AIIMSରେ ଘାରିଲା କରୋନା ଭୟ: OPD ବନ୍ଦ କରିବା ପାଇଁ ନିର୍ଦ୍ଦେଶ, ଜାଣନ୍ତୁ କଣ କଣ ବଦଳିଛି ନିୟମ
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଘାରିଛି କରୋନା ଭୟ । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି କର୍ମଚାରୀ ଏବଂ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ହେବା ପରେ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ । ଆସନ୍ତା ସୋମବାର ଠାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । କେବଳ ଅନଲାଇନରେ ଓପିଡି ପଞ୍ଜୀକରଣ କରିଥିବା ରୋଗୀଙ୍କୁ ଓପିଡିରେ ଚିକିତ୍ସା ପ୍ରଦାନ କରାଯିବ […]