ମହିଳା ଏଏସ୍ଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ବର/ବାଲିପାଟଣା : ବର୍ଷକରେ ୯୦ରୁ ଅଧିକ ମାମଲାର ଚାର୍ଜସିଟ୍ କରି ଗତବର୍ଷ ଡିଜି ଡିସ୍କ ପୁରସ୍କାର ପାଇଥିଲେ ବାଲିପାଟଣା ଥାନାରେ କାର୍ଯ୍ୟରତ ମହିଳା ଏଏସ୍ଆଇ ପୁଷ୍ପଲତା ପାଇକରାୟ। କିନ୍ତୁ ତାଙ୍କ ଭିତରେ ଛପି ରହିଥିବା ଅସଲ ଲାଞ୍ଚୁଆ ଚେହେରାର ପର୍ଦ୍ଦାଫାସ୍ କରିଛି ଭିଜିଲାନ୍ସ। ଏକ ମାମଲାର ଫାଇନାଲ ଚାର୍ଜସିଟ୍ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ବାଲିପାଟଣା ଥାନାରୁ ଶ୍ରୀମତୀ ପାଇକରାୟଙ୍କୁ ଭିଜିଲାନ୍ସ ନିଜ ହେପାଜତକୁ ନେବା ପରେ […]