କୋଣାର୍କରେ ଆଜି ଗଡ଼ିବ ସୂର୍ଯ୍ୟରଥ
କୋଣାର୍କ : ଆଜି ସୂର୍ଯ୍ୟ ଉପାସନା ସହିତ ଜଡ଼ିତ ପବିତ୍ର ଶାମ୍ବଦଶମୀ। ଏଥିପାଇଁ ସାଧୁସନ୍ଥଙ୍କ ସମାଗମରେ କୋଣାର୍କ ଚଳଚଞ୍ଚଳ ହୋଇଛି। ଶାମ୍ବଦଶମୀ ତିଥି ଅବସରରେ ଗତକାଲିଠାରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟ ସୌର ମହାଯଜ୍ଞ ମଣ୍ଡପରେ ପରିସରରେ ତ୍ରିଦିବସୀୟ ସୌର ମହାଯଜ୍ଞ ଆରମ୍ଭ ହୋଇଛି। ସନାତନ ସଂସ୍କୃତିର ପ୍ରାଚୀନପୀଠ ସୂର୍ଯ୍ୟମନ୍ଦିର ସଂଲଗ୍ନ ଅବଧୁତ ମଠ ପରିସରରେ ଓଡ଼ିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ଜାରି ରହିଥିବା ତ୍ରିଦିବସୀୟ ବିଶ୍ବଶାନ୍ତି ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯାଇଛି। ରବିବାର […]









