ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ: ଶହଶହ ସଂଖ୍ୟାରେ ପୋଢ଼, ବୋଦା, କୁକୁଡ଼ା ବଳି
ଦେଓଗାଁ: ଆଦିବାସୀଙ୍କ ପରମ୍ପରା ଆଗରେ ହାର୍ ମାନିଛି ଆଧୁନିକତା। ଧାର୍ମିକ ଭାବନା ସହ ଜଡ଼ିତ ଶୁଲିଆ ଯାତ୍ରାରେ ପଶୁରକ୍ତରେ ଲାଲ୍ ହୋଇଛି ଶୁଲିଆପୀଠ। ବଳି ଚଢ଼ାଛନ୍ତି ମାନସିକଧାରୀ। ଦେଖଣାହାରୀ ସାଜିଛନ୍ତି ପ୍ରଶାସନ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଓ କୁମୁରିଆ ଦୁଇଟି ଖଳାରେ ଅନୁଷ୍ଠିତ ହୋଇଥିଲା ପ୍ରସିଦ୍ଧ ଶୁଲିଆଯାତ୍ରା। ସୋମବାର ରାତିରେ ନିଶି ପୂଜା ଆରମ୍ଭ ହୋଇଥିଲା। ମଧ୍ୟରାତ୍ରିରୁ ମୁଖ୍ୟ ପୂଜକ ସୋମନାଥ ଦେହେରୀ ପୂଜା ସାମଗ୍ରୀ ଓ ପାଟଖଣ୍ଡା ଧରି ଖଳାକୁ […]









