ପିଏମ୍ କିଷାନରେ ନୂଆ କେଁ: ୪୫% ହିତାଧିକାରୀଙ୍କୁ ମିଳିନି ସହାୟତା
ଭୁବନେଶ୍ବର : ବର୍ଷାଧିକ କାଳ ଧରି ହୋଇନଥିବା ଜମି ବନ୍ଦୋବସ୍ତ, ଚକବନ୍ଦୀ ଓ ମ୍ୟୁଟେସନ୍ ଏବେ ଓଡ଼ିଶା ଚାଷୀଙ୍କ ଉନ୍ନତିରେ ବାଧକ ସାଜିଛି। ଏହାର ସିଧାସଳଖ ପ୍ରଭାବ ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହିତାଧିକାରୀଙ୍କ ଉପରେ ପଡ଼ିଛି। ରାଜ୍ୟର ପାଖାପାଖି ୪୫ ପ୍ରତିଶତ ଚାଷୀ ଏହି ଯୋଜନାରେ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ଏହି ଯୋଜନାର ଲାଭ ନେବା ପାଇଁ କେନ୍ଦ୍ର ସରକାର ଗତବର୍ଷ ନିୟମରେ କିଛିଟା ପରିବର୍ତ୍ତନ ଆଣିଥିବାରୁ ଏହି ସମସ୍ୟା ହୋଇଥିବା ଜଣାଯାଇଛି। […]









