ମଙ୍ଗୁଳି ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା, ଜଣେ ମୃତ
ଚୌଦ୍ୱାର ୧୪/୦୯: କଟକ ମଙ୍ଗୁଳି ଛକ ୧୬ନଂ ଜାତୀୟ ରାଜପଥ ରଶ୍ମି ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ମୃତକ ଯୁବକକୁ ଟାଙ୍ଗୀ ପୋଲିସ ଉଦ୍ଧାର କରି କଟକ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଆହତ ଦୁଇ ଯୁବକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ବିଳମ୍ବିତ ରାତି ପ୍ରାୟ ୧:୩୦ ରେ ଚୌଦ୍ଵାର […]