ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଭାଙ୍ଗ ଓ ଗଞ୍ଜେଇରେ ଲୁଚି ରହିଛି କରୋନାକୁ ସମାପ୍ତ କରିବାର ଅମୋଘ ଅସ୍ତ୍ର! ଜାଣନ୍ତୁ କଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମାମଲା ବଢ଼ିବାରେ ଲାଗିଛି । କୋଭିଡ୍ ଭାଇରସ୍ ର ନୂଆ ନୂଆ ଭାରିଆଣ୍ଟ୍ ଦୁନିଆରେ ତାଣ୍ଡବ ରଚିବାରେ ଲାଗିଛନ୍ତି । ଏହି କ୍ରମରେ ଡେଲଟା ଓ ଓମିକ୍ରନ ଭାରିଆଣ୍ଟ୍ ସଂକ୍ରମଣ ବର୍ତ୍ତମାନ ସମୟରେ ସର୍ବାଧିକ ରହିଛି । ଭାରତରେ ମଧ୍ୟ ଦୈନିକ ସଂକ୍ରମଣ ନୂଆ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ନୂଆ ମାମଲା ଚିହ୍ନଟ ହୋଇଛି । ଫଳରେ ଆକ୍ଟିଭ୍ କେସ୍ […]

ରାଜ୍ୟ ସ୍ୱାସ୍ଥ୍ୟ

ସଂକଟରେ ୟୁନିଭରସିଟି ହାଇସ୍କୁଲ: ୬୩୦ ପିଲାଙ୍କୁ ୫ ନିୟମିତ ଶିକ୍ଷକ, ନିଜ ମୁଣ୍ଡରୁ ଦାୟିତ୍ବ ଖସାଉଛି ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ୟୁନିଭରସିଟି ହାଇସ୍କୁଲ। ରାଜଧାନୀର ଏକ ପୁରୁଣା ବିଦ୍ୟାଳୟ। ଉତ୍କଳ ବିଶ୍ବବିଦ୍ୟାଳୟ ପରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିଛନ୍ତି। ଓଡ଼ିଶା ସ୍କିଲ ଡେଭଲପ୍‌ମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ପରି ବ୍ୟକ୍ତିବିଶେଷଙ୍କୁ ତିଆରି କରିଛି ଏହି ଶିକ୍ଷାନୁଷ୍ଠାନ। ଅନେକ ଆଇଏଏସ୍‌, ଆଇପିଏସ୍‌, ଓଏଏସ୍‌, ସାମ୍ବାଦିକ, ଶିକ୍ଷାବିତ୍‌ ମଧ୍ୟ ଏଠାରୁ ପଢ଼ି ନିଜର କ୍ୟାରିଅର ଗଢ଼ିଛନ୍ତି। କିନ୍ତୁ ଏଭଳି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶାଖା ପରିଚାଳକ କରୋନା ସଂକ୍ରମିତ: ଝରିଗାଁ ଷ୍ଟେଟବ୍ୟାଙ୍କ ୪୮ ଘଣ୍ଟା ପାଇଁ ବନ୍ଦ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଥିବା ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ ଅନିଲ ମେହେର ଆଜି କରୋନା ପଜିଟିଭ ବାହାରିବା ପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡିଛି। ଶ୍ରୀ ମେହେର ଗତ କାଲିଠାରୁ ଅସୁସ୍ଥ ଅନୁଭଵ କରୁଥିଲେ। ତେବେ ଆଜି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ କୋଭିଡ ପରୀକ୍ଷା କରିଥିଲେ। ସେଠାରେ କରୋନା ପଜିଟିଭ ବାହାରିଥିଲା। ପରେ ଝରିଗାଁ ଷ୍ଟେଟବ୍ୟାଙ୍କ ଶାଖା ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ […]

ଖେଳ ଦେଶ ବିଦେଶ

ଶୁକ୍ରବାରଠୁ ଆଇସିସି ଅଣ୍ଡର-୧୯ ବିଶ୍ୱକପ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଇଣ୍ଡିଜ୍

ପ୍ରୋଭିଡେନ୍ସ, ୧୪/୦୧: ଶୁକ୍ରବାରଠୁ ୱେଷ୍ଟଇଣ୍ଡିଜ୍‌ରେ ଆରମ୍ଭ ହେବ ୧୯ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ । ଏଥିରେ ୧୬ଟି ଦଳ ୪ଟି ଗ୍ରୁପ୍‌ରେ ରାଉଣ୍ଡ ରବିନ ଏବଂ ନକ୍‌ଆଉଟ୍‌ ପର୍ଯ୍ୟାୟରେ ବିଶ୍ୱକପ୍‌ ଟ୍ରଫି ପାଇଁ ଲଢ଼େଇ କରିବେ । ୱେଷ୍ଟଇଣ୍ଡିଜର ୪ଟି ଭେନ୍ୟୁ ଯଥା ଆଣ୍ଟିଗୁଆ, ଗୁଏନା, ସେଣ୍ଟ କିଟ୍ସ ଓ ତ୍ରିନିଦାଦ ଏବଂ ନର୍ଥ ସାଉଣ୍ଡରେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ । ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଫେବ୍ରୁଆରୀ ୫ତାରିଖ ଫାଇନାଲ୍‌ ମୁକାବିଲା ଅନୁଷ୍ଠିତ ହେବ […]

ଧର୍ମ ରାଜ୍ୟ

ପବିତ୍ର ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ମକର ନୀତି

ପୁରୀ ୧୪।୧: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ବିଶେଷ ନୀତି । ଶ୍ରୀଜିଉମାନଙ୍କୁ ଘଣ୍ଟ, ଛତା ମାଧ୍ୟମରେ ମକର ବେଢା କରାଯାଇ ମକର ଚାଉଳ ଭୋଗ କରାଯିବ । ସେହିପରି ଶ୍ରୀଜିଉଙ୍କ ଆଜିର ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି । ମକର ବେଢା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହଦକାୟ ମକର ତାଡ ହେବାର ପରମ୍ପରା ମଧ୍ୟ ରହିଛି । ସେହି ଅନୁଯାୟୀ କୁମ୍ଭକାର […]

ସ୍ୱାସ୍ଥ୍ୟ

ଗିରିରାଜ ସିଂ କରୋନା ସଂକ୍ରମିତ, ଟ୍ୱିଟ କରି ଦେଲେ ସୂଚନା: ନିଜକୁ କଲେ ଆଇସୋଲେଟ୍

ନୂଆଦିଲ୍ଲୀ ୧୪/୦୧: ଦେଶରେ କରୋନା ସଂକ୍ରମଣର ବୃଦ୍ଧି ପରେ ଗୋଟିଏ ପରେ ଗୋଟିଏ ବ୍ୟକ୍ତି ବିଶେଷଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି । ଏଥିରୁ ବାଦ ପଡିନାହଁନ୍ତି ସାଧରଣ ଜନତାଠାରୁ ଆରମ୍ଭ କରି ନେତା । ପ୍ରାୟ ପ୍ରତି ଦଳର ନେତା ଏବେ କରୋନା କବଳରେ ପଡିଛନ୍ତି । ଏହି କ୍ରମରେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବ୍ୟାପୁଛି ସଂକ୍ରମଣ, ଦୁଇ ସପ୍ତାହ ପାଇଁ ସ୍ଥଗିତ ରହିଲା ଅଫଲାଇନ ପରୀକ୍ଷା

ସମ୍ୱଲପୁର ୧୪/୦୧: ସାରା ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାରି ଭିତରେ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କଠୋର କଟକଣା ଲଗାଯାଉଛି । ଏବେ ସ୍ଥିତିକୁ ନଜରରେ ରଖି ପ୍ରଶାସନ୨ ସପ୍ତାହ ପାଇଁ ସ୍ଥଗିତ ରଖିଛି ବୁର୍ଲା ଭିମସାର ଏମ.ବି.ବି.ଏସ୍ ଅଫଲାଇନ ପରୀକ୍ଷା । କରୋନାର ଦୃତ ସଂକ୍ରମଣକୁ ଦେଖି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଆଗକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଲେ ଭିମସାର ନିର୍ଦେଶକ ପ୍ରଫେସର ଲଳିତ ମେହେର […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶର ପ୍ରଥମ ସାନିଟାରି ନାପକିନ ମୁକ୍ତ ଗାଁ ହେବ କୁମ୍ବଲାଙ୍ଗୀ, ବଣ୍ଟା ହେଲା ୫ହଜାର ମେନଷ୍ଟୁରାଲ କପ୍

ନୂଆଦିଲ୍ଲୀ ୧୩/୦୧ : ସାକ୍ଷରତା ସହିତ ଅନେକ କ୍ଷେତ୍ରରେ କେରଳ ଦେଶରେ ଆଗୁଆ ରହିଛି। ତେବେ ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲାରେ ଏବେ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି । ଜିଲ୍ଲାର କୁମ୍ବଲାଙ୍ଗୀ ଗାଁ ଦେଶର ପ୍ରଥମ ସାନିଟାରି ନ୍ୟାପକିନ ମୁକ୍ତ ଗାଁ ହେବାକୁ ଯାଉଛି। ଏହି ଗାଁରେ ୧୮ ବର୍ଷରୁ ଅଧିକ ମହିଳାମାନଙ୍କୁ ୫ ହଜାର ମେନଷ୍ଟୁରାଲ କପ(ମାସିକ ଋତୁସ୍ରାବ ସମୟରେ ବ୍ୟବହୃତ ସାମଗ୍ରୀ) ବଣ୍ଟାଯାଉଛି। ଏହାକୁ ମାସିକ ଋତୁସ୍ରାବ ସମୟରେ ବ୍ୟବହାର କରାଯାଇପାରିବ। କେରଳର ରାଜ୍ୟପାଳ […]

ଦେଶ ବିଦେଶ ମନୋରଞ୍ଜନ

ସାମନ୍ଥାଙ୍କ ଠାରୁ ଛାଡପତ୍ର ନେଇ ଖୁସି ଅଛନ୍ତି ନାଗା ଚୈତନ୍ୟ , କହିଲେ- ଏହା ଠିକ୍‌ ନିଷ୍ପତ୍ତି ଥିଲା

ନୂଆଦିଲ୍ଲୀ୧୩।୦୧ : ସାଉଥ୍ ଫିଲ୍ମ ଷ୍ଟାର୍ ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ଦୁହେଁ ବହୁ ଚର୍ଚ୍ଚିତ ଯୋଡି ଥିଲେ । ପ୍ରଶଂସକ ପାଇଁ ଦୁହେଁ ଖୁବ୍ ଲୋକପ୍ରିୟ ଥିଲେ । ଦୁହିଁଙ୍କ ବିବାହ ବିଚ୍ଛେଦ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ବର୍ତ୍ତମାନ ଏବେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, କିନ୍ତୁ ଦୀର୍ଘ ସମୟ ପରେ ନାଗାଙ୍କ ପକ୍ଷରୁ ଏହି ମାମଲାରେ କିଛି […]

ରାଜ୍ୟ ସ୍ୱାସ୍ଥ୍ୟ

ବୌଦ୍ଧ, ଗଞ୍ଜାମ ସମେତ ଏସବୁ ଜିଲ୍ଲାରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ,ବୌଦ୍ଧ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଅନୁଗୁଳ ରହିଛି। ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ, ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଆସନ୍ତା ୨୪ଘଣ୍ଟା […]