ସୋନିଆ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅସୁସ୍ଥ ହୋଇପଡ଼ିଛନ୍ତି। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ୍ରେ ସୋନିଆ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ୭୬ ବର୍ଷୀୟା ବରିଷ୍ଠ କଂଗ୍ରେସ ନେତ୍ରୀ ରୁଟିନ ଚେକ୍ଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି କୁହାଯାଉଛି। ମିଳିଥିବା ସୂଚନାନୁଯାୟୀ, ସୋନିଆଙ୍କ ଶ୍ବାସନଳିରେ ସଂକ୍ରମଣ ହୋଇଛି। ମଙ୍ଗଳବାରଠାରୁ ସୋନିଆ ଅସୁସ୍ଥ ଥିବାରୁ ଉତ୍ତରପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରାରେ ଥିବା ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ଆଜି […]









