ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୨ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି

ନୂଆଦିଲ୍ଲୀ : ଲଗାତାର ୨ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଦେଖାଦେଇଛି। ଗତ ରବିବାର ଶେଷ ହେଉଥିବା ସପ୍ତାହରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୧୫୨୬ ଥିଲା। ଏହି ସଂଖ୍ୟା ଖୁବ୍‌ କମ୍‌ ଥିଲେ ସୁଦ୍ଧା ପୂର୍ବ ସପ୍ତାହ ତୁଳନାରେ ସଂକ୍ରମଣ ମାମଲାରେ ୨୫ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବ ସପ୍ତାହରେ ସଂକ୍ରମଣ ମାମଲା ୧୨୧୯ ଥିଲା। ଡିସେମ୍ବର ୨୬-ଜାନୁଆରି ୧ ସପ୍ତାହ ମଧ୍ୟରେ ଦେଶରେ କରୋନା ମୃତ୍ୟୁ ୬ ରହିଛି। ମାର୍ଚ୍ଚ ୧୬-୨୨ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାଂଘାଇରେ ସାଂଘାତିକ ସ୍ଥିତି: ୭୦% ସଂକ୍ରମିତ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ମାଡ଼ି ଚାଲିଛି। ଚୀନ୍‌ ସରକାର ଏନେଇ କୌଣସି ତଥ୍ୟ ଦେଉନାହାନ୍ତି। କିନ୍ତୁ ଚୀନ୍‌ର ଶୀର୍ଷ ଡାକ୍ତରମାନେ ଚୀନ୍‌ରେ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ଦେଇଥିବା ସୂଚନା ଅନୁଯାୟୀ ସାଂଘାଇରେ ସାଂଘାତିକ ସ୍ଥିତି ଉପୁଜିଛି। ସାଂଘାଇର ଏକ ଶୀର୍ଷ ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ସାଂଘାଇ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ କ‌ରୋନା ସଂକ୍ରମିତ ହୋଇ ସାରିଛନ୍ତି। ସାଂଘାଇ କୋଭିଡ୍‌ ବିଶେଷଜ୍ଞ ଉପଦେଷ୍ଟା କମିଟିର ସଦସ୍ୟ ଏବଂ ରୁଜିନ […]

ଅପରାଧ ରାଜ୍ୟ

ଆଉ ଜଣେ ରୁଷ୍‌ ନାଗରିକଙ୍କ ମୃତ୍ୟୁ, ୧୨ ଘଣ୍ଟା ହେଲା ଜାହାଜରେ ମୃତଦେହ

ଜଗତସିଂହପୁର: ପାରାଦୀପ ବନ୍ଦରକୁ ପଣ୍ୟ କାରବାର ପାଇଁ ଆସିଥିବା ଜାହାଜରେ କାର୍ଯ୍ୟରତ ଜଣେ ରୁଷ୍‌ ନାଗରିକ (ମୁଖ୍ୟଯନ୍ତ୍ରୀ)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ନାଁ ମିଲ୍ ୟାକୁବ୍ ସର୍ଜଇ। ସେ ରୁଷ୍‌ ଦେଶର ନାଗରିକ ହୋଇଥିବାରୁ ତାଙ୍କ ଦେଶର ରାଷ୍ଟ୍ରଦୂତଙ୍କୁ ଏ ନେଇ ଯୋଗାଯୋଗ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସିପ୍ରକାର ନିର୍ଦ୍ଦେଶନାମା ଆସି ନଥିବାରୁ ମିଲ୍‌ଙ୍କ ମୃତଦେହ ୧୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେଲା ସେମିତି ଜାହାଜ ଭିତରେ ପଡ଼ିରହିଛି। ଏମିତିକି ମିଲ୍‌ଙ୍କ ମୃତ୍ୟୁକୁ ନେଇ ଏ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାକ୍‌ ସ୍ବାଧୀନତା ଉପରେ ଅଧିକ କଟକଣା ଲାଗିପାରିବ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବାକ୍‌ ସ୍ବାଧୀନତାକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଏକ ରାୟରେ କହିଛନ୍ତି ଯେ କୌଣସି ମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ବୟାନକୁ ଅପ୍ରତ୍ୟକ୍ଷ ଭାବେ ସରକାରଙ୍କ ସହିତ ଯୋଡ଼ିଦିଆଯାଇପାରିବ ନାହିଁ। ସାମୁହିକ ଦାୟିତ୍ବ ନୀତିକୁ ଲାଗୁ କରିବା ସତ୍ତ୍ବେ କୌଣସି ମନ୍ତ୍ରୀଙ୍କ ବୟାନ ସରକାରଙ୍କ ଅଧିକୃତ ବୟାନ ଭାବେ ଗ୍ରହଣ କରାଯିବ ନାହିଁ। ବାକ୍‌ ସ୍ବାଧୀନତା ତଥା ମତପ୍ରକାଶର ଅଧିକାରକୁ ନେଇ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସାର୍ବଜନୀନ ପଦରେ ଆସୀନ ବ୍ୟକ୍ତି ପାଇଁ ମତପ୍ରକାଶ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ବର୍ଷେ ମାଗଣା ୫ କେଜି ଚାଉଳ: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଲାଭବାନ ହେବେ

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ଏକ ବର୍ଷ ମାଗଣାରେ ୫ କେଜି ଚାଉଳ ଯୋଗାଇ ଦିଆଯିବ। ଚଳିତ ବର୍ଷ ୧୨ ମାସ ଯାକ ଏହା କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଏ ବାବଦକୁ ରାଜ୍ୟ ରାଜକୋଷରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ରେ ମୁଣ୍ଡ ପିଛା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଏରିକ୍‌ ଗାର୍ସେଟିଙ୍କୁ ପୁନଃମନୋନୀତ କଲେ ଜୋ’ ବାଇଡେନ୍‌

ୱାସିଂଟନ୍‌: ଲସ୍‌ ଏଞ୍ଜେଲ୍‌ସ୍‌ର ପୂର୍ବତନ ମେୟର୍‌ ଏରିକ୍‌ ଗାର୍ସେଟିଙ୍କୁ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଭାରତ ପ୍ରତି ତାଙ୍କର ଦୂତ ଭାବେ ପୁନଃମନୋନୀତ କରିଛନ୍ତି। ଦୂତ ଭାବେ ଆମେରିକୀୟ ସିନେଟ୍‌ ଏଥର ତାଙ୍କୁ ସମ୍ମତି ଦେବ ବୋଲି ହ୍ବାଇଟ୍‌ ହାଉସ୍‌ ଦୃଢ଼ ଆଶା ବ୍ୟକ୍ତ କରିଛି। ସିନେଟ୍‌କୁ ନାମାଙ୍କନ ପଠାଇବା ପରେ ହ୍ବାଇଟ୍‌ ହାଉସ୍‌ କହିଛି, କାଲିଫର୍ଣ୍ଣିଆର ଏରିକ୍‌ ଏମ୍‌. ଗାର୍ସେଟି ଭାରତ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ହେବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, […]

ଅପରାଧ ରାଜ୍ୟ

ଅର୍ଚ୍ଚନା ନାଗ ମାମଲା: ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ଇଡି

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗ ମାମଲା ଏବେ ନୂଆମୋଡ଼ ନେଇଛି। ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଇଡି ୩ ଜଣଙ୍କୁ ନୋଟିସ୍ କରିବ। ନୋଟିସରେ ଇଡି ପଚାରିଛି ଏତେ ଗୁଡ଼ିଏ ସମ୍ପତ୍ତି ତୁମେମାନେ ଏତେ କମ ଦିନରେ କେମିତି ଅର୍ଜନ କଲ, ତାର ଉତ୍ତର ରଖ। ଯଦି ଠିକ୍ ଭାବେ ଉତ୍ତର ନ ରଖି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଐତିହ୍ୟ ଓ ପରମ୍ପରା ଆଧାରରେ ସୃଷ୍ଟି ସାହିତ୍ୟ କାଳଜୟୀ: ରାଜ୍ୟପାଳ

କଟକ: ସ୍ରଷ୍ଟାଙ୍କ ସାରସ୍ବତ କୃତିକୁ ପାଠକଙ୍କ ପାଖରେ ପହଞ୍ଚାଇ ସାହିତ୍ୟକୁ ସମୃଦ୍ଧ କରିବାରେ ପ୍ରକାଶକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଐତିହ୍ୟ ଓ ପରମ୍ପରାକୁ ଆଧାର କରି ସୃଷ୍ଟି ହେଉଥିବା ସାହିତ୍ୟ କାଳଜୟୀ ହୋଇଥାଏ। ସୁସାହିତ୍ୟ ସୃଷ୍ଟି କରିବାରେ ପ୍ରକାଶକଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ‘ପୀତାମ୍ବର ମିଶ୍ର ଫାଉଣ୍ଡେସନ’ ପକ୍ଷରୁ ସାରଳା ଭବନରେ ଆୟୋଜିତ ପ୍ରକାଶକ-ସାରସ୍ବତ ସାଧକ ପୀତାମ୍ବର ମିଶ୍ରଙ୍କ ସ୍ମୃତି ସମାରୋହକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଲାଲ୍। ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ସ୍ବାଭାବିକ ‌ହେଲା କୋର୍ଟ କାର୍ଯ୍ୟ: କାମ ଆରମ୍ଭ କଲେ ଶତାଧିକ ଓକିଲ

ସମ୍ବଲପୁର: ଗତ ଡିସେମ୍ବର ୭ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ୨୭ ଦିନ ଧରି ସମ୍ବଲପୁର କୋର୍ଟରେ ଲାଗି ରହିଥିବା ଅଚଳାବସ୍ଥା ଶେଷରେ ଦୂର ହୋଇଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ ଆଜି ଅଦାଲତି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫଳରେ ମଙ୍ଗଳବାରଠାରୁ ସ୍ଥିତି ସ୍ବାଭାବିକ ହୋଇଛି। ଜେଲ୍‌ରେ ଅଟକ ଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ଆହ୍ବାନକ୍ରମେ ସଦସ୍ୟମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରାୟ ଏକ ମାସ ଧରି ବନ୍ଦ ହୋଇ ରହିଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଞ୍ଜା ସୂତା ସଂପୂର୍ଣ୍ଣ ନିଷେଧ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ମାଞ୍ଜା ସୂତା ବ୍ୟବହାର ସଂପୂର୍ଣ୍ଣ ଭାବେ ନିଷେଧ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସ୍ବପ୍ନ ଫାଉଣ୍ଡେସନ୍ ସଦସ୍ୟା ତଥା ସାମାଜିକ କର୍ମୀ ପୁଷ୍ପାଞ୍ଜଳି ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଗୁଡ଼ି ଉଡ଼ାରେ ମ‌ାଞ୍ଜା ସୂତା ବ୍ୟବହାର ଦ୍ବାରା ଲୋକଙ୍କ ଧନଜୀବନ ହାନି ହେଉଛି। ଏଥିସହିତ ଚାଇନିଜ୍ ମାଞ୍ଜା ଭାବେ ପରିଚିତ ନାଇଲନ୍ ଓ ପ୍ଲାଷ୍ଟିକ୍ ସୂତା ମଧ୍ୟ ଗୁଡ଼ି ଉଡ଼ା ପାଇଁ ବ୍ୟବହାର କରାଯାଉଛି। ଏହା ମଣିଷ ଓ […]