ଅପରାଧ ରାଜ୍ୟ

ଦାବି ମୂଲ୍ୟ ନପାଇବାରୁ ମୃତଦେହ ଛାଡିଗଲା ଆମ୍ବୁଲାନ୍ସ, ରାତିସାରା ରାସ୍ତାକଡ଼ରେ ପଡିରହିଲା ଶବ

ଚଣ୍ଡିଖୋଲ ୧୪।୦୫ : ଟଙ୍କା ଅଭାବରୁ ରାସ୍ତାରେ ପଡିରହିଲା ମୃତଦେହ । ପୁରା ଟଙ୍କା ଦେଇନଥିବାରୁ ଛାଡିଚାଲିଗଲା ଆମ୍ବୁଲାନ୍ସ । ରାତିସାରା ଜାତୀୟ ରାଜପଥ କଡରେ ପଡିରହିଲା ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ଢେଙ୍କାନାଳ ଅଞ୍ଚଳର ହେମନ୍ତ ମିଶ୍ର ସ୍ତ୍ରୀ ଛବି ମିଶ୍ର ଛତିଆ ଠାରେ କିଛି ଦିନ ହେବ ବାପ ଘରେ ରହିଆସୁଥିଲେ । ତାଙ୍କର ଏକ ୬ମାସର ଶିଶୁପୁତ୍ର ମଧ୍ୟ ରହିଛି । ଶୁକ୍ରବାର ସ୍ତ୍ରୀ ଛବିରାଣୀ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଥମେ ବଡ଼ଚଣା ଓ ପରେ କଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଛତିଆକୁ ଆଣୁଥିବା ବେଳେ ଆମ୍ବୁଲାନ୍ସ ଚାଳକ ଭଡ଼ା ବାବଦକୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ। ମୃତ ମହିଳାଙ୍କ ସ୍ଵାମୀ ତିନି ହଜାର ଟଙ୍କା ଦେଇଥିଲେ। ଏଥିରେ ଅରାଜି ହୋଇ ଆମ୍ବୁଲାନ୍ସ ଚାଳକ ରାସ୍ତା କଡ଼ରେ ମୃତଦେହ ଛାଡ଼ି ଚାଲିଯାଇଥିଲେ।

ସେପଟେ ରାତିସାରା ମୃତଦେହ ଜାତୀୟ ରାଜପଥ କଡ଼ରେ ପଡି ରହିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳ ଲୋକେ ରାସ୍ତା କଡ଼ରେ ମୃତଦେହ ପଡିଥିବା ଦେଖି ଛତିଆ ବିଟ ହାଉସ ଅଧିକାରୀଙ୍କୁ ଜଣାଇ ଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ସ୍ୱାମୀ ହେମନ୍ତକୁ ଅଧିକ ପଚରାଉଚରା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ପରେ ସ୍ଥାନୀୟ ପଞ୍ଚାୟତ ବାସୀଙ୍କ ସହାୟତାରେ ମୃତଦେହ ସତ୍କାର କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।