ

ଜଣାନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଅପରାଧ ରାଜ୍ୟ

ଭଙ୍ଗା କ୍ୟାବିନ୍‌ରେ ଅସାମାଜିକଙ୍କ ଆଡ଼ା: ଉଚ୍ଛେଦ ପାଇଁ ଶୁଣୁନି ବିଏମ୍‌ସି, ପୁଲିସ ବି ନିଦାବିଷ୍ଣୁ

ଭୁବନେଶ୍ବର: ରାସ୍ତା ଉପରେ ପଡ଼ିଛି ଭଙ୍ଗା କ୍ୟାବିନ୍‌। ବେପାର ନାଁରେ କ୍ୟାବିନ୍‌ ପଡ଼ିଛି ସିନା ଭିତରେ ଜମୁଛି ଅସାମାଜିକଙ୍କ ଆଡ଼ା। ନିଶାଡ଼ିଙ୍କ ଅସ୍ଥାନ ଜମୁଥିବା ଏଭଳି ଭଙ୍ଗା କ୍ୟାବିନ୍‌ ପାଇଁ ସ୍ଥାନୀୟ ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। ସେଗୁଡ଼ିକୁ ଉଚ୍ଛେଦ କରିବାକୁ ବିଏମ୍‌ସିକୁ ଆବେଦନ କରୁଛନ୍ତି। କିନ୍ତୁ ବିଏମ୍‌ସି ଶୁଣୁନାହିଁ। ଏମିତିକି ପୁଲିସ ବି ଏ ଦିଗରେ ବିଏମ୍‌ସି ଉପରକୁ ଦୋଷ ଠେଲି ଚୁପ୍ ବସୁଛି। ଏହା ହେଉଛି ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍ ଲେନ୍‌-୪ ଅଞ୍ଚଳର ଚିତ୍ର। […]

ଅପରାଧ ରାଜ୍ୟ

ଅପରାଧୀଙ୍କୁ ପୁଲିସର ପାଲଟା ଜବାବ: ୧୪ ବର୍ଷରେ ୨୫ ଏନ୍‌କାଉଣ୍ଟର୍‌

ଭୁବନେଶ୍ବର: କମିସନରେଟ୍ ପୁଲିସକୁ ପ୍ରାୟ ୧୪ ବର୍ଷ ପୂରିଛି। ଏହି ୧୪ ବର୍ଷରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଦମନ କରିବାକୁ ଯାଇ ପୁଲିସ ୨୫ ଏନ୍‌କା‌ଉଣ୍ଟର୍‌ କରିଛି। ପୁଲିସକୁ ଚ୍ୟାଲେଞ୍ଜ ଦେଇ ବାରମ୍ବାର ଅପରାଧ ଘଟାଉଥିବା ଦୁର୍ଦ୍ଦାନ୍ତଙ୍କୁ ପାଲଟା ଜବାବ ଦେବାକୁ ଯାଇ କମିସନରେଟ୍‌ ପୁଲିସକୁ ଏଭଳି ଦୃଢ଼ ପଦକ୍ଷେପ ନେବାକୁ ପଡ଼ିଛି। ପ୍ରଥମେ ୨୦୦୯ରେ ପଟିଆରେ ଏକ ବ୍ୟାଙ୍କ୍ ଡକାୟତ ଗ୍ୟାଙ୍ଗ୍‌ ସହ କମିସନରେଟ୍ ପୁଲିସର ଗୁଳି ବିନିମୟ ହୋଇଥିଲା। ପୁଲିସର ଏହି ଏନ୍‌କାଉଣ୍ଟର୍‌ରେ ଜଣେ କୁଖ୍ୟାତ […]

ଅପରାଧ ରାଜ୍ୟ

ସାଲିଆ ସାହି ବସ୍ତିରେ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ୫ ଗିରଫ

ଭୁବନେଶ୍ବର: ରାଜଧାନୀରେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯିବା ସହ ଏହି ଘଟଣାରେ ଜଡ଼ିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାଜଧାନୀର ସାଲିଆ ସାହି ବସ୍ତିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ସହ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଛି। ଏଠାରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି।

ଅପରାଧ ରାଜ୍ୟ

ନିଶବ୍ଦ ରଜନୀରେ ରଙ୍ଗିନ୍‌ ବାର୍‌

ଭୁବନେଶ୍ବର: ରାତି ୨ଟା ବାଜିସାରିଥିଲା। ସବୁଆଡ଼ ଶୂନ୍‌ଶାନ୍ ଥିଲା। କିନ୍ତୁ ଚନ୍ଦ୍ରଶେଖରପୁରର ସେହି ବାର୍‌ ସମ୍ମୁଖରେ ଚାଲିଥିଲା ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ଭିତରେ ଚାଲିଥିଲା ପିଟାପିଟି ଓ ଧସ୍ତାଧସ୍ତି। ରାସ୍ତାରେ ଗଡ଼ପଡ଼ା ହେଉଥିଲେ ଉଭୟ ଗୋଷ୍ଠୀ‌ର ଯୁବକ ଓ ଯୁବତୀ। ଉଭୟ ପକ୍ଷରୁ କିଛି ଆହତ ବି ହୋଇଥିଲେ। ପୋଷାକପତ୍ରର ଅବସ୍ଥା ନଥିଲା। କାହାର ଫାଡ଼ି ହୋଇ ଦେହରେ ଲାଗିଥିଲା ତ କାହାର ପୂରା ଦେହରୁ ବାହାରି ଯାଇଥିଲା। ବଡ଼ କଥା ହେଉଛି ପିସିଆର୍ ଭ୍ୟାନ୍‌ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଶ୍ୱର ସର୍ବବୃହତ୍‌ ରଥ ପାଇଁ କାଠ ନାହିଁ

କେନ୍ଦୁଝର : ବିଶ୍ବର ସବୁଠାରୁ ବଡ଼ ରଥର ମାନ୍ୟତା ପାଇଛି କେନ୍ଦୁଝର ବଳଦେବଜିଉଙ୍କ ରଥ। ଏଇ କିଛିଦିନ ତଳେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ମିଳିଛି। ମାତ୍ର ଏଠାରେ ଏକ ସୁନ୍ଦର ଓ ସୁରକ୍ଷିତ ରଥ ନିର୍ମାଣ ପାଇଁ ଯେତିକି କାଠ ଦରକାର, ତାହା ଆଜିଯାଏ ମିଳୁନାହିଁ। ଆଉ ଦିନ କେଇଟା ପରେ ରଥଯାତ୍ରା ଥିବାରୁ ଏଥିନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦୁଝର ବଳଦେବଜିଉଙ୍କ ରଥର ଉଚ୍ଚତା ୭୨ ଫୁଟ […]

ଅପରାଧ ରାଜ୍ୟ

ଦାବି ମୂଲ୍ୟ ନପାଇବାରୁ ମୃତଦେହ ଛାଡିଗଲା ଆମ୍ବୁଲାନ୍ସ, ରାତିସାରା ରାସ୍ତାକଡ଼ରେ ପଡିରହିଲା ଶବ

ଚଣ୍ଡିଖୋଲ ୧୪।୦୫ : ଟଙ୍କା ଅଭାବରୁ ରାସ୍ତାରେ ପଡିରହିଲା ମୃତଦେହ । ପୁରା ଟଙ୍କା ଦେଇନଥିବାରୁ ଛାଡିଚାଲିଗଲା ଆମ୍ବୁଲାନ୍ସ । ରାତିସାରା ଜାତୀୟ ରାଜପଥ କଡରେ ପଡିରହିଲା ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଢେଙ୍କାନାଳ ଅଞ୍ଚଳର ହେମନ୍ତ ମିଶ୍ର ସ୍ତ୍ରୀ ଛବି ମିଶ୍ର ଛତିଆ ଠାରେ କିଛି ଦିନ ହେବ ବାପ ଘରେ ରହିଆସୁଥିଲେ । ତାଙ୍କର ଏକ ୬ମାସର ଶିଶୁପୁତ୍ର ମଧ୍ୟ ରହିଛି […]

ଅପରାଧ ରାଜ୍ୟ

ରାତିଅଧିଆ ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ହଟହଟା ହେଲା ମାଲକାନଗିରି ପୁଲିସ୍‌

ମାଲକାନଗିରି/କୋରାପୁଟ: ରାତିଅଧିଆ ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ମାଲକାନଗିରି ପୁଲିସ୍ ହଟହଟା ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲରେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର ଖବର ପାଇଥିଲେ। ସେ ବିଳମ୍ବିତ ରାତିରେ ମାଟିଖାଲ ଗାଁକୁ ଏକ ୩୦ ଜଣିଆ ପୁଲିସ୍ ଟିମ୍ ପଠାଇଥିଲେ। ପୁଲିସ୍ ମାଫିଆକୁ ଧରିବା ଲାଗି ଜଣେ ଲୋକଙ୍କ ଘରେ ଚଢ଼ାଉ କରିଥିଲା। ତାପରେ ଗ୍ରାମବାସୀମାନେ ଏଥିରେ ଉତକ୍ଷିପ୍ତ ହୋଇ ପୁଲିସ୍ […]