ସବୁ ଖୋଲା, ସ୍କୁଲ୍ରେ ତାଲା: ପାଠପଢା ପ୍ରଭାବିତ, ଚିନ୍ତାରେ ଅଭିଭାବକ
ଭୁବନେଶ୍ୱର : ବଜାର ଖୋଲା, ସପିଂ ମଲ୍ରେ ଭିଡ଼, ପାର୍କରେ ପିଲା ଖେଳୁଛନ୍ତି, ମର୍ଣ୍ଣିଂୱାର୍କରେ ବି ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ମସ୍ତି କରୁଛନ୍ତି। ସିନେମା ହଲ୍ରେ ଫିଲ୍ମ ଦେଖୁଛନ୍ତି। ପିଲାମାନେ ବି ବାପା, ମା’ଙ୍କ ସହ ସବୁଠିକୁ ଯାଉଛନ୍ତି। ମାତ୍ର ସ୍କୁଲ ଖୋଲିଲା ବେଳକୁ ପିଲାଙ୍କ ଦେହରେ କରୋନା ପଶି ଯାଉଛି। ଏମିତିରେ ବି ଦୁଇବର୍ଷ ହେଲା ପିଲାଙ୍କ ପାଠପଢ଼ାରେ ଡୋରି ଲାଗିଛି। କେତେବେଳେ ଅଧା ଖୋଲୁଛି ତ ଆଉ କେତେବେଳେ ତାଲା ଝୁଲୁଛି। ପ୍ରଥମରୁ ୫ମ […]