ଦେବଗଡ଼ ୧୫।୦୯: ହନୁମାନ ପଇସା ଜବତ ଜବତ କଲା ଦେବଗଡ଼ ଆଦର୍ଶ ଥାନା ପୋଲିସ। ଦୁଇ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ଚାଲିଥିଲା ବେଳେ ମାଡ଼ି ବସିଲା ପୋଲିସ।
ସେହିପରି ହନୁମାନ ପଇସା କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଓଡ଼ିଶା ଗାଁ ବ୍ରହ୍ମାନନ୍ଦ ବଳ ବୋଲି ଜଣାପଡିଛି। ଅଭିଯୁକ୍ତ ନିକଟରୁ ୧୮୧୮ ମସିହାର ଅଧ ଅଣାର ଏକ ମୁଦ୍ରା ଜବତ ହୋଇଛି। ପୋଲିସ ଏହି ଘଟଣାରେ ଏକ ମାମଲା ମଧ୍ୟ ରୁଜୁ କରି ତଦନ୍ତ ଜାରି ରଖିଛି ।