ରାଜଧାନୀରେ ନିଖୋଜ ହେଲେ କନ୍ଧମାଳର ହରିଶଚନ୍ଦ୍ର, ଥାନାରେ ଏତଲା
ଫୁଲବାଣୀ ୨୮/୦୭: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପାଜୀମାହା ଗ୍ରାମର ହରିଶ ଚନ୍ଦ୍ର ପୋଢ଼ ଗତ କିଛି ଦିନ ତଳେ ନିଜ ପୁଅ ସହ ମିଶି ଭୁବନେଶ୍ୱର ଯାଇଥିଲେ । ଆଉ ଭୁବନେଶ୍ୱରର ସାଲିଆସାହିରେ ରହୁଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ହରିଶ୍ଚନ୍ଦ୍ର ପୋଢ଼ ଶୁକ୍ରବାର ରାତିରେ ବାହାରକୁ ଆସିଲା ପରେ ଆଉ ଘରକୁ ଫେରି ନଥିଲେ । ଅନେକ ସମୟ ପରେ ବି ବାପା ହରିଶ୍ଚନ୍ଦ୍ର ଘରକୁ ନ ଫେରିବାରୂ ପୁଅ ବିଚଳିତ ହୋଇପଡିଥିଲେ । […]