ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ: ବିଶ୍ବବିଦ୍ୟାଳୟକୁ ନା, ମହାବିଦ୍ୟାଳୟକୁ ହଁ
ଭୁବନେଶ୍ବର : ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ କଟକଣା ଲାଗିଛି। ବିଶ୍ବବିଦ୍ୟାଳୟଗୁଡ଼ିକର ମୋଟ ସିଟ୍ର ୨୦% ସିଟ୍ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଲାଗି ସଂରକ୍ଷିତ ରହିବ। ଗତ ଏପ୍ରିଲ ୧୨ରେ ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା ଓ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍ଏସ୍ସିଡି) ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସିଟ୍ ହ୍ରାସ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପାଖାପାଖି […]









