ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ପୁଅ ଭାରତକୁ ବିଶ୍ୱକପ ଜିତାଇବ’ : ଦଳରେ ଚୟନ ପରେ ଖୁସିରେ ଅର୍ଶଦୀପଙ୍କ ପୁରା ପରିବାର

ନୂଆଦିଲ୍ଲୀ, ୧୩|୦୯ : ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍ । ଏଥିପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏଥିରେ ସ୍ଥାନ ପାଇଛନ୍ତି ଦ୍ରୁତ ବୋଲର ଅର୍ଶଦୀପ ସିଂ । ଯାହାକୁ ନେଇ ତାଙ୍କ ପରିବାର ଲୋକେ ଖୁସି ଅଛନ୍ତି । ଏହାସହ ଅର୍ଶଦୀପ ଭାରତକୁ ବିଶ୍ୱକପ ଜିତାନ୍ତୁ ବୋଲି ପରିବାର ଲୋକେ ଆଶା ରଖିଛନ୍ତି । ଅର୍ଶଦୀପଙ୍କ ମାଆ ବଲଜିତ କୌର ସୋମବାର ସନ୍ଧ୍ୟାରେ ପୁଅ ବିଶ୍ୱକପ ଟିମରେ ସାମିଲ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏହି ଅଭିନେତ୍ରୀଙ୍କୁ ପ୍ରେମ କରୁଛନ୍ତି ପାକିସ୍ତାନୀ କ୍ରିକେଟର, ଇନଷ୍ଟାରେ କଲେ ଫଲୋ

ନୂଆଦିଲ୍ଲୀ ୧୩/୦୯: ପାକିସ୍ତାନୀ କ୍ରିକେଟର ନାସିମ ଶାହା ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଲଭ୍ ରିଲେସନକୁ ନେଇ ପୁଣି ଥରେ ଚର୍ଚ୍ଚା । ନିକଟରେ ଏସିଆ କପରେ ପାକିସ୍ତାନ ଦଳର ଭାରତ ସହ ମ୍ୟାଚ୍ ଦେଖୁଥିବା ବେଳେ ଉର୍ବଶୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ସେବେଠାରୁ ନାସିମ ଉର୍ବଶୀଙ୍କ ସହ ସୋସିଆଲ ମିଡିଆରେ ରହିଆସିଥିଲେ । ହେଲେ ଏବେ ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବାକୁ ନେଇ ଲାଇମଲାଇଟରେ ଅଛନ୍ତି । ସୂଚନା ଥାଉକି, ଯେତେବେଳେ […]

ଅପରାଧ ରାଜ୍ୟ

ମଦ ପ୍ରସ୍ତୁତ ୟୁନିଟରେ ଚଢାଉ, ୪ଗିରଫ

ବ୍ରହ୍ମପୁର ୧୩।୦୯: ବେଆଇନ୍‌ ମଦ ପ୍ରସ୍ତୁତ ୟୁନିଟ ଉପରେ ପୋଲିସର ଚଢାଉ । ୪ଜଣଙ୍କୁ ଗିରଫ କରିବା ସହ ମଦ ପ୍ରସ୍ତୁତ ସାମଗ୍ରୀ ଏବଂ ମଦ ବୋତଲ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେତଝରୀ ନିକଟରେ ବେଆଇନ୍‌ ଭାବେ ମଦ ପ୍ରସ୍ତତ ୟୁନିଟ୍‌ ଚଳାଉଥିଲେ ।ଯାହାର ଗୁଇନ୍ଦା ସୂଚନା ପାଇଥିଲା ପୋଲିସ । ଏହିକ୍ରମରେ ସେହି ସ୍ଥାନରେ ଚଢାଉ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୪୩୬୯ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୧୩|୦୯: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ କମିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୫ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶରୀରରେ ଦେଖାଦିଏ ଏମିତି ରୋଗ, ଆଖିରୁ ବାହାରେ ରକ୍ତର ଲୁହ

ନୂଆଦିଲ୍ଲୀ ୧୩/୦୯: ଅନେକ କାଳ୍ପନିକ ଫିଲ୍ମରେ ଆପଣ ଆଖିରୁ ରକ୍ତ ଝରୁଥିବା ଦେଖିଥିବେ । ଅଧିକାଂଶ ଭାମ୍ପାୟର୍‌ ଓ ସୁପର୍‌ନ୍ୟାଚୁରାଲ୍‌ କାହାଣୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । କିନ୍ତୁ ଆପଣ ଜାଣନ୍ତି କି? ବାସ୍ତବ ଜୀବନରେ ମଧ୍ୟ ଲୋକେ ରକ୍ତ କାନ୍ଦିଥାନ୍ତି । ଏହା ଏକ ବିରଳ ସ୍ଥିତି । ଏହାକୁ ହେମୋଲାକ୍ରିଆ କୁହାଯାଏ । ହେମୋଲାକ୍ରିଆ ଏଭଳି ଏକ ସ୍ଥିତି, ଯେଉଁଥିରେ ମଣିଷ ଆଖିରେ ସୃଷ୍ଟି ହେଉଥିବା ଲୁହ ସହିତ ରକ୍ତ ମିଶିଯାଏ । […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଡେଙ୍ଗୁ ଅଣାୟତ, ଭାଙ୍ଗିଲା ୪ ବର୍ଷର ରେକର୍ଡ

ନୂଆଦିଲ୍ଲୀ, ୧୩|୦୯ : ଦିଲ୍ଲୀରେ ଅଣାୟତ ଡେଙ୍ଗୁ । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଡେଙ୍ଗୁ ମାମଲା ବଢିବାରେ ଲାଗିଛି । ଏବେସୁଦ୍ଧା ଏଠାରେ ମୋଟ୍ ମାମଲା ୩୦୦ ଛୁଇଁଛି । ଗତ ଏକ ସପ୍ତାହରେ ମୋଟ୍ ୫୧ ମାମଲା ସାମ୍ନାକୁ ଆସିଛି । ଚଳିତ ବର୍ଷ ସେପ୍ଟେମ୍ବର ୯ ସୁଦ୍ଧା ୨୯୫ ଡେଙ୍ଗୁ ମାମଲା ଏଠାରେ ଆସିଥିଲା । କେବଳ ଅଗଷ୍ଟରେ ୭୫ ମାମଲା ସାମ୍ନାକୁ ଆସିଛି । ୨୦୧୭ ପରେ ଏହା ଜାନୁଆରୀ ୧ରୁ ସେପ୍ଟେମ୍ବର […]

ଅପରାଧ ଦେଶ ବିଦେଶ

ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ, ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ନୂଆଦିଲ୍ଲୀ, ୧୩|୦୯ ଗୁଜୁରାଟର ଦଳିତ ନେତା ତଥା ବଡଗାମ ଆସନର ବିଧାୟକ ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ । ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧନ ବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ପୂର୍ବତନ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ସୂଚନାନୁସାରେ, ଅହମ୍ମଦାବାଦର ବସ୍ତ୍ରାଳରେ ଏକ ଜନସଭାକୁ ସମ୍ବୋଧନ କରୁଥିଲେ ଜିଗ୍ନେଶ । ସେଠାରେ କଂଗ୍ରେସ ନେତା ହିତେନ୍ଦ୍ର ପିଥାଡିଆ ମଧ୍ୟ ଉପସ୍ଥିତ ଥିଲେ […]

ଅପରାଧ ଦେଶ ବିଦେଶ

ଇ-ବାଇକ୍ ସୋ’ରୁମରେ ନିଆଁ, ପୋଡିହୋଇ ୬ ମୃତ

ନୂଆଦିଲ୍ଲୀ, ୧୩|୦୯: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ବଡ ଅଘଟଣ । ଏଠାରେ ଏକ ବାଇକ୍ ସୋରୁମରେ ନିଆଁ ଲାଗିଯାଇଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୬ ଜଣ ପୋଡି ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି । ହାଇଦ୍ରାବାଦ ନର୍ଥ ଜୋନ୍ ଡିସିପିଙ୍କ କହିବାନୁସାରେ, ସିକନ୍ଦରାବାଦ ପାସପୋର୍ଟ ଅଫିସ ପାଖରେ ଥିବା ଇଲେକ୍ଟ୍ରିକ୍ ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିବା ଖବର ମିଳିଥିଲା । ସୋରୁମର ଉପରେ ଏକ […]

ଅପରାଧ ରାଜ୍ୟ

ଶୋଇଥିବା ବେଳେ ତମ୍ବୁରେ ଚଢ଼ିଗଲା ଟ୍ରକ, ଚାଲିଗଲା ଶ୍ରମିକଙ୍କ ଜୀବନ

ଭଦ୍ରକ ୧୩/୦୯: ରାଜପଥ କାମରେ ନିୟୋଜିତ ଶ୍ରମିକ ମାନେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ । ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ମାନେ ରାଜପଥ ପାର୍ଶ୍ଵରେ ଏକ ଅସ୍ଥାୟୀ ଘର କରି ରହୁଥିଲେ । ଏହି […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ବନ କର୍ମଚାରୀ, ଗାଁକୁ ଯାଉଥିବାବେଳେ ମାଡିବସିଲା ଅଧିକାରୀ

ଧର୍ମଗଡ ୧୩/୦୯: ଭିଜିଲାନ୍ସ ପଞ୍ଜାରେ ବନ କର୍ମଚାରୀ । କଳାହାଣ୍ଡି ଭବାନୀପାଟଣାରେ ରାତିଅଧିଆ ଭିଜିଲାନ୍ସ ରେଡ । ସଗଡା ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିଲେ । ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଖବର ପାଇ ଏକାକାଳୀନ ଚଢ଼ାଉ କରିଥିଲେ । ଫଳରେ ଫରେଷ୍ଟର ମାଝୀଙ୍କ ଠାରୁ ୨ଲକ୍ଷ ଜବତ କରି ଭବାନୀପାଟଣା ଭିଜିଲାନ୍ସ ଅଫିସୃକୁ ଆଣି ପଚରା ଉଚରା ଜାରି […]