ବେଜିଂରେ ସଂକ୍ରମଣ ଅଣାୟତ୍ତ: ହସ୍ପିଟାଲ୍ରେ ବେଡ୍ ନାହିଁ, ଷ୍ଟ୍ରେଚରରେ ରୋଗୀଙ୍କୁ ଚିକିତ୍ସା
ନୂଆଦିଲ୍ଲୀ: ଚୀନ୍ରେ କରୋନା ସଂକ୍ରମଣ ଅତି ସାଂଘାତିକ ଭାବେ ବଢ଼ିଚାଲିଛି। ବେଜିଂ ସ୍ଥିତି ଅତି ଜଟିଳ ରହିଛି। ବେଜିଂରେ ହସ୍ପିଟାଲ୍ଗୁଡ଼ିକରେ ଆଉ ବେଡ୍ ମିଳୁନି। ଲୋକମାନେ ହସ୍ପିଟାଲ୍ ହଲ୍ୱେରେ ଷ୍ଟ୍ରେଚର୍ରେ ଚିକିତ୍ସିତ ହେଉଛନ୍ତି। କିଛି ଲୋକ ମଧ୍ୟ ହ୍ବିଲଚେୟାରରେ ଅକ୍ସିଜେନ୍ ନେଉଛନ୍ତି। ଗୁରୁବାର ବେଜିଂର ଚୁଆଙ୍ଗଲିଉ ହସ୍ପିଟାଲ୍ରେ ବେଡ୍ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। କିନ୍ତୁ ଏହାସତ୍ତ୍ବେ ବି ଗୁରୁତର ରୋଗୀ ସବୁ ହସ୍ପିଟାଲକୁ ଆସୁଥିବାରୁ ଡାକ୍ତର ଏବଂ ନର୍ସଙ୍କ ଉପରେ ଚାପ ବଢ଼ିଛି। ସେମାନେ ଅତି ଗୁରୁତର […]









