ଭୁବନେଶ୍ବରରେ ଖୋଲିବ ‘କଥିତ ଓ ଆଦିବାସୀ ଭାଷା, ସାହିତ୍ୟ କେନ୍ଦ୍ର’: ସଂଗ୍ରହାଳୟ ପରିସରରେ ରହିବ କାର୍ଯ୍ୟାଳୟ
ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମି ଅଧୀନ ‘କଥିତ ଓ ଆଦିବାସୀ ଭାଷାସାହିତ୍ୟ କେନ୍ଦ୍ର’ର ଏକ ଶାଖା ଭୁବନେଶ୍ବରରେ ଖୋଲିବ। ନୂଆଦିଲ୍ଲୀ ପରେ କୌଣସି ରାଜ୍ୟରେ ଏହା ହେବ ପ୍ରଥମ ଶାଖା। ରାଜ୍ୟ ସରକାର ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ସଂସ୍କୃତି ବିଭାଗର ପୁରାତନ ନିର୍ଦ୍ଦେଶାଳୟ କୋଠାରେ ବିନା ଦେୟରେ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଏ ସଂକ୍ରାନ୍ତରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା। ଏହା ପରେ […]