ରାଜନୀତି ରାଜ୍ୟ

ସରକାରଙ୍କ ମୁଣ୍ଡରୁ ଖସୁନି ସିଭିଲ୍‌ ସର୍ଭିସ୍‌ କୋଚିଂ ନିଶା: ୨୦୨୩ରୁ ପୁଣି କୋଚିଂ, ସଂସ୍ଥା ଖୋଜୁଛନ୍ତି ସରକାର

ଭୁବନେଶ୍ବର : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ୨୦୧୬ରେ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଥିଲେ। ଓଡ଼ିଶାରେ ପ୍ରଥମଥର ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନ ୮ଟି ସରକାରୀ ବିଶ୍ବବିଦ୍ୟାଳୟରେ ସିଭିଲ୍‌ ସର୍ଭିସ୍‌ କୋଚିଂ ସୁବିଧା ଉପଲବ୍ଧ ହୋଇଥିଲା। ଆଶା ଥିଲା, ଏଠାରୁ କୋଚିଂ ନେବା ପରେ ଓଡ଼ିଆ ପିଲାମାନେ ସିଭିଲ୍‌ ସର୍ଭିସ୍‌ରେ ଉନ୍ନତ ପ୍ରଦର୍ଶନ କରିବେ। କିନ୍ତୁ ଏପର୍ଯ୍ୟନ୍ତ ଜଣେ ବି ହେଲେ ପିଲା‌ ସଫଳତା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ସରିବ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି

ଭୁବନେଶ୍ବର : ଅର୍ଚ୍ଚନା ନାଗଙ୍କ ଇଡି ରିମାଣ୍ଡ ଅବଧି ଆଜି ଶେଷ ହେବ। ବିଶେଷସୂତ୍ରରୁ ମିଳିଥିବା ଖବର ମୁତାବକ ଶ୍ରଦ୍ଧାଞ୍ଜଳି ଇଡି ଅଧିକାରୀମାନଙ୍କୁ କହିଛନ୍ତି ଯେ ସେ‌କ୍ସଟର୍ସନର ମୁଖ୍ୟ ହେଉଛନ୍ତି ଅର୍ଚ୍ଚନା ଓ ଖଗେଶ୍ବର ପାତ୍ର। ଦୁହେଁ ରାଜନେତା, ଫିଲ୍ମ ପ୍ରଯୋଜକ, ବିଲଡର ଓ ହୋଟେଲ ବ୍ୟବସାୟୀମାନଙ୍କୁ ଘରକୁ ଡାକି ନଗ୍ନ ଭିଡିଓ ସୁଟିଂ କରୁଥିଲେ। ପରେ ଅର୍ଚ୍ଚନା ସେହି ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲେ। ସେହିପରି ଜଗବନ୍ଧୁଙ୍କୁ ମଧ୍ୟ ଇଡି ମାରାଥନ ଜେରା ଜାରି ରଖିଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମଙ୍ଗୁଳି ଟୋଲ୍‌ଗେଟ୍‌ରେ ଫାସ୍‌ ଟ୍ୟାଗ୍‌ ଅଚଳ

କଟକ : ୧୬ନମ୍ବର ଜାତୀୟ ରାଜପଥର ମଙ୍ଗୁଳି (ଟାଙ୍ଗୀ)ସ୍ଥିତ ଟୋଲ୍‌ଗେଟ୍‌ରେ ଫାସ୍‌ ଟ୍ୟାଗ୍‌ ବ୍ୟବସ୍ଥା ଓ ବିଲିଂ କାଉଣ୍ଟର୍‌ ଅଚଳ ହୋଇପଡ଼ିଛି। ଫଳରେ, ରବିବାର ଅପରାହ୍ନରୁ ପ୍ରବଳ ଭିଡ଼ ଲାଗି ରହିଛି। ଭିଡ଼ ଯୋଗୁ ଦମକଳ ଗାଡ଼ି ବି ଦୀର୍ଘ ସମୟ ଫସିକି ରହିଛି। ଏ ନେଇ କର୍ତ୍ତୃପକ୍ଷଙ୍କଠାରୁ ଭିନ୍ନ ଭିନ୍ନ ଉତ୍ତର ମିଳିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସବୁ ଫାଟକ ଖୋଲିପାରି ନଥିବା ଜଣାପଡ଼ିଛି। ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି(ଟାଙ୍ଗୀ)ସ୍ଥିତ ଟୋଲ୍‌ଗେଟ୍‌ରେ ସମୁଦାୟ […]

ରାଜନୀତି ରାଜ୍ୟ

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଯେପରି ଅଧିକରୁ ଅଧିକ ସିଟ୍‌ରେ ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି। ବାରମ୍ବାର ପରାଜୟରେ ହତୋତ୍ସାହିତ ହୋଇଯାଇଥିବା କଂଗ୍ରେସ କର୍ମୀ ଓ ନେତାଙ୍କୁ ଜିତିବାର ମନ୍ତ୍ର ଦେବାକୁ ଦଳର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ୍‌ଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଗସ୍ତରେ ଆଣିବାକୁ ଯୋଜନା ହୋଇଛି। ଓଡ଼ିଶାରେ ଖୁବ୍‌ ଶୀଘ୍ର ଏକ ମହିଳା ସମାବେଶ ହେବାକୁ ଥିବାରୁ ଏଥିରେ ପ୍ରିୟଙ୍କା ଗାନ୍ଧୀ ଯୋଗ‌ଦେବାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅବ୍ୟବସ୍ଥା ଘେରରେ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରୋଟାରି

ଭୁବନେଶ୍ବର : ଅବ୍ୟବସ୍ଥା ମଧ୍ୟରେ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରୋଟାରି। ଭିତ୍ତିଭୂମି ଅଛି, କିନ୍ତୁ କର୍ମଚାରୀ ନାହାନ୍ତି। ଫଳରେ ପୁଲିସ ବିଭାଗର ଏହି ସ୍ବତନ୍ତ୍ର ୟୁନିଟ୍‌ ଯେଉଁ ଢଙ୍ଗରେ କାମ କରିବା କଥା, କରିପାରୁନାହିଁ। ଏଥିଯୋଗୁଁ ହତ୍ୟା, ଆତ୍ମହତ୍ୟା ଭଳି ବହୁ ହାଇପ୍ରୋଫାଇଲ୍‌ ମାମଲାର ତଦନ୍ତରେ ଅନେକ ବିଳମ୍ବ ହେଉଛି ଓ ଅପରାଧୀମାନେ କୋର୍ଟରୁ ଖସିଯିବାକୁ ଏକପ୍ରକାର ସୁଯୋଗ ପାଇ ଯାଉଛନ୍ତି। ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା ହେଉ ଅବା ଆନନ୍ଦ ଟପୋ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଟି ମାଫିଆଙ୍କୁ ମାଫ୍‌! ଜରିମାନା କଷି ଚୁପ୍‌ ରହୁଛି ପ୍ରଶାସନ

କାଳିଆପାଣି/ ଆନନ୍ଦପୁର : ସରକାରୀ ଜମିରୁ କୋଟିକୋଟି ଟଙ୍କାର ମାଟି ମୋରମ୍‌ ଲୁଟ୍‌ ଚାଲିଛି। ସରକାରଙ୍କ ୩ ବିଭାଗ ରାଜସ୍ବ, ବନ ଓ ପୁଲିସ କାଁଭାଁ ଚଢ଼ଉ କରୁଛନ୍ତି। ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସ୍ବଳ୍ପ ଜରିମାନା ହେଉଛି। ହେଲେ ଜରିମାନା ଅର୍ଥ ମାସ ମାସ ଧରି ଆଦାୟ ହେଉନି। ସତେଯେମିତି ମାଟି ମାଫିଆଙ୍କ ସବୁଦୋଷ ମାଫ୍‌। ଆଉ ଲୁଟ୍‌ ତା’ ବାଟରେ ଚାଲୁଛି। ଯାଜପୁର ଜିଲ୍ଲାର ଦାନଗଦି ତହସିଲ ଓ ଗୋବର୍ଦ୍ଧନପୁର ସର୍କଲର ଜନିନ୍ଦାପାଳ, ବାଲିଆପାଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀହୀନ ହେଉଛି ସୁବର୍ଣ୍ଣ ଦ୍ବୀପ

ଚନ୍ଦନେଶ୍ୱର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ନିକଟ ସୁବର୍ଣ୍ଣ ଦ୍ବୀପ ଏବେ ଶ୍ରୀହୀନ ହୋଇପଡ଼ୁଛି। ସୌନ୍ଦର୍ଯ୍ୟ ବଢ଼ାଉଥିବା ଝାଉଁଗଛ ଉଭାନ ହେବାରେ ଲାଗିଛି। ପ୍ରାକୃତିକ ଦୁର୍ବିପାକ ଏବଂ କାଠ ମାଫିଆ ଏହାର କାରଣ ସାଜିଛନ୍ତି। ଫଳରେ ସରକାର ରାଜସ୍ବ ହରାଉଛନ୍ତି ଏବଂ ପର୍ଯ୍ୟଟକ ହତାଶ ହେଉଛନ୍ତି। ଏପରି ସମୟରେ ସୁବର୍ଣ୍ଣ ଦ୍ବୀପକୁ ସଜାଡ଼ିବା ପାଇଁ ଦାବି ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ରେ ରହିଛି ତାଳସାରୀ ବେଳାଭୂମି। ଏଠାକୁ ବର୍ଷ ସାରା ପର୍ଯ୍ୟଟକମାନେ ବୁଲିବାକୁ ଓ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସ୍ବୟଂଶାସିତ ନା ସରକାରୀ ମହାବିଦ୍ୟାଳୟ? ଧର୍ମେନ୍ଦ୍ର, ତୁଷାରଙ୍କ ଭିନ୍ନମତ

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ବୟଂଶାସିତ ନୁହେଁ, ସରକାରୀ ମହାବିଦ୍ୟାଳୟ କରିବାକୁ ରାଜ୍ୟ ସରକାର ଦାୟିତ୍ବ ନିଅନ୍ତୁ। ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଥା କହିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ବୟଂଶାସିତ କରିବାକୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ମଶାଙ୍କ ଉତ୍ପାତ: ବିଏମ୍‌ସି ସବୁ ଜାଣି ଅଜଣା

ଭୁବନେଶ୍ବର : ମଶାଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଘନଘନ ବୈଠକ ବସୁଛି, ମାନସମନ୍ଥନ ଚାଲିଛି। କିନ୍ତୁ ସହରରେ ମଶାଙ୍କ ଉତ୍ପତ୍ତିସ୍ଥଳ କାହାରିକୁ ଅଛପା ନାହିଁ। ଏବେ ବିଭିନ୍ନ ଜାଗାରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡ ମଶାଙ୍କ ନିରାପଦ ଘର ପାଲଟିଛି। କିଛିଦିନ ହେଲା ପରିମଳରେ ଭୀଷଣ ଅବ୍ୟବସ୍ଥା ମଶା ବଂଶବୃଦ୍ଧିର ବଡ଼ କାରଣ ବୋଲି ସମସ୍ତେ ଜାଣି ପାରୁଛନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଜାଣି ନ ଜାଣିଲା ପରି ଲୋକଦେଖାଣିଆ ବୈଠକ କରୁଛନ୍ତି। ପୁଣି ଡ୍ରୋନ୍ […]

ରାଜ୍ୟ ସ୍ୱାସ୍ଥ୍ୟ

ପୁରୀରେ ଝାଡ଼ାବାନ୍ତି ଅଣାୟତ୍ତ; ଗୋଟିଏ ଦିନରେ ମହିଳା, ପୂର୍ବତନ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ପୁରୀ : ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଥିବା ବେଳେ ଜ‌ଣେ ମହିଳା ଓ ପୁରୁଷ ଶୁକ୍ରବାର ଦିନ ଆଖି ବୁଜିଛନ୍ତି। ମୃତ ମହିଳା ଶ୍ରୀମନ୍ଦିର ନିକଟ ବିମାନବଡ଼ୁସାହିର ସୋମନାଥ ଦାସଙ୍କ ପତ୍ନୀ ବାସନ୍ତୀ ଦାସ(୭୦)। ପୁରୁଷ ଜଣକ ହେଉଛନ୍ତି ବାସେଳିସାହିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ଖୁଣ୍ଟିଆ(୭୧)। ଉଭୟ ତିନି ଚାରିଦିନ ତଳୁ ଝାଡ଼ାବାନ୍ତିରେ ପଡ଼ିଥିଲେ ବୋଲି ପରିବାର ଲୋକେ […]