ଆତଙ୍କବାଦୀ ସଙ୍ଗଠନ ବୋଲି ଘୋଷଣା କରି ‘ଦି ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’କୁ ନିଷିଦ୍ଧ ଘୋଷଣା କଲେ ସରକାର
ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍-ଏ-ତୈବା’ର ଶାଖା ବୋଲି ଘୋଷଣା କରି ଗୁରୁବାର ଦିନ କେନ୍ଦ୍ର ସରକାର ‘ଦି ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’କୁ (ଟିଆର୍ଏଫ୍) ନିଷିଦ୍ଧ ଘୋଷଣା କରିଛନ୍ତି ବୋଲି ‘ପିଟିଆଇ’ ରିପୋର୍ଟ କରିଛି। ୧୯୬୭ର ‘ଅନ୍ଲଫୁଲ୍ ଆକ୍ଟିଭିଟିଜ୍ (ପ୍ରିଭେନ୍ସନ୍) ଆଇନ ଅନୁସାରେ ଜାରି କରିଥିବା ବିଜ୍ଞପ୍ତିରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି, ଭାରତର ଜାତୀୟ ନିରାପତ୍ତା ଏବଂ ସାର୍ବଭୌମତ୍ତ୍ବ ପ୍ରତି ‘ଟିଆର୍ଏଫ୍’ ବିପଜ୍ଜନକ। ୨୦୧୯ରେ ଗଠିତ ‘ଟିଆର୍ଏଫ୍’ ଅନ୍ଲାଇନ୍ରେ ଯୁବାମାନଙ୍କୁ ଚୟନ କରି ଆତଙ୍କବାଦ କାର୍ଯ୍ୟକଳାପରେ […]









