ଅପରାଧ ରାଜ୍ୟ

ଭାଇ ନାଁରେ କଳଙ୍କ, ଘରେ କେହି ନଥିବାବେଳେ ସମ୍ପର୍କୀୟ ଭଉଣୀଙ୍କୁ କଲେ ଦୁଷ୍କର୍ମ

ନୀଳଗିରି ୨୭/୦୭: ଭାଇ ନାଁରେ କଳଙ୍କ । ଏଭଳି ଘୃଣ୍ୟ କାମ ସହଜରେ ସମାଜ ଗ୍ରହଣ କରିନଥାଏ । ହେଲେ ଜଣେ ଯୌନ ପିପାସୁ ଭାଇ ତାଙ୍କ ସମ୍ପର୍କିୟ ଭଉଣୀଙ୍କୁ ଦୁଷ୍କର୍ମ କରିବା ଭଳି ଅଭିଯୋଗ ଆସିଛି । ସୂଚନାଯୋଗ୍ୟ ଧୋବଶିଳା ପଞ୍ଚାୟତ ଅଧିନ ଆଗରିଆ ଗାଁର ଜଗନ୍ନାଥ ସିଂ ତାଙ୍କ ଘରେ କେହିନଥିବାର ସୁଯୋଗରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଉଠିଛି । ନାବାଳିକା ଜଣକ ତାଙ୍କର ସମର୍କୀୟ ଭଉଣୀ ବୋଲି ଜଣାପଡିଛି । […]

ଅପରାଧ ରାଜ୍ୟ

ପ୍ରେମିକାଙ୍କୁ ଦେଖା କରିବାକୁ ବାରଣ କଲେ ଘରଲୋକ, ଫିନାଇଲ ଓ ବିଷ ପିଇ ଆତ୍ମହତ୍ୟା କଲା ପ୍ରେମିକ

କରଞ୍ଜିଆ ୨୭।୭: ପ୍ରେମିକା ଘର ଆଗରେ ପ୍ରେମିକର ଆତ୍ମହତ୍ୟା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବଜାର ଅଞ୍ଚଳରେ ରହୁଥିବା ଜନୈକ ମୁସଲମାନ ସମ୍ପ୍ରଦାୟର ଜଣେ ଯୁବତଙ୍କୁ ସେହି ସମ୍ପ୍ରଦାୟର ଜଣେ ଯୁବକ ପ୍ରେମ କରୁଥିଲେ । ଜନୈକ ଯୁବକ ଜଣଙ୍କ ମଙ୍ଗଳବାର ସନ୍ଧ୍ୟା ସମୟରେ କରଞ୍ଜିଆରେ ରହୁଥିବା ନିଜ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଆସିଥିଲେ । ହେଲେ ଝିଅଘର […]

ଅପରାଧ ରାଜ୍ୟ

ମଦ ପିଇ ରାସ୍ତାରେ ଗଡିବା ପଡିଲା ମହଙ୍ଗା, ପୋଲିସ କନଷ୍ଟେବଳ ନିଲମ୍ବିତ

ଉଦଳା ୨୭।୭: ନିଶା ଖାଇ ସର୍ବସାଧାରଣ ସ୍ଥାନରେ ପଡିବା ଏବଂ ମାତାଲ ହୋଇ ବୁଲିବା ଜଣେ ପୋଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡିଛି । ମାତାଲ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା କୁଣ୍ଡାବାଇ ଫାଣ୍ଡିର କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ। ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ଉଦଳା-କପ୍ତିପଦା ରାସ୍ତାରେ ଥିବା ଏକ ମଦ ଦୋକାନ ସମ୍ମୁଖରେ ମଦ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ଶିକ୍ଷା ଅଧିକାରୀ : ବଦଳି କରାଇଦେବା ପାଇଁ ନେଉଥିଲେ ଲାଞ୍ଚ, ଏବେ ଘରେ ଚାଲିଛି ରେଡ୍

କେନ୍ଦ୍ରାପଡା ୨୭।୭: ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ । ବଦଳି କରାଇଦେବା ପାଇଁ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି । ତେବେ ତିନିମୁହାଣି ଛକ ଏନଏଚ କଲୋନୀ ସ୍ଥିତ ଭଡା ଘରେ ଡିଇଓ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ସବୁଠାରୁ ବଡ଼ କଥା ହେଲା ଆଉ ମାତ୍ର ୩ […]

ଅପରାଧ ରାଜ୍ୟ

ଗୁରୁ ନାଁରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ଶିକ୍ଷକ

ଟାଙ୍ଗୀ ୨୭/୦୭: ଗୁରୁ ପବିତ୍ର ଶବ୍ଦ । ହେଲେ ଏହି ଶବ୍ଦ ଏବେ ହୋଇପଡିଛି ଅପବିତ୍ର । ଶିକ୍ଷା ଦେବତାଙ୍କ ନାଁ ଲାଗିଛି କଳଙ୍କ । ଏହି ଶିକ୍ଷକ ଜଣକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଶିକ୍ଷା ଦେବା ବଦଳରେ କିଭଳି ଯୌନ ଶୋଷଣ କରୁଥିଲେ ତାହାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଶିକ୍ଷକ ଜଣକ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଧିନସ୍ଥ ନନ୍ଦିଘର ଗ୍ରାମର ରାଜେଶ ବେହେରା । ରାଜେଶ ଏବେ […]

ଅପରାଧ ଦେଶ ବିଦେଶ

ଏକାସାଙ୍ଗେ ଆତ୍ମହତ୍ୟା କଲେ ତିନି ଝିଅ, ଘର ସମ୍ମୁଖ ନିମ ଗଛରୁ ମିଳିଲା ଝୁଲନ୍ତା ମୃତଦେହ

ଭୋପାଳ ୨୭।୦୭ : ମଧ୍ୟପ୍ରଦେଶର ଖଣ୍ଡଓ୍ୱା ଅଞ୍ଚଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଏକ ନିମ ଗଛରେ ଝୁଲୁଛି ତିନି ଭଉଣୀଙ୍କ ମୃତଦେହ । ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାମ ସୌନୁ, ସାବତ୍ରୀ ଓ ଲଳିତ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ମିଳିଥିବା ଖବର ଅନୁଯାୟୀ, ଖଣ୍ଡଓ୍ୱା ଜିଲ୍ଲାର ଏକ ଗାଁରେ ଜାମ୍‌ ସିଂହଙ୍କ ପରିବାର […]

ଅପରାଧ ଦେଶ ବିଦେଶ

ପତ୍ନୀ ସେୟାର କଲେ ଏମିତି ଭିଡିଓ, ୭୦୦ କିମି ଦୂରରୁ ଆସି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ ୨୭/୦୭; ବିବାହ ଭିଡିଓ ସେୟାର କଲେ ମହିଳା। ୭୦୦ କିଲୋମିଟର ଦୂରରୁ ଆସି ପତ୍ନୀ ଙ୍କୁ ହତ୍ୟା କଲେ ସ୍ବାମୀ। ଘଟଣାଟି ଘଟିଛି ଆମେରିକାର ଇଲିନୋଇସ୍ ଷ୍ଟେଟ୍‌ରେ । ପାକିସ୍ତାନୀ ମୂଳ ବାସିନ୍ଦା ୨୯ ବର୍ଷର ସାନିଆ ଖାନଙ୍କୁ ହତ୍ୟା କରିଛନ୍ତି ସ୍ବାମୀ ରାହିଲ ଅହମ୍ମଦ। ସାନିଆ ଜଣେ ଟିକଟକର ଏବଂ ବୃତ୍ତି ଅନୁଯାୟୀ ଫଟୋଗ୍ରାଫର ଥିଲେ । ବର୍ଷେ ହେବ ପାରିବାରିକ ସମସ୍ୟା ନେଇ ସେ ବିବାହ ବିଚ୍ଛେଦ କରିଥିଲେ। ସ୍ୱାମୀ ରାହୁଲ ଅହମ୍ମଦ […]

ଅପରାଧ ରାଜ୍ୟ

ଥମୁନି ଧଳାଜହର କାରବାର, କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର ୨୭।୦୭ : ଥମୁନି ଧଳାଜହର ବେପାର । ପୁଣି ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ । ଏହାସହିତ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଶେଖ୍‌ ମେଜୁ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏନେଇ ଏସ୍‌ଟିଏପ୍‌ ଡିଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ବାଲେଶ୍ୱର ସହଦେବଖୁଣ୍ଟା […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୭୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୭।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୮୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୮୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୯୦୮୫କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଶୌଚ ହେବାକୁ ଯାଇ ଫେରିନଥିଲେ ଘରକୁ, ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଝାରସୁଗୁଡା ୨୭।୭: ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା ଜିଲ୍ଲା ବେଲପାହାଡ ଜୁନାଡ଼ିହି ପୋଖରୀରେ ବୁଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି l ମୃତ ଯୁବକ ଜଣଙ୍କ ଜୁନାଡ଼ିହିର ସ୍ବର୍ଗତ ଅକ୍ରୁର ମାଝୀଙ୍କ ପୁଅ ୨୬ବର୍ଷ ବୟସ୍କ ବେଦବ୍ୟାସ ମାଝୀ ବୋଲି ଜଣାପଡିଛି l ସୂଚନାଯୋଗ୍ୟ ଯେ, ବେଦବ୍ୟାସ ମଙ୍ଗଳବାର ସନ୍ଧ୍ୟାରେ ଶୌଚ ହେବା ପାଇଁ ଯାଉଛି କହି ଘରୁ ବାହାରି ଥିବାବେଳେ ଆଉ ଘରକୁ ଫେରି ନଥିଲେ l ପରିବାର ଲୋକେ […]