ହାତୀପଲଙ୍କ ଉପଦ୍ରବ, ଦଳି ଚକଟି ନଷ୍ଟ କଲେ ପାଚିଲା ଧାନ ; ଚିନ୍ତାରେ ଚାଷୀ
କେନ୍ଦୁଝର ୨୩।୧୧: ନାକେଦମ୍ କଲେଣି ହାତୀପଲ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ହାତୀପଲଙ୍କ ଉପଦ୍ରବ ଯୋଗୁ ଚିନ୍ତାରେ ଚାଷୀ। ହାତୀପଲ ଦଳିଚକଟି ନଷ୍ଟ କରିଦେଲେ ଏକର ଏକର ପାଚିଲା ଧାନ ଫସଲ। ଏବେ ଚଷା ପୁଅର କ୍ଷେତରେ ଧାନ ପାଚିଗଲାଣି। ସେଥିପାଇଁ ହାତୀପଲଙ୍କ ନଜର ଏବେ ଧାନ କ୍ଷେତ ଉପରେ ପଡିଛି। ସେଥିପାଇଁ ରାତି ଅନିଦ୍ରା ହୋଇ ଧାନକ୍ଷେତକୁ ଜଗିରହିଛି ଚାଷୀ। ତଥାପି ହାତୀପଲଙ୍କ କବଳରୁ ଫସଲକୁ ସୁରକ୍ଷା ଦେବା ସମ୍ଭବ ହେଉନାହିଁ। […]









