ଦଶପଲ୍ଲାରେ ମଦ ଭାଟି ସହ ତାଳ ଦେଇ ବଢୁଛି ଅପରାଧ
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ର ବିଭିନ୍ନ ଆଦିବାସୀ ବହୁଳ ପଞ୍ଚାୟତରେ ଦିନକୁ ଦିନ ବଢ଼ି ଚାଲିଛି ମଦଭାଟି ସଂଖ୍ୟା। ଜଙ୍ଗଲରେ ଦୈନିକ ରନ୍ଧା ଯାଉଛି ଶହଶହ ଲିଟର ମଦ। ମଦ ବ୍ୟବସାୟୀମାନେ ବିଭିନ୍ନ ଜଙ୍ଗଲରେ ମଦଭାଟି ବସାଉଛନ୍ତି। ଏହାକୁ କିଏ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଛି ତ ପୁଣି କିଏ ବାହାରକୁ ଚାଲାଣ କରୁଛି। ଫଳରେ ବିଭିନ୍ନ ଛକ ବଜାରଠାରୁ ଆରମ୍ଭ କରି ଚା, ପାନ ଓ ଜଳଖିଆ ଦୋକାନରେ ସଞ୍ଜ ନଇଁଲେ ଜମୁଛି ମଦର ଆସର। […]