ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ
ଭୁବନେଶ୍ବର: ବିଶିଷ୍ଟ ସାମ୍ବାଦିକ ତଥା ଜଣାଶୁଣା ସିନେ ପ୍ରଯୋଜକ ଆଳୟ ମହାନ୍ତି ଆଉ ନାହାନ୍ତି। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ପାର୍ଥିବ ଶରୀରକୁ ହସ୍ପିଟାଲ୍ରୁ ପ୍ରଥମେ ୟୁନିଟ୍-୬ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ। ଏହାପରେ ମର ଶରୀରକୁ ତାଙ୍କ ଜନ୍ମମାଟି ଜଟଣୀ ବ୍ଲକର ପଦନପୁର ଗ୍ରାମକୁ ନିଆଯାଇଥିଲା। ସେଠାରୁ ପୁରୀ ନିଆଯାଇ […]









