୨୩ ବର୍ଷ ପରେ ଫେରିଲେ ମୃତ ଘୋଷିତ ବ୍ୟକ୍ତି, ମହାବାତ୍ୟା ସମୟରୁ ନିଖୋଜ ଥିଲେ
ନିମାପଡ଼ା : କାଗଜପତ୍ରରେ ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ୨୩ ବର୍ଷ ପରେ ଘରକୁ ଫେରୁଥିବା ଖବର ପ୍ରଚାର ହେବାପରେ ନିମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ବ୍ଲକ୍ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମ କୀର୍ତ୍ତିଚନ୍ଦ୍ର ବିଶ୍ବାଳ ୧୯୯୯ ମହାବାତ୍ୟାର ଦୁଇଦିନ ପୂର୍ବରୁ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ନିଖୋଜ ହେବାପରେ ସେ ସ୍ମୃତିଶକ୍ତି ହରାଇଥିଲେ। କୋଲକାତାର ଏକ ହାମ ରେଡିଓ ସଂସ୍ଥା କୀର୍ତ୍ତିଙ୍କୁ ୨୦୧୦ରେ ଶ୍ରୀକାକୁଲମରେ ଠାବ କରିଥିଲା। […]









