ଅପରାଧ ରାଜ୍ୟ

ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ, ପୂର୍ବ ଶତ୍ରୁତାରୁ ଆକ୍ରମଣ

କେନ୍ଦ୍ରାପଡ଼ା ୧୫।୦୯ : ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜଇପୁରାରେ ଘଟିଛି ଅଘଟଣ । . ଆକ୍ରମଣରେ ସେକ ଅବଦୁଲ କାଦିର, ସେକ୍ ଅବଦୁଲ ସାଜିଦ ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଉଭୟ ପରିବାର ମଧ୍ୟରେ […]

ଅପରାଧ ରାଜ୍ୟ

ଜଳଖିଆ ଦୋକାନ ଓ ହୋଟେଲରେ ରହୁନି ପରିଚ୍ଛନତା, ଖାଦ୍ୟର ମାନ ଯାଞ୍ଚ ବେଳେ କଟିଲା ଫାଇନ୍

ଚଣ୍ଡୀଖୋଲ ୧୫/୦୯: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ଥିବା ବିଭିନ୍ନ ଜଳଖିଆ ଦୋକାନ ଓ ହୋଟେଲରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢ଼ାଉ । ଆଜି ଚଣ୍ଡୀଖୋଲ ଛକରେ ଗଢି ଉଠିଥିବା ବିଭିନ୍ନ ଜଳଖିଆ ଦୋକାନ ଓ ହୋଟେଲ ମାନଙ୍କରେ ଚଢାଉ କରାଯାଇଥିଲା । ମିଳିତ ଭାବେ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ଅଧିକାରୀ । ହୋଟେଲର ଲାଇସେନ୍ସ, ହୋଟେଲ ଗୁଡିକର ରୋଷଇ ଶାଳର ପରିଛନତା ପରଖିଛନ୍ତି । ତେବେ ବାସୀ ଖାଦ୍ୟ ଓ […]

ଅପରାଧ ରାଜ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ, ମେଡିକାଲ ବେଡ୍‌ରୁ ପଡି ମହିଳା ମୃତ

ଜୟପୁର ୧୫।୦୯ : ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ଡାକ୍ତରଖାନା ବେଡରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଭାନୁ ଜାନୀ। ଜୟପୁର ଟାଉନ ଥାନାରେ ସଂପର୍କୀୟଙ୍କ ଅଭିଯୋଗ । ସ୍ବାମୀ ମଙ୍ଗଳା ଜାନୀଙ୍କ କେୟାର ଟେକର ଭାବେ ଗତକାଲି ଡାକ୍ତରଖାନା ଯାଇଥିଲେ ମହିଳା।

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ୨୮୬ ନୂଆ କରୋନା ପଜିଟିଭ: ୩୬ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ପୁଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୨୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୩୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର […]

ଅପରାଧ ରାଜ୍ୟ

ଦନ୍ତା ହାତୀକୁ ହତ୍ୟା ଘଟଣାରେ ଆକ୍ସନ, ୬ଜଣଙ୍କୁ ବାନ୍ଧିଲା ବନବିଭାଗ

ରାଉରକେଲା ୧୫।୦୯¨: ବାଙ୍କି ରେଞ୍ଜ ଜଙ୍ଗଲରେ ଦନ୍ତା ହାତୀକୁ ହତ୍ୟା ଘଟଣା । ୬ ଜଣଙ୍କୁ ଗିରଫ କଲା ରାଉରକେଲା ବନ ବିଭାଗ। ସେମାନଙ୍କ ନିକଟରୁ ୩ଟି ତେଣ୍ଟା ସହ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି। ଖବର ଅନୁଯାୟୀ, ଗତ ୧୦ ତାରିଖରେ ହାତୀର ମୃତଦେହ ଜଙ୍ଗଲରୁ ଠାବ ହୋଇଥିଲା । ଘଟଣାରେ ତଦନ୍ତ କରି ବନବିଭାଗ ଏବେ ୬ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ହୋଇଥିବା ୩ଟି ତେଣ୍ଟା ଏବଂ […]

ଅପରାଧ ରାଜ୍ୟ

ନକଲି ମେଡିସିନ ବିକ୍ରି ପ୍ରସଙ୍ଗ, ଦୁଇଦିନିଆ ରିମାଣ୍ଡରେ ଗଲେ ଦୁଇ ଅଭିଯୁକ୍ତ

କଟକ ୧୫।୦୯: ନକଲି ମେଡିସିନ ବିକ୍ରି ପ୍ରସଙ୍ଗ । ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ। ଗୁରୁବାରଠୁ ଦୁଇଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ। ପାଞ୍ଚ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୁରୀଘାଟ ଥାନା ପୋଲିସ। ଦୁଇ ଅଭିଯୁକ୍ତଙ୍କ ତିନିଟି ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କାକୁ ଫ୍ରିଜ କରିଛି ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜରସ୍ ମାଲିକ ସଞ୍ଜୟ ଜଲାନ ।

ଅପରାଧ ରାଜ୍ୟ

କାଜୁ ଜଙ୍ଗଲରୁ ମିଳିଲା ନରକଙ୍କାଳ, ଗଛରେ ଝୁଲୁଛି ଗାମୁଛା

ବାଙ୍କି ୧୫।୦୯ : କାଜୁ ଜଙ୍ଗଲରୁ ନରକଙ୍କାଳ ଠାବ । ବାଙ୍କି ଥାନା କୁସୁପଙ୍ଗି-ଚକୁଳେଶ୍ୱର ଗାଁ ମଧ୍ୟରେ ଥିବା ଆଶ୍ରମ ନିକଟରୁ ଏହି ନରକଙ୍କାଳ ଠାବ ହୋଇଛି । ଏବେ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇନଥିବାବେଳେ ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଜାଳେଣି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନରକଙ୍କାଳ ପଡିଥିବା ଦେଖିଥିଲେ ମହିଳା । ଏହାପରେ ତୁରନ୍ତ ଆସି ସ୍ଥାନୀୟଲୋକଙ୍କୁ କହିଥିଲେ । […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ହନୁମାନ ପଇସା ବିକ୍ରି ପାଇଁ ଚାଲିଥିଲା ପ୍ଲାନ, ପୋଲିସ ଚଢାଉରେ ସବୁ ଭଣ୍ଡୁର

ଦେବଗଡ଼ ୧୫।୦୯: ହନୁମାନ ପଇସା ଜବତ ଜବତ କଲା ଦେବଗଡ଼ ଆଦର୍ଶ ଥାନା ପୋଲିସ। ଦୁଇ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ଚାଲିଥିଲା ବେଳେ ମାଡ଼ି ବସିଲା ପୋଲିସ। ସେହିପରି ହନୁମାନ ପଇସା କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଓଡ଼ିଶା ଗାଁ ବ୍ରହ୍ମାନନ୍ଦ ବଳ ବୋଲି ଜଣାପଡିଛି। ଅଭିଯୁକ୍ତ ନିକଟରୁ ୧୮୧୮ ମସିହାର ଅଧ ଅଣାର ଏକ ମୁଦ୍ରା ଜବତ […]

ଅପରାଧ ରାଜ୍ୟ

ଗଞ୍ଜେଇ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଚଢାଉ କରି ତିନି ମାଫିଆଙ୍କୁ ଗିରଫ କଲା ପୋଲିସ

ମୁନିଗୁଡ଼ା ୧୫।୦୯ : ମୁନିଗୁଡ଼ା ପୋଲିସକୁ ସଫଳତା । ଗଞ୍ଜେଇ ବିକ୍ରି ପାଇଁ ଯୋଜନା ବେଳେ ମାଡିବସିଲା ପୋଲିସ । ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ତିନି ଜଣ ମାଫିଆଙ୍କ ଗିରଫ କରିଛି ପୋଲିସ । ଏହାସହିତ ୩ଟି ବାଇକ ମଧ୍ୟ ଜବତ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ପାଣ୍ଡରାଖାଲ ଛକ ନିକଟରେ ଚଢ଼ାଉ କରିଥିଲା । ସେଠାରେ ୭ଟି ବ୍ୟାଗ୍‌ରେ ଚାଲାଣ ପାଇଁ ରଖିଥିବା ୧୩୦ କିଲୋ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

‘ଇଣ୍ଡିଆନ୍‌ ଆଇଡଲ’ରେ ବାଲେଶ୍ୱରର ପ୍ରଭୁପାଦ ମହାନ୍ତି, ‘ତୁନେ ତ ପଲ ଭର ମେ ଚୋରି କିୟାରେ ଜିଆ’ ଗୀତ ଗାଇ ଜିଣିଲେ ମନ

ମୁମ୍ବାଇ ୧୫।୦୯ : ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନ୍‌ ଆରମ୍ଭ ହୋଇଛି । ଏଥିରେ ନଜର ଆସିବେ ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି । ଏନେଇ ସୋନି ଟିଭି ପକ୍ଷରୁ ପ୍ରମୋ ଚାଲିବା ପରେ ବାଲେଶ୍ୱରବାସୀଙ୍କ ଭିତରେ ଆନନ୍ଦ ଖେଳିଯାଇଛି । ତେବେ ଜଣେ ଯୁବ କଣ୍ଠଶିଳ୍ପୀ ଭାବେ ପ୍ରଭୁପାଦ ବାଲେଶ୍ୱର ସମେତ ତମାମ ରାଜ୍ୟରେ ବେଶ୍‌ ଜଣାଶୁଣା । ପୂର୍ବରୁ ସର୍ବଭାରତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ […]