ରାଜ୍ୟ ସ୍ପେଶାଲ ରିପୋର୍ଟ

ନାରାୟଣପାଟଣାରୁ ୧୨ବର୍ଷ ପରେ ହଟିଲେ ବିଏସ୍‌ଏଫ୍‌ ଯବାନ

ନାରାୟଣପାଟଣା : ୧୨ ବର୍ଷ ଧରି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌କୁ ସୁରକ୍ଷା ଦେଇ ଆସିଥିବା ବିଏସ୍‌ଏଫ୍‌ ଯବାନ ଏଠାରୁ କ୍ୟାମ୍ପ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରି ସାରିଲେଣି। ସପ୍ତାହକ ମଧ୍ୟରେ ଦୁଇଟି କ୍ୟାମ୍ପ ଖାଲିହୋଇ ସାରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ଦୁଇଟି କ୍ୟାମ୍ପରୁ ମଧ୍ୟ ବିଏସ୍‌ଏଫ୍‌ ଯବାନ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ଅନୁସାରେ ଯେଉଁ ଦୁଇଟି କ୍ୟାମ୍ପରୁ ବିଏସ୍‌ଏଫ୍‌ ଯବାନ ହଟିଛନ୍ତି ସେଠାରେ ଆଇଆର୍‌ବି ଯବାନ ମୁତୟନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫେରିଲା ଜାଡ଼, ଜି. ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଫେରିଛି। ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୭ଡିଗ୍ରି ରେକର୍ଡ ହୋଇଛି। ସେହିଭଳି କିରେଇରେ ୮ଡିଗ୍ରି ଓ ଝାରସୁଗୁଡ଼ାରେ ୯.୨ ଡିଗ୍ରି ରେକର୍ଡ ହୋଇଥିବା ଜଣାଯାଇଛି। ଦ୍ବୈତନଗରୀ‌ରେ ମଧ୍ୟ ରାତି ତାପମାତ୍ରା ୧୩ ଡିଗ୍ରିକୁ ଖସିଛି। କଟକରେ ୧୩.୪ଡିଗ୍ରି ଓ ଭୁବନେଶ୍ବରରେ ୧୩.୬ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବ। ସାରା ଓଡ଼ିଶା ଶୀତରେ ଥରିବ ବୋଲି ଅଞ୍ଚଳିକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନଡ଼ିଆ ଗଛରେ ଅଜଣା ରୋଗ

ପିପିଲି : ନଡ଼ିଆ ଗଛରେ ଅଜଣା ରୋଗ। ଛୋଟ ଛୋଟ ଧଳା ଉଡ଼ା ପୋକ ନଡ଼ିଆପତ୍ରକୁ ଖାଇବା ଫଳରେ ପ୍ରଥମେ ଗଛର ପତ୍ର ଧଳା ଓ ପରେ କଳା ପଡ଼ି ରୁଗ୍‌ଣ ହୋଇଯାଉଛି। ଏପରିକି ଏହି ପୋକ ଯୋଗୁ ନଡ଼ିଆ ଗଛଗୁଡ଼ିକ ମରିଯିବା ଆଶଙ୍କା ଦେଖାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ନଡ଼ିଆ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। କିଛିଦିନ ତଳେ ପିମ୍ପୁଡ଼ି ଆତଙ୍କରେ ଲୋକେ ଗାଁ ଛାଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ନଡ଼ିଆ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଜିଠୁ ଏଲ୍‌ଆରପି ଚୂଡ଼ାନ୍ତ ପରୀକ୍ଷା

ଭୁବନେଶ୍ବର : ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ଏଲ୍‌ଆରପି(ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ)ର ଚୂଡ଼ାନ୍ତ ପରୀକ୍ଷା ସୋମବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଓଡ଼ିଆ ବିଷୟର ପରୀକ୍ଷା ହେବାକୁ ଥିବା ବେଳେ ଚତୁର୍ଥରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଇଂରାଜୀ, ୨୦ ତାରିଖରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଗଣିତ ବିଷୟ‌ରେ ଏବଂ ୨୧ ତାରିଖରେ ତୃତୀୟରୁ ପଞ୍ଚମ ଶ୍ରେଣୀ […]

ଅପରାଧ ରାଜ୍ୟ

ଇଟାମାଟି କୃଷ୍ଣପ୍ରସାଦରେ ଗୁଳିକାଣ୍ଡ: ଜଣେ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ କୃଷ୍ଣପ୍ରସାଦରେ ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଛି। ଜମିଜମା ବିବାଦ ତଥା ଅନ୍ୟାନ୍ୟ କିଛି କାରଣରୁ ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି। ମୃତକଙ୍କ ନାମ ଅନିରୁଦ୍ଧ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ‌ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଗଣ୍ଡଗୋଳ ଘଟଣାରେ ଦୁଇ ଗୋଷ୍ଠୀର ୫ରୁ ଅଧିକ ଆହତ ହୋଇଛନ୍ତି। ଇଟାମାଟି ପୁଲିସ ତରଫରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବେକରେ ଜାଭ୍‌ଲିନ୍ ପଶିବା ଘଟଣା: ସୁସ୍ଥ ହେଉଛନ୍ତି ସଦାନନ୍ଦ

ବଲାଙ୍ଗୀର : ଧୀରେଧୀରେ ସୁସ୍ଥ ହେଉଛନ୍ତି ଆଗଲପୁର ସରକାରୀ ପଞ୍ଚାୟତ ବାଳକ ହାଇସ୍କୁଲ ଛାତ୍ର ସଦାନନ୍ଦ ମେହେର। ସ୍କୁଲ୍‌ ବାର୍ଷିକ କ୍ରୀଡ଼ା ସମୟରେ ଜଣେ ଛାତ୍ର ଜାଭ୍‌ଲିନ୍‌ ଫିଙ୍ଗୁଥିବା ସମୟରେ ସଦାନନ୍ଦଙ୍କ ବେକରେ ପଶିଯାଇଥିଲା। ତିନିଘଣ୍ଟାର ଅସ୍ତ୍ରୋପଚାର ପରେ ସଦାନନ୍ଦଙ୍କ ବେକରୁ ଡାକ୍ତରୀ ଦଳ ଜାଭ୍‌ଲିନ୍‌ ବାହାର କରିଥିଲେ। ସଫଳ ଅସ୍ତ୍ରୋପଚାର ପରେ ତାଙ୍କୁ ଆଇସିୟୁ ଭିତରେ ରଖାଯାଇଛି। ସୂଚନା ଅନୁସାରେ, ରବିବାର ଦିନ ସଦାନନ୍ଦଙ୍କୁ ତରଳ ପଦାର୍ଥ ସହିତ ଦିନବେଳା ନରମ ଭାତ ମଧ୍ୟ ଖାଇବାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିମିଳିପାଳରେ ଶୀତର ଲହରି: ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି

ଭୁବନେଶ୍ବର /ଯଶୀପୁର: କିଛି ଦିନର ବ୍ୟବଧାନ ପରେ ପୁଣି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଯଶୀପୁର ବ୍ଲକ୍ ଅନ୍ତର୍ଗତ ନଅଣା ଓ ଅଗରବରା କାମୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ କରାଯାଇଛି। ଏହାପୂର୍ବରୁ ଚଳିତ ବର୍ଷ ଡିସେମ୍ବର ମାସରେ ଏଠାକାର ତାପମାନ ୧୦ ଡିଗ୍ରି ପାଖାପାଖି ରହୁଥିଲା। ରାଜ୍ୟକୁ ଶୀତ ପୁଣି ଫେରିଛି। ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୭ଡିଗ୍ରି ରେକର୍ଡ ହୋଇଛି। ସେହିଭଳି କିରେଇରେ ୮ ଡିଗ୍ରି ଓ ଝାରସୁଗୁଡ଼ାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୩ ମାସର ଶିଶୁକୁ ମା’ର ବିକ୍ରି ଉଦ୍ୟମ

ହାଟଡିହି : ‘ପିଲା ନେବ ପିଲା…!’ ଘରଘର ବୁଲି ଏହିଭଳି କହିବା ସହିତ ଜଣେ ଅସହାୟ ମା’ ନିଜର ୩ମାସର ଶିଶୁକନ୍ୟାକୁ ବିକ୍ରି କରିବା ପାଇଁ ଉଦ୍ୟମ କରିଛନ୍ତି। ଉତ୍କଟ ଅଭାବ ଯୋଗୁ ମହିଳା ଜଣକ ଏଭଳି ଉଦ୍ୟମ କରିଥିବା କୁହାଯାଉଛି। ମହିଳା ହେଲେ, ମନୋହରପୁର ଗ୍ରାମର ସନ୍ତୋଷ ଦାସଙ୍କ ପତ୍ନୀ ମମତା। ସ୍ବାମୀ ସନ୍ତୋଷ ଓ ଶାଶୂ ଭିକମାଗି ଯାହା ଆଣୁଥିଲେ, ସେଇଥିରେ ଦୁଃଖକଷ୍ଟରେ ଚଳୁଥିଲା ପରିବାର। ହେଲେ, ୭ ମାସ ତଳେ ଅଂଶୁଘାତରେ ଉଭୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୦ ଶିକ୍ଷକ ନିଖୋଜ, ଧରାଛୁଆଁ ଦେଉନାହାନ୍ତି କି ସ୍କୁଲ ଆସୁନାହାନ୍ତି

ଭୁବନେଶ୍ବର : କାଗଜକଲମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାଁ ଗଡ଼ୁଛି। ହେଲେ ସେମାନେ ସ୍କୁଲକୁ ଆସୁନାହାନ୍ତି। କାର୍ଯ୍ୟରେ ଯୋଗ ଦେଉନାହାନ୍ତି କି ପିଲାଙ୍କୁ ପଢ଼ାଉ ନାହାନ୍ତି। ବହୁ ଦିନ ଧରି ଅନୁପସ୍ଥିତ ରହିଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦରମା ଦିଆଯାଉ ନାହିଁ। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପସ୍ଥାନ ଖାତାରେ ଏବେ ବି ସେମାନେ ଅଛନ୍ତି। କେ‌ତେଜଣ ଶିକ୍ଷକ ୨୦୦୭ରୁ ଅନୁପସ୍ଥିତ ରହିଛନ୍ତି। କେବଳ ଶିକ୍ଷକ ନୁହନ୍ତି, ତାଲିକାରେ କିଛି କର୍ମଚାରୀ ମଧ୍ୟ ରହିଛନ୍ତି। ‌୧୫ ବର୍ଷ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଶା ଉପଦ୍ରବ, ରାଜଧାନୀ କଲବଲ: ନଗର ଉନ୍ନୟନ ବିଭାଗର ନିଦ ଭାଙ୍ଗିବ କେବେ?

ଭୁବନେଶ୍ବର : ହକି ବିଶ୍ବକପ୍‌ର ସଫଳ ଆୟୋଜନ ପାଇଁ ସରକାର ଲାଗି ପଡ଼ିଛନ୍ତି। ସହରକୁ ସୁନ୍ଦର କରିବା ସହ ମନୋରଞ୍ଜନ ପାଇଁ ମଧ୍ୟ ନିଆରା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ମଶା ଯେଉଁ ପରିମାଣରେ ଉତ୍ପାତ କରୁଛନ୍ତି ସେଥିରେ ସରକାର ବଦନାମ ହେବା ଥୟ ହୋଇଛି। ଏହି ବଦନାମର କଳା ସରକାରଙ୍କ ମୁହଁରେ ବୋଳିବ ଗୃ୍ହ ଓ ନଗର ଉନ୍ନୟନ ବିଭାଗ। ବିଭାଗ ହିଁ ସବୁ ନାଟର ଗୋବର୍ଦ୍ଧନ। […]